କବିତା

କବି ଶୈଳବାଳା ମହାପାତ୍ରଙ୍କ କବିତାରେ ଥାଏ ଏକ ଛଳ ଛଳ ଜୀବନ୍ମୟତା । ସେ ଅନୁରାଗ ଓ ବିଷାଦର ଏକ ନୀରବ ରାଗିଣୀ ।


ଭୋର୍ ପବନରେ

ଚହଟିଯାଏ ଯେଉଁ ଶବ୍ଦର ମହକ

ତୁମ ଓଠରୁ

ତୁମ ଆଖିରୁ

ତାକୁ ସମ୍ଭାଳି ରଖେ

ପଞ୍ଜରା ତଳେ

ଅତି ନିରୋଳାରେ । 


ଦିନ କଟିଯାଏ ଭିଡ଼ ଭାଡ

ବ୍ୟସ୍ତତାରେ

ମୁହୂର୍ତ୍ତକ ପାଇଁ ଛୁଇଁ ହୁଏନି

ସେଇ ନିଶବ୍ଦ ଶବ୍ଦକୁ

ସଞ୍ଜ ନଇଁ ଯାଏ

ବିଚିତ୍ର ବିଷାଦରେ ।  


ରାତିକୁ ଖୋଲେ

ପଞ୍ଜରା ତଳର ବଖରା

ସାରା ଦିନ ସମ୍ଭାଳି ଥିବା ସେଇ ସିନ୍ଦୁକ

ଖୋଲିଯାଏ

ଅତୀତର ଟିପ ଛୁଆଁରେ । 


ସାଇତା ଶବ୍ଦମାନେ ସଜାଡ଼ି ବସନ୍ତି

ଶ୍ୟାମଳ ଶୋକ

ରାତି ପାହିଲା ବେଳକୁ ସିନ୍ଦୁକରେ

ଚକ୍ ଚକ୍

ଦୁଇ ଟୋପା ଲୁହ !!



"କବିତା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ