ମୋର ବୋଲି କିଛି ନଥିଲା
ନା ଘର ନା ସଂସାର,
ଅଥଚ ମୋର କଣ ନଥିଲା ?
ପାହାଡ଼ ଆର ପାଖରେ ସୂର୍ଯ୍ୟ ଲିଭିଗଲା ପରେ
ଦିଶେ ଈଶ୍ଵରଙ୍କ ମୁହଁ,
ଉଜ୍ଜ୍ବଳ ଓ ଅନ୍ଧାର
ଯେମିତି କରୁଣାର୍ଦ୍ର ପେଚାଟିଏ ବସିଛି
ଥୁଣ୍ଟା ଗଛର ଡାଳରେ,
ବା କୁଜ୍ଝଟିକା ଓ ବୋକି ତାରା
ଯେମିତି ସାତଶହ ଧଳାବସ୍ତ୍ର ପିନ୍ଧା