ଅଗଷ୍ଟ - ସେପ୍ଟେମ୍ବର ୧୯୯୯

ପତ୍ରିକାର ଅଗଷ୍ଟ - ସେପ୍ଟେମ୍ବର ୧୯୯୯ ସଂଖ୍ଯାଟି ଯୁବବିଶେଷାଙ୍କ ରୂପେ ପ୍ରକାଶ ପାଇଛି । ଏହି ସଂଖ୍ଯାର ଆକର୍ଷଣରେ ରହିଛି ପ୍ରତିଭା ଶତପଥୀଙ୍କ ‘କାହାଣୀ ପେଡି’ ଆଉ ଏହା ସହିତ ଏଥିରେ ଅନେକ ଆକର୍ଷଣୀୟ ଗଳ୍ପ, କବିତା ସାଙ୍ଗକୁ ପ୍ରବନ୍ଧ ଓ ଆହୁରି ଅନେକ କିଛି ।
Digital (PDF)
INR 50.00

ଏହି ସଂଖ୍ଯାରେ ହରିହର ମିଶ୍ର, ଦିଲ୍ଲୀପ କୁମାର ସ୍ବାଇଁ, ଡ. କାର୍ତ୍ତିକ ଚନ୍ଦ୍ର ଦାସଙ୍କ ଅତି ଉଚ୍ଚକୋଟୀର ପ୍ରବନ୍ଧ ଥିବାବେଳେ ଡ. ସଞ୍ଜୟ କୁମାର କର, ଅଜୟ ସ୍ବାଇଁ, ଅଶୋକ କୁମାର ତ୍ରିପାଠୀ, କ୍ଷେତ୍ରମଣି ତ୍ରିପାଠୀ, ସୁଶାନ୍ତ କୁମାର ସେନାପତି ଆଦିଙ୍କ ଗପ ରହିଥିବାବେଳେ ନିରଞ୍ଜନ ପାଢୀ, କ୍ଷୀରୋଦ ପରିଡା. ନୀଳୟକାନ୍ତ ମହାପାତ୍ର, ଫଣୀନ୍ଦ୍ରଭୂଷଣ ନନ୍ଦ, ବସନ୍ତ ଚରଣ ସ୍ବାଇଁ, ଆଦ୍ଯାଶା ଦାସ, ପ୍ରମିଳା ଶତପଥୀ, ଲକ୍ଷ୍ମୀନାରାୟଣ ହୋତା, ନମିତା ପଟ୍ଟନାୟକ, ନୀଳମାଧବ ବେହେରା, ଯଯାତି ସାହୁ, ଦେବେନ୍ଦ୍ର ଲାଲ୍, ପ୍ରମିଳା ମହଲା, ପିନାକୀ ମିଶ୍ର, ଅବଦୁଲ୍ ଓସିଦ୍ ଖାଁ, ବର୍ଷାରାଣୀ ଜେନା, ଚାରୁବାଳା ଆଚାର୍ଯ୍ଯ, ଅଧ୍ୟାପକ ସିଦ୍ଧେଶ୍ବର ପଣ୍ଡା, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସନ୍ଧ୍ଯାରାଣୀ ସିଂହ, ସତ୍ଯଭାମା ସେନାପତିଙ୍କ କବିତାମାନ ରହିଛି । ଏଥରର ବ୍ଯକ୍ତିତ୍ବରେ ଅଛନ୍ତି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସାମ୍ବାଦିକ - ସତ୍ଯବାଦୀ ତ୍ରିପାଠୀ । ସେହିପରି ଏହି ସଂଖ୍ଯାରେ କବି ବିରଜା ବଳ, ସୁବ୍ରତ ଜେନା, ଦେବେନ୍ଦ୍ର କୁମାର ବାଉରୀ, ସୁପ୍ରିୟା ପାଲ୍, ଅରୂପ ଅଭିଷେକ, ଅଶୋକ ସାହା, ସୁଧୀର ମିଶ୍ର, ଦିଲ୍ଲୀପ ରାଉତ, ବସନ୍ତ କୁମାର ପାଣିଗ୍ରାହୀ, କିଶୋର ପଟ୍ଟନାୟକ ଓ ସୁନୀଲ ମିଶ୍ରଙ୍କୁ ନେଇ 'କବିତାର କାୟାପ୍ରବେଶ' ଶୀର୍ଷକ ଏକ ବିଶେଷ ଉପସ୍ଥାପନା କରିଛନ୍ତି ସୁଧା ଦାଶ । ସେହିପରି ଡ. ହାଡିବନ୍ଧୁ ମିର୍ଦ୍ଧାଙ୍କ 'କବି ଗଙ୍ଗାଧର ମେହେର' ଓ ଡ. ଶଙ୍କର୍ଷଣ ସାମଲଙ୍କ 'ଗୋଟିଏ ପଦ୍ମଫୁଲ କଥା' ଆଦି ପିଲାଙ୍କ ପାଇଁ ରହିଛି । ଏହା ସହିତ ରୋଷେଇ, ପରିକ୍ରମା, ଚଳନ୍ତିକା, ଅନ୍ଯ ଦିଗନ୍ତ, ଶେଷ କବିତା ଓ ପୁସ୍ତକ ସମୀକ୍ଷା ଆଦି ପାଠକଙ୍କୁ ବେଶ୍ ଆକର୍ଷିତ କରିବ ।

Report an Error