ଅନ୍ତର୍ଦ୍ବନ୍ଦ୍ବ

'ଅନ୍ତର୍ଦାହ' ଓ 'ଅନ୍ତର୍ଦୃଷ୍ଟି' ପରେ ବଳରାମ ଦାଶଙ୍କର ଏହା ତୃତୀୟ ଉପନ୍ଯାସ ।
ବଳରାମ ଦାଶ
Digital (PDF)
INR 50.00

ବଳରାମ ଦାଶ, ସାହିତ୍ଯର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ବେଶ୍ ପାଠକୀୟ ଶ୍ରଦ୍ଧା ଲାଭ କରିଛନ୍ତି । ଚରିତ୍ରମାନଙ୍କର ପରିଚ୍ଛନ୍ନ ଚିତ୍ରଣ, ସାବଲୀଳ ଭାଷା ଓ ଭାବର ମହାମିଳନ ତାଙ୍କ ସୃଜନ ଦର୍ପଣ । ଏହି ଉପନ୍ଯାସରେ ସମାଜର ପ୍ରଚ୍ଛଦରେ ବିଭିନ୍ନ ସମୟରେ ଘଟୁଥିବା ଭିନ୍ନ ଭିନ୍ନ ଘଟଣାର ଚିତ୍ର ଓ ଚରିତ୍ରର ବର୍ଣ୍ଣନା ଅତି ଚମତ୍କାର ଭାବରେ ବର୍ଣ୍ଣନା କରାଯାଇଛି ।

ବୃତ୍ତିରେ ଶିକ୍ଷକ ରୂପେ ସେ ଯେମିତି ଚର୍ଚ୍ଚିତ ଥିଲେ, ଠିକ୍ ସେମିତି ଲେଖନୀ ଚାଳନା କରି ବି ସେ ପ୍ରସିଦ୍ଧି ପାଇଛନ୍ତି । ତାଙ୍କର ସାରସ୍ବତ କୃତି ମଧ୍ୟରେ ରହିଛି - 'ସୁନ୍ଦରୀ', 'ଦକ୍ଷିଣେଶ୍ବର ଜଣାଣ', 'ନିର୍ବାସିତା', 'ରାବଣ', 'ପ୍ରାଚୀ ମହାତ୍ମ୍ଯ', 'ଜନକ ନନ୍ଦିନୀ', 'ମହାଭାରତରେ ନାରୀ', 'କୂଳବଧୂ', 'ଅନ୍ତର୍ଦାହ', 'ଅନ୍ତର୍ଦୃଷ୍ଟି', 'କ୍ଲାନ୍ତ ଅପରାହ୍ନ', 'ରକ୍ତ କର୍କଟ' ।

Report an Error