ପ୍ରଦୀପ କୁମାର ପଣ୍ଡା
Contact

ବଳକା ଜୀବନ

ଦେଖଯେ ପୃଥିବୀ ବୋଇଲେ ଏତିକି । ଆଂଜୁଳାରେ ଭର୍ତ୍ତିକର ଯେତେ ପାର ସେତେ ବାଲି, ଆଂଗୁଠି ସଂଧିରୁ ନିଗିଡି ଗଲା ଯେତିକି ବାଲି, ତାହା ହିଁ ଜୀବନ । ହାତ ମୁଠାରେ ରହିଗଲା ଯେତିକି ବାଲି ଦେଖ ଯେ ତାହା ବଳକା ଜୀବନ ।


ଦେଖଯେ ସମୁଦ୍ର ଫମୁଦ୍ର ସବୁ କିଂବଦଂତୀର କଥା । ପାହାଡ ଅରଣ୍ୟ ଶୃଗାଳ ଓ ଶାଗୁଣା, ସବୁ ପୁରାଣର କଥା । ପୃଥିବୀ ବୋଇଲେ ଏଇ ବାଲି, ଆମର ଆଖି ପାଉଥିବା ଯାଏଁ ବାଲି । ପଛରେ ତିରୋହନର ନିୟତିରେ ଛାଡି ଆସୁଥିବା ଆମର ପାଦଚିହ୍ନ ଓ ବାଲି, ଆଗରେ ଆମର ଗିରି ଲଂଘିବାର ଆସ୍ଫାଳନକୁ ଅବଜ୍ଞା କରୁଥିବା ଅମାପ ତତଲା ବାଲି। ଡେବିରୀ ଆଡେ ସୁଉଚ୍ଚ କୁଦ, ବାଲିର ।

To continue reading "ବଳକା ଜୀବନ", login now.

This page has been protected for subscriber only and it is free to subscribe.

Report an Error