ଜଲାଲ ଆଦେନି, ଓଡିଆ ସିନେମା ସଙ୍ଗୀତର ଏକ ଦିଗହଜା ମଧୁର ମୂର୍ଚ୍ଛନା

ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା ଓ ସଙ୍ଗୀତ ନିର୍ଦ୍ଦେଶକ ତଥା ନିଦ ଭରା ରାତି ମଧୁ ଝରା ଜହ୍ନ ଫିକା ଫିକା ଏଇ ଜୋଛନା, ନୂପୁର କାହିଁକି ମୁଁ ବାନ୍ଧିଲି.......ଭଳି କାଳଜୟୀ ସଙ୍ଗୀତର ସ୍ରଷ୍ଟା ଜଲାଲ ଆଦେନିଙ୍କୁ ଆମେ ତାଙ୍କ ଜୀବଦ୍ଦଶାରେ ବିଲକୁଲ ଶ୍ରେୟ ଦେଇନୁ । ମଲାପରେ ବି ଆମେ ତାଙ୍କୁ ସେମିତି ସ୍ମୃତିରୁ ପୋଛି ଦେବାକୁ ବସିଛୁ । ଓଡିଆ ସଙ୍ଗୀତର ଏଇ ବିସ୍ମୃତ ବ୍ୟକ୍ତିତ୍ବଙ୍କ ଜୀବନ ଓ ସାଧନାକୁ ନେଇ ଏଇ ଛୋଟିଆ ଆଲେଖ୍ୟ ।


ବ୍ରହ୍ମପୁର ସହର ଚଳଚ୍ଚିତ୍ର ମାୟାରେ ଦୀର୍ଘଦିନରୁ ଆବଦ୍ଧ । ଏଠାରେ ରାଜ୍ୟର ପ୍ରଥମ ସ୍ଥାୟୀ ପ୍ରେକ୍ଷାଳୟ ‘ଶ୍ରୀ ସୀତାରାମ ବିଳାସ ଟକିଜ’ ୧୯୨୮ରେ ପ୍ରତିଷ୍ଠିତ ହୋଇଥିଲା । ଏଥିପୂର୍ବରୁ ତମ୍ୱୁ ଟାଣି ଚଳଚ୍ଚିତ୍ର ପ୍ରଦର୍ଶନର ବ୍ୟବସ୍ଥା କରାଯାଉଥିଲା । ଏସଏସଭିଟିରେ ପ୍ରଥମେ ମୂକ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଥିଲା । ରୂପେଲି ପରଦା ପାର୍ଶ୍ୱରେ ଏକ ବ୍ୟାଣ୍ଡ ବାଦକ ଦଳ ଆବହ ସଂଗୀତ ପରିବେଷଣ କରୁଥାନ୍ତି । ଜଣେ ସ୍ଥାନୀୟ ଭାଷ୍ୟକାର ଲାଉଡ଼ସ୍କିକର

"ଜଲାଲ ଆଦେନି, ଓଡିଆ ସିନେମା ସଙ୍ଗୀତର ଏକ ଦିଗହଜା ମଧୁର ମୂର୍ଚ୍ଛନା " ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ