ଅମିତ୍ର ଅଂଧାର

ଓଡି଼ଆ ଆଧୁନିକ କବିତାର କବି ରକ୍ଷକ ନାୟକ ଜଣେ ଶ୍ରଦ୍ଧାଶୀଳ ଉଚ୍ଚାରଣ । ନିଜର ଅନୁଭବ, ଅତୀତର ଘଟଣା ଏବଂ ବର୍ତ୍ତମାନର ପରିସ୍ଥିତିକୁ ସର୍ଜନାତ୍ମକ ଶୈଳୀରେ ଉପସ୍ଥାପନ କରିବାରେ ସେ ବେଶ୍ ସିଦ୍ଧହସ୍ତ ।
ରକ୍ଷକ ନାୟକ
Digital (PDF)
INR 100.00

ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ, ସେ ସୃଷ୍ଟି କରି ଚାଲିଛନ୍ତି ଅନେକ କବିତା । ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ ଆସାଧାରଣତା, ତାଙ୍କ କବିତାଗୁଡ଼ିକ ପାଠକ ମନରେ ଏକ ଭିନ୍ନ ଭାବ ପ୍ରତିଫଳିତ କରିଥାଏ।

ସେ କବିତା ରଚନା କରିବା ସହିତ ପତ୍ରିକା ସମ୍ପାଦନାରେ ମଧ୍ୟ ଜଡ଼ିତ । ‘ଉର୍ଦ୍ଧ୍ବ ଉଡ଼ାଣ’ ପାଣ୍ଡୁଲିପି ପାଇଁ ୧୯୯୭ରେ ରାଜ୍ୟ ଯୁବ ପୁରସ୍କାର ପାଇଥିବା ଶ୍ରୀ ନାୟକ ୨୦୧୩ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ପ୍ରାୟ ସତୁରୀଟି କବିତାକୁ ନେଇ ରଚିତ କବିତା ସଂକଳନ 'ଅମିତ୍ର ଅଂଧାର' ୨୦୧୯ ମସିହାରେ ପ୍ରକାଶିତ ହାେଇଥିଲା । ପୂର୍ବରୁ ପ୍ରକାଶିତ ତାଙ୍କ ପୁସ୍ତକଗୁଡ଼ିକ ହେଲା- 'ଉର୍ଦ୍ଧ୍ବ ଉଡ଼ାଣ', 'ବ୍ରହ୍ମଶୀଳା', 'ବୀଜବିକ୍ଷେପ', 'ଅସରନ୍ତି ଅନ୍ତାକ୍ଷରୀ', 'ଆଉ ସବୁ ସାକ୍ଷାତରେ', 'ଅନ୍ବେଷା ଅହର୍ନିଶ', 'ଅର୍ଗଳ ଅନର୍ଗଳ' ଓ 'ଶେଷହୀନ ସନ୍ତରଣ' ।

Report an Error