ଅନ୍ୱେଷା ଅହର୍ନିଶ

ସମକାଳୀନ ଓଡ଼ିଆ କବିତାର ଏକ ଶକ୍ତିଶାଳୀ ସ୍ବର ହେଉଛନ୍ତି ସାହିତ୍ଯିକ ରକ୍ଷକ ନାୟକ । ନିଜର ଅନୁଭବ, ଅତୀତର ଘଟଣା ଏବଂ ବର୍ତ୍ତମାନର ପରିସ୍ଥିତିକୁ ସର୍ଜନାତ୍ମକ ଶୈଳୀରେ ଉପସ୍ଥାପନ କରିବାରେ ସେ ବେଶ୍ ସିଦ୍ଧହସ୍ତ ।
Author: ରକ୍ଷକ ନାୟକ
Digital (PDF)
INR 100.00

ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ, ସେ ସୃଷ୍ଟି କରି ଚାଲିଛନ୍ତି ଅନେକ କବିତା । ସେ କବିତା ରଚନା କରିବା ସହିତ ପତ୍ରିକା ସମ୍ପାଦନାରେ ମଧ୍ୟ ଜଡ଼ିତ । ‘ଉର୍ଦ୍ଧ୍ବ ଉଡ଼ାଣ’ ପାଣ୍ଡୁଲିପି ପାଇଁ ୧୯୯୭ରେ ରାଜ୍ୟ ଯୁବ ପୁରସ୍କାର ପାଇଥିବା ଶ୍ରୀ ନାୟକ ୨୦୧୩ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ପଚାଶରୁ ଉର୍ଦ୍ଧ୍ବ କବିତାକୁ ନେଇ ରଚିତ କବିତା ସଂକଳନ 'ଅନ୍ୱେଷା ଅହର୍ନିଶ' ୨୦୧୫ ମସିହାରେ ପ୍ରକାଶିତ ହୋଇଥିଲା । ତାଙ୍କର ଅନ୍ଯାନ୍ଯ କବିତା ସଂକଳନ ମଧ୍ୟରେ ରହିଛି - ଉର୍ଦ୍ଧ୍ବ ଉଡ଼ାଣ, ବ୍ରହ୍ମଶୀଳା, ବୀଜବିକ୍ଷେପ, ଅସରନ୍ତି ଅନ୍ତାକ୍ଷରୀ, ଆଉ ସବୁ ସାକ୍ଷାତରେ, ଅମିତ୍ର ଅଂଧାର, ଅର୍ଗଳ ଅନର୍ଗଳଓ ଶେଷହୀନ ସନ୍ତରଣ ।

ଏହି ବହିରେ ସ୍ଥାନିତ ହୋଇଥିବା କବିତାଗୁଡିକ ହେଲା -

୧. ନା କହିବିନି
୨. ଶେଷରୁ ଆରମ୍ଭ
୩. ବିଷ ବିଶେଷ
୪. ହାତୀ ଉପଦ୍ରବ
୫. ଚୂଲି ଲିଭାଅନି
୬. ସେତୁ ସମ୍ପର୍କ
୭. ମିତ୍ରଲଗ୍ନ
୮. ପ୍ରେମିକର ଶୋକ
୯. ଦ୍ରୋହ
୧୦. ଅବ୍ୟକ୍ତରାଗ
୧୧. ପରପୁରୁଷ
୧୨. ବିଷବୃକ୍ଷ
୧୩. ଗହନ ଗଦ୍ୟ
୧୪. କାଳବିକାଳ
୧୫. ଘଟ ବିଭ୍ରାଟ
୧୬. ପୂରା ସମୟ
୧୭. ଅନନ୍ୟ ଅନ୍ଧାର
୧୮. ଖରାଦିନ
୧୯. ମେଘ
୨୦. ଘରକୁ ଡର
୨୧. ପାପ ପୁରୁଷ
୨୨. ଉଦୟ ଭେଦ
୨୩. କୂଅ କଥା
୨୪. ସ୍ଥିର ଚିତ୍ର
୨୫. ବର୍ଣ୍ଣ ବିରାମ
୨୬. ମୃତ୍ୟୁଭେଦ
୨୭. ବୀରଗତି
୨୮. ଗଲା ନିର୍ବାଚନରେ
୨୯. ସହରରେ ସର୍କସ
୩୦. ମନ ମନ ମଶାଣି
୩୧. ଲୁଚିବାର ଲୟ
୩୨. ଏକ ହତ୍ୟା ସମ୍ପର୍କରେ
୩୩. ନେପଥ୍ୟେ କୋଳାହଳ
୩୪. ଆଲୁଅରେ ଅନ୍ଧ
୩୫. ପ୍ରତି ଜହ୍ନରାତି ପ୍ରତି
୩୬. ଚିଠିଟିଏ
୩୭. ବେଳବୁଡ଼ରେ
୩୮. ଆଣବିକ ସୁଖ
୩୯. ଶେଷ ବୋଲି କିଛି ନାହିଁ
୪୦. ଗୋଟେ କଥା ଅଛି
୪୧. ବର୍ଷା : ଡାଏରୀ
୪୨. ନିଜ ନିଜ ମେଘ
୪୩. ନିଜ ନିଆଁ
୪୪. ଏକ ପ୍ରାର୍ଥନା
୪୫. ଗାଁକୁ ରାସ୍ତା
୪୬. ନିଜ ନିଜ ନଈ
୪୭. ବାଟୁଆ ଗୀତ
୪୮. ସହରରେ ନୂଆ
୪୯. ଚୋରି
୫୦. ଯାତ୍ରୀ
୫୧. ବୋଉ

Report an Error