ଏ ସହରରେ କେହି ଜାଣନ୍ତି ନାଇଁ ଯେ
ଲୋକଟେ କବିତା ଲେଖେ,
ସକାଳର କଅଁଳ ସୂର୍ଯ୍ୟ ଦେଖିବାକୁ
ଯେଉଁ ଦଳେ ଲୋକ ମର୍ଣ୍ଣିଂଓ୍ଵାକ୍ ରେ ବାହାରନ୍ତି
ସେମାନେ ନିଆଁଲିଭା ଅଫିସ ଓ ନିଜ ଇଲାକାର
ଥାନାର ନମ୍ବର ଜାଣିଥାନ୍ତି ।
ରାଜଘାଟରେ ଶବଦାହ ପାଇଁ
ସହଜରେ ମିଳିଯାଏ କାଠ ଓ
କବିତାର ଡେଣା ନଥିବା କଥା