ଏପ୍ରିଲ୍ - ମଇ ୧୯୯୯

ପତ୍ରିକାର ଏପ୍ରିଲ୍ - ମଇ ୧୯୯୯ ସଂଖ୍ଯା ତଥା ବିଷୁବ ସଂଖ୍ଯାରେ ସବୁ ସର୍ଜନଶୀଳ ମଣିଷଙ୍କ ପାଇଁ ନୂତନ ଶତାବ୍ଦୀ ଉପଲକ୍ଷେ ଏକ ବାର୍ତ୍ତା ରହିଛି ।
Digital (PDF)
INR 50.00

ଓଡିଆ ସାହିତ୍ଯ ପତ୍ରିକାରେ ଶାରଦୀୟ ଓ ବିଷୁବ ସଂଖ୍ଯା ବେଶ୍ ସ୍ବତନ୍ତ୍ର ହାେଇଥାଏ । ଏହି କ୍ରମରେ ବିଶ୍ବମୁକ୍ତି ମଧ୍ୟ ଏହି ସଂଖ୍ଯାରେ ପାଠକମାନଙ୍କ ପାଇଁ ବିଶେଷ ପ୍ରସ୍ତୁତି କରିଛି । ପତ୍ରିକାର ବିଷୁବ ସଂଖ୍ଯାର ପ୍ରଚ୍ଛଦରେ ରହିଛି ପ୍ରହ୍ଲାଦ ନାଟକରେ ନୃସିଂହ ଭୂମିକାରେ ଅଭିନୟ ପାଇଁ ବ୍ଯବହୃତ ମୁଖାର ଆଲୋକଚିତ୍ର । ଓଡ଼ିଆ ଲାେକନାଟକ ପରମ୍ପରାରେ ପ୍ରହ୍ଲାଦ ନାଟକ ଏଭଳି ଏକ ଲୋକନାଟକ ଯେଉଁଥିରେ କି ବହୁ ଶାସ୍ତ୍ରୀୟ ବିଭାବ ପରିଦୃଷ୍ଟ ହୁଏ । ଏହା ଗଞ୍ଜାମ ଜିଲ୍ଲାରେ ଅଭିନୀତ ଏକ ପାରମ୍ପରିକ ସଙ୍ଗୀତପ୍ରଧାନ ନାଟକ ଅଟେ । ଏଥିରେ ଉଭୟ ଶାସ୍ତ୍ରୀୟ ଓ ଲୌକିକ ଅଙ୍ଗ ପୂର୍ଣ୍ଣ ଭାବେ ରହିଛି ।

ପତ୍ରିକାର ବିଷୁବ ସଂଖ୍ଯା ତଥା ଏପ୍ରିଲ୍ - ମଇ ୧୯୯୯ ସଂଖ୍ଯାର ସମ୍ପାଦକୀୟ ‘ଏକବିଂଶର ଅନୁଚିନ୍ତା', ସର୍ଜନଶୀଳ ମଣିଷଙ୍କୁ ଆଉ ଥରେ ନିଜକୁ ନିରେଖି ଦେଖିବା ପାଇଁ ବାଧ୍ୟ କରିବ । ସେହିପରି ଏହି ସଂଖ୍ଯାର ସ୍ମୃତି ଓ ଅନୁଭୂତିରେ ଡାକ୍ତର ଚୌଧୁରୀ ପୂର୍ଣ୍ଣଚନ୍ଦ୍ର ପରିଜାଙ୍କ 'ମୋ ଦୃଷ୍ଟିରେ ନିଆଁଖୁଣ୍ଟା ମହାପାତ୍ର', ଆତ୍ମଜୀବନୀରେ ଡକ୍ଟର ପ୍ରତିଭା ଶତପଥୀଙ୍କ 'ମାଳ ଜଙ୍ଗଲରେ ବାଲ୍ଯକାଳ' ବେଶ୍ ଆମୋଦିତ କରିବ ।

ପତ୍ରିକାର ପ୍ରବନ୍ଧ ବିଭାଗରେ ଇଂ ମନାେରଞ୍ଜନ ଦାସ, ରମାକାନ୍ତ ମିଶ୍ର, ଡ. ସଂଘମିତ୍ରା ମିଶ୍ରଙ୍କ ପ୍ରବନ୍ଧ ରହିଥିବାବେଳେ ଆମ ପରମ୍ପରାରେ ସମନ୍ବୟର ଅଦ୍ବିତୀୟ ପରମ୍ପରା - ରୁକୁଣା ରଥଯାତ୍ରା ଆଦି ରହିଥିବାବେଳେ ଉତ୍ତମ କୁମାର ପ୍ରଧାନ, ସୁଲେଖା ସାମନ୍ତରାୟ, କୁମୁଦିନୀ ପଣ୍ଡା, ନକୁଳ ଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ସାହୁ, ସୁପ୍ରିୟା ମଲ୍ଲିକ ପ୍ରମୁଖଙ୍କ ଗଳ୍ପ, ସୀତାକାନ୍ତ ମହାପାତ୍ର, ସୁଭାଷ ମହାନ୍ତି, ନିରଞ୍ଜନ ଜେନା, ଆଶୁତୋଷ ପରିଡା, ଶ୍ରୀହରି ଧଳ, ସୌଭାଗ୍ଯବନ୍ତ ମହାରଣା, ସୁଶାନ୍ତ କୁମାର ଷଡଙ୍ଗୀ, ଅଶ୍ବିନୀ କୁମାର ମିଶ୍ର, ଗଙ୍ଗାଧର ବିଶ୍ବାଳ, ମନମୋହନ ଦାଶ, ସିପ୍ରା ସ୍ବାଇଁ, ସେନାପତି ପ୍ରଦ୍ଯୁମ୍ନ କେଶରୀ, ସଂଗ୍ରାମ ମିଶ୍ର, ସମରେନ୍ଦ୍ରନାଥ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାରଣା, ଚିନ୍ମୟ ବିବେକ, ସନାତନ ବେହେରା, ସ୍ବାମୀ ଅରୂପାନନ୍ଦ ପ୍ରମୁଖଙ୍କ କବିତା ଏହି ବିଷୁବ ସଂଖ୍ଯାରେ ରହିଛି ।

ଏତଦ୍ ବ୍ଯତୀତ ଏହି ସଂଖ୍ଯାରେ ଅନ୍ଯ ଦିଗନ୍ତ, ପରିକ୍ରମା, ଶରୀର ମାଦ୍ଯମ୍, ରାେଷେଇ, ଶେଷ କବିତା, ଆଇନା, ରମ୍ଯରଚନା, ଆମ ପରିବେଶ, ପରିକ୍ରମା ପରି ଆହୁରି ଅନେକ କିଛି ରହିଛି ପାଠକଙ୍କ ପାଇଁ ।

Report an Error