
ଜାନୁଆରୀ - ମାର୍ଚ୍ଚ ୧୯୯୯
ଏହି ସଂଖ୍ଯାରେ ହେ ଗୋଦାବରୀଶ - ମହାପାତ୍ରଙ୍କ ଜୀବନୀ ପଞ୍ଜିକାରେ କବିଙ୍କ ସମ୍ପର୍କରେ ସମୟାନୁକ୍ରମିକ ବିବରଣୀ ସହିତ ଏଥିରେ ଗୋଦାବରୀଶଙ୍କ ସମ୍ପର୍କରେ ଆମ ସମୟର ବିଶିଷ୍ଟ ସାହିତ୍ଯିକମାନେ ଦେଇଥିବା ମତକୁ ମଧ୍ଯ ଏଥିରେ ସ୍ଥାନିତ କରାଯାଇଛି । ଏହି କ୍ରମରେ - ପ୍ରଫେସର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ, ରାମକୃଷ୍ଣ ଶାସ୍ତ୍ରୀ, ପ୍ରଫେସର କୁଞ୍ଜ ବିହାରୀ ଦାସ, କବି ଅନନ୍ତ ପଟ୍ଟନାୟକ, ବିପିନ ବିହାରୀ ରାୟ, ଆଚାର୍ଯ୍ୟ ହରିହର ଓ ଡ଼ଃ ଶ୍ରଦ୍ଧାକର ସୂପକାରଙ୍କ ମତ ରଖିଛନ୍ତି । ଆହୁରି ମଧ୍ୟ ଅଧ୍ୟାପକ ମଦନ ମୋହନ ମିଶ୍ର, ଶଶାଙ୍କ ଚୂଡ଼ାମଣି, ତପନ ପଟ୍ଟନାୟକ, ପୁରୁଷୋତ୍ତମ ମହାପାତ୍ର, ସଂଗ୍ରାମ ହରିଚନ୍ଦନ, ସ୍ନିଗ୍ଧା ରାଣୀ ମହାପାତ୍ରଙ୍କ ଲେଖାମାନ ରହିଛି । ସେହିପରି ପ୍ରବନ୍ଧ ବିଭାଗରେ ଗୋପୀନାଥ ମହାନ୍ତି, ପ୍ରଫେସର ଗୌରୀ କୁମାର ବ୍ରହ୍ମା, ଡାକ୍ତର ଦେବେନ୍ଦ୍ର ନାଥ ମାନସିଂହ ସୁଧା ଦାସଙ୍କ ସ୍ବତନ୍ତ୍ର ଆଲେଖ୍ଯ ରହିଛି ।
ଗୋଦାବରୀଶ ମହାପାତ୍ର, ବିଜୟ ପ୍ରଧାନ, ଡ଼ଃ .ବାସୁଦେବ ସାହୁ, ସଞ୍ଜୟ କର, ଶାନ୍ତନୁ କୁମାର ଦାଶ, ଇନ୍ଦ୍ରମଣି ସାହୁ, କାଶୀନାଥ ନନ୍ଦୀ, ଅନିଲ କୁମାର ଦାସଙ୍କ ଗଳ୍ପସବୁ ରହିଥିବାବେଳେ ଗୋଦାବରୀଶ ମହାପାତ୍ର, ଚାନ୍ଦ କୁମାର ମହାନ୍ତି , ପ୍ରହରାଜ ସତ୍ୟ ନାରାୟଣ ନନ୍ଦ, ରଂଜିତା ନାୟକ ବ୍ରହ୍ମା ନନ୍ଦ ଦାସ, କୁଳମଣି ଜେନା, ହୁସେନ ରବି ଗାନ୍ଧୀ, ଏକଲବ୍ୟ, ନିରଞ୍ଜନ ପଢି, ସରୋଜିନୀ ମିଶ୍ର, ଡ଼ଃ.ଚିତ୍ତରଞ୍ଜନ ମିଶ୍ର, ରାଜକିଶୋର ଦାସ, ଗୌରାଙ୍ଗ ଚନ୍ଦ୍ର ଦାଶ, ଗଜାନନ ମିଶ୍ର, ଅଧ୍ୟାପକ ଦାମୋଦର ବେହେରା, ସୁବ୍ରତ କୁମାର ଦାସ, ଅନିଲ ଚନ୍ଦ୍ର ଦାଶ, ଶ୍ରୀଦେବ, ମନୋରଞ୍ଜନ ପାଣିଗ୍ରାହୀ, ଭାରତ ମାଝୀ, ଜୟପ୍ରକାଶ ପ୍ରଧାନଙ୍କ କବିତାମାନ ରହିଛି ।
ଏହି ସଂଖ୍ଯାର ଚଳନ୍ତିକାରେ - ନୃସିଂହ ଚରଣ ରଥ, ସ୍ମୃତି ଅନୁଭୂତିରେ କାନନ ମିଶ୍ର , ଆଇନାରେ ସୁଧା ଦାସଙ୍କ କବିତାର ଅଂଗୀକାର ରହିଛି । ଏହି ସଂଖ୍ଯାରେ ଡ଼କ୍ଟର ପ୍ରତିଭା ଶତପଥିଙ୍କ ଆତ୍ମ ଜୀବନୀ ରହିଥିବାବେଳେ ଅନ୍ୟ ଦିଗନ୍ତରେ ଅକ୍ଟାଭିଓ ପାଜ, ବସନ୍ତ କୁମାର ପଣ୍ଡାଙ୍କ ଭାରତ ପଥିକ ଆଦି ରହିଛି । ଏତଦ୍ ବ୍ଯତୀତ ଏହି ସଂଖ୍ଯାରେ ଅମିତାଭ ଦାସଙ୍କ ଅନୁଦିତ ବିଭିନ୍ନ ଭାଷାର କବିତାର ଅନୁବାଦ ସହ କୈଳାଶ ତ୍ରିପାଠୀଙ୍କ ଇଂରାଜୀ କବିତା ଓ ଭାରତୀୟ କବିତା ରହିଛି । ପ୍ରତିମା ଦାଶ, ସୁବାଷ କର ଦେବାଶିଷ ଚକ୍ରବର୍ତ୍ତୀଙ୍କ ଗୀତି କବିତା ରହିଥିବାବେଳେ ଶେଷ କବିତାରେ ଡ଼ଃ ପ୍ରସନ୍ନ ପାଟ୍ଟଶାଣୀଙ୍କର ବେଶ ହୃଦୟସ୍ପର୍ଶୀ କବିତା ଏଇଠୁ ଆରମ୍ଭ ଆଦି ରହିଛି ।