ଅଭୁଲା ସ୍ମୃତି

କଥାକାର ଶ୍ରୀ ବଳରାମ ଦାଶଙ୍କ ଏକ କ୍ଷୁଦ୍ର କବିତା ସଂକଳନ - ଅଭୁଲା ସ୍ମୃତି ।
Author: ବଳରାମ ଦାଶ
Digital (PDF)
INR 50.00

କଥାକାର ଶ୍ରୀ ବଳରାମ ଦାଶ, ସାହିତ୍ଯର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ବେଶ୍ ପାଠକୀୟ ଶ୍ରଦ୍ଧା ଲାଭ କରିଛନ୍ତି । ତାଙ୍କର ସାରସ୍ବତ କୃତି ମଧ୍ୟରେ ରହିଛି - 'ସୁନ୍ଦରୀ', 'ଦକ୍ଷିଣେଶ୍ବର ଜଣାଣ', 'ନିର୍ବାସିତା ନାଟକ', 'ରାବଣ ନାଟକ', 'ପ୍ରାଚୀମାହାତ୍ମ୍ଯ', 'ଜନକ ନନ୍ଦିନୀ', 'ମହାଭାରତରେ ନାରୀ', 'କୂଳବଧୂ ଉପନ୍ୟାସ', 'ଅନ୍ତର୍ଦାହ ଉପନ୍ୟାସ ଇତ୍ୟାଦି |

'ଅଭୁଲା ସ୍ମୃତି' ତାଙ୍କର ଏକ କ୍ଷୁଦ୍ର କବିତା ସଂକଳନ | ବର୍ତ୍ତମାନର ମାନବ ସମାଜ କେବଳ ଆଗକୁ ମାଡି ଚାଲିବାରେ ବ୍ୟସ୍ତ । ତଳେ ପଡି ଯାଇଥିବା ଲୋକର ମଲି ମଲି ଡାକ ନ ଶୁଣି ତା ଛାତି ଉପରେ ଗୋଡ ରଖି ଆଗେଇ ଚାଲି ଯାଉଛନ୍ତି । ଏହା ଏକ ସଂପର୍କ ବିହୀନ ଯୁଗ । ଏହି ଅବସ୍ଥାରେ ଲେଖକଙ୍କ ମନରେ ବହୁ ପୁରୁଣା କଥା ବିଶେଷ ଭାବରେ ପିଲାଦିନର କଥା ସ୍ମରଣକୁ ଆସିଛି, ସେ ସବୁ କଥାକୁ ଲିପିବଦ୍ଧ କରିବାର ଚେଷ୍ଟା ହେଉଛି “ଅଭୁଲା ସ୍ମୃତି” । ଏହା ପାଠକଙ୍କୁ ମୁଗ୍ଧ କରିବ ବୋଲି ଆଶା |

Report an Error