ଓଡିଆ ଜାତିର ଶ୍ରୀ, ଶୌର୍ଯ୍ଯ ଓ ସମୃଦ୍ଧିର ପ୍ରତୀକ ସମ୍ରାଟ ଖାରବେଳଙ୍କ ଜୀବନକୁ କେନ୍ଦ୍ର କରି ଏହି ଉପନ୍ଯାସ । ଇତିହାସର ପୃଷ୍ଠାରୁ ସେହି ଜୀବନୀକୁ ନେଇ ଏକ ଉପନ୍ଯାସର ରୂପ ଦେଇଛନ୍ତି ଓଡିଆ ସିନେମାର ଅନ୍ଯତମ କିମ୍ବଦନ୍ତୀ ତଥା କଥାଶିଳ୍ପୀ ଓ ସ୍ତମ୍ଭକାର ପ୍ରଶାନ୍ତ ନନ୍ଦ ।
Author: ପ୍ରଶାନ୍ତ ନନ୍ଦ
Digital (PDF)
INR 250.00

ସମ୍ରାଟ ଖାରବେଳକୁ ନେଇ ଅନେକ ଗବେଷଣା ହାେଇଛି, ଏବେବି ହେଉଛି । ତାଙ୍କ ଜୀବନ ବି ସରଳରୈଖିକ ନୁହେଁ । ଇତିହାସର ରତ୍ନଭଣ୍ଡାରରୁ ସେହି ଜୀବନୀର ରତ୍ନସବୁକୁ ଏକାଠି କରି ପାଠକଙ୍କୁ ବହୁମୂଲ୍ଯ କାଳଜୟୀ ଉପହାର ଦେଇଛନ୍ତି ପ୍ରଶାନ୍ତ ନନ୍ଦ ।

ଶ୍ରୀ ପ୍ରଶାନ୍ତ ନନ୍ଦ ଅନନ୍ୟ, ଏକ ବହୁଦା ବ୍ୟକ୍ତିତ୍ୱ । ଚଳଚ୍ଚିତ୍ର ଜଗତର ସଶ୍ରଦ୍ଧ ଉଚ୍ଚାରିତ ନାମ – ଓଡ଼ିଆ ବିବର୍ତ୍ତନର ତେଜସ୍ୱୀ ସ୍ପଷ୍ଟ ପଦଚିହ୍ନ – ଇତିହାସରେ ପ୍ରତିଭାଦୀପ୍ତ ଏ ନାଁ କେବେ ବି ଭୁଲିବାର ନୁହେଁ । ଅଧୁନା ଅବକ୍ଷୟୀ ମାନବୀୟ ମୂଲ୍ୟବୋଧର ବିଭିନ୍ନ ବିଭାବକୁ ଅନ୍ତଦୃଷ୍ଟି ଦେଇପରଖି ଅନୁଭୂତିର ସ୍ପର୍ଶ ଦେଇ ଖୁବ୍ ମନୋଜ୍ଞ ଭାବରେ ପାଠକ ନିକଟରେ ଏ ମଧ୍ୟରେ ଖୁବ୍ ପରିଚିତ ହୋଇ ସାରିଛନ୍ତି ଜଣେ ବଳିଷ୍ଠ ସ୍ତମ୍ଭକାର ରୂପେ ‘ସମାଜ’ରେ ପ୍ରକାଶ ପାଉଥିବା ‘ଓଲଟ ପାଲଟ’ ସ୍ତମ୍ଭରେ । ତାଙ୍କ ସାହିତ୍ୟ ସୃଷ୍ଟି ସଂପଦ ‘ପଲସା’ ଓ ‘ତ୍ରିକନ୍ୟା’ ପାଠକୀୟ ସ୍ୱୀକୃତି ପାଇସାରିଛି । ଚରିତ୍ର ନିର୍ମାଣ ଓ ଭାଷାଶୈଳୀ ଗଠନରେ ତାଙ୍କର ସ୍ୱକୀୟତା ତାଙ୍କ ଲେଖନୀରେ ଉପଲବ୍ଧ । ପ୍ରତିଟି ସୃଷ୍ଟିରେ ପ୍ରତିଫଳିତ ତାଙ୍କର ସମ୍ବେଦନଶୀଳତା, ଯୁକ୍ତିଯୁକ୍ତ ଉପସ୍ଥାପନ ଓ ବିଶ୍ଳେଷଣ, ନିଆରା ଦେଖିବାର ମନନଶୀଳତା ପାଠକର ଚିତ୍ତସିକ୍ତ କରିବାରେ ସକ୍ଷମ । କିଛି ନୂଆ ଶୈଳୀରେ ଲେଖିବାର ଅଭିପ୍‌ସା ତାଙ୍କ ସୃଜନ ସୃଷ୍ଟିର ମୂଳ ଲକ୍ଷ୍ୟ ।

ଉପନ୍ୟାସ ‘ଯୋଦ୍ଧା’ର ମୁଖ୍ୟ ଚରିତ୍ର ଖାରବେଳଙ୍କ ଚରିତ୍ରରେ ଔପନ୍ୟାସିକ ଶ୍ରୀ ନନ୍ଦ ଅନ୍ତଃହୀନ ସମୟକୁ ଖୋଜି ଚାଲିଛନ୍ତି ଓଡ଼ିଆତ୍ୱର ନିଜସ୍ୱ ସ୍ୱାଭିମାନରେ ।

Report an Error