
ଏପ୍ରିଲ - ମେ ୨୦୨୫
ସେହିପରି ଏହି ସଂଖ୍ଯାରେ ଇତିହାସରେ ଲେମ୍ବାଇ ପ୍ରଗଣାର ମାଲିକାନା ପ୍ରସଙ୍ଗ- ଫକୀର ହରିଚନ୍ଦନ, ଜଙ୍ଗଲର ରାଜା ଡ଼କ୍ଟର ଜୟକୃଷ୍ଣ ପାଣିଗ୍ରାହୀଙ୍କ ଫିଚର ବେଶ ମନମୁଗ୍ଧକର । ପ୍ରବନ୍ଧ ବିଭାଗରେ - ଭାରତରେ ନାରୀ ସଶକ୍ତିକରଣ : ଏକ ବିହଙ୍ଗାବଲୋକନ - ଡ. ସୁକାନ୍ତି ମହାପାତ୍ର, ଓଡ଼ିଆ ଓ ହିନ୍ଦୀ ସନ୍ଥ ସାହିତ୍ୟର ଏକ ତୁଳନାତ୍ମକ ଅଧ୍ୟୟନ - ଅଜିତ ପ୍ରସାଦ ମହାପାତ୍ର, କବି ପ୍ରଦୀପ କୁମାର ପଣ୍ଡାଙ୍କ କବିତାରେ ‘ନାରୀ’- ଧର୍ମେନ୍ଦ୍ର ଚୁହାନ, ଅବଧୂତ ଗୋଷ୍ଠୀ ଓ ଓଡ଼ିଆ ପ୍ରଗତିଶୀଳ ସାହିତ୍ୟର ଧାରା - ବିଜୟଲକ୍ଷ୍ମୀ ଦାଶ, ମହାଜାଗତିକ ଆନନ୍ଦ - ଡ. ଲକ୍ଷହୀରା ମହାନ୍ତି, ପ୍ରଥମ ଓଡ଼ିଆ ଉପନ୍ୟାସ ବିଚାର ଓ ବିଶ୍ଳେଷଣ - ଯୋଗେନ୍ଦ୍ର ମେହେର, ସ୍ୱପ୍ନପୁରୀ ଶିମିଳିପାଳ : ଏକ ବିହଙ୍ଗ ଦୃଷ୍ଟ - ଡ. ନିରୁପମା ନାୟକଙ୍କ ଆଲେଖ୍ଯ ରହିଛି । ଭ୍ରମଣରେ ରହିଛି ଡ. ସୁଷମା ତ୍ରିପାଠୀଙ୍କ ଆଣ୍ଡାମାନରେ ମୁଁ । ସାମ୍ପ୍ରତିକରେ ଶ୍ରୀମତୀ ସବିତା ଦାସଙ୍କ ଝିଅ ବିବାହ ଦେବା କାହାକୁ ? ଗପରେ ରହିଛି - ଗାନ୍ଧୀ ଗୁମାସ୍ତାର ସ୍ୱପ୍ନ - ରଞ୍ଜନ ପ୍ରଧାନ, ସହଯାତ୍ରୀ - ଭାଗୀରଥି ବେହେରା, ବାପାଙ୍କ ଚିଠି - ବେଲାରାଣି ତ୍ରିପାଠୀ, ସାଁବାଳୁଆରୁ ପ୍ରଜାପତି - ରେବତୀ ଦେବୀ, କୁନ୍ତୀ - ରାଜୀବ କୁମାର ନାୟକ, ମଦିକୁଲାର କଥା - ହୃଷୀକେଶ କହଁର ! ସେହିପରି ଡ. ପ୍ରସନ୍ନ ପାଟ୍ଟଶାଣୀ, ପ୍ରଦ୍ୟୁମ୍ନ ପରିଡ଼ା, ଅଖିଳ କୁମାର ମିଶ୍ର, ସୁଶୀଲ କୁମାର ପାଣିଗ୍ରାହୀ, ଶିଶିର ନାୟକ, ରକ୍ଷକ ନାୟକ, ମନୋଜ କୁମାର ପଣ୍ଡା, ରତ୍ନାକର ରାଉତ, ଅକ୍ଷୟ କୁମାର ପାଳ, ସନ୍ତୋଷିନୀ ଦାଶ (ଗିରି), ସଂଜୀବ କୁମାର ନାୟକ, ସୁରେଶ କୁମାର ନାୟକ, ପ୍ରଭାତୀ ମାଝୀ, ପ୍ରଫେସର ଅରୁଣ ଚନ୍ଦ୍ର ସାହୁ, ଉମାକାନ୍ତ ମହାପାତ୍ର, ସନ୍ନ୍ୟାସୀ ନାୟକ, ରତ୍ନପ୍ରଭା ବାଇ, ସ୍ୱପ୍ନାରାଣୀ ପତି, କବିକସ୍ତୁରୀ ଦିଲ୍ଲୀପ ଶ୍ରୀଚନ୍ଦନ, ଅକ୍ଷୟ ପାତ୍ର, ବିପିନ ବେହେରା, ସରୋଜ କୁମାର ପ୍ରଧାନ, ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ, ପ୍ରଶାନ୍ତ ଚନ୍ଦନ ପ୍ରମୁଖଙ୍କ କବିତା ପତ୍ରିକାଟିର ଶୋଭା ବର୍ଦ୍ଧନ କରିଛି ।