କଥା ଅରବିନ୍ଦ - ୨

ନିଜ କାହାଣୀ, ଚରିତ୍ର ଓ ବର୍ଣ୍ଣନାରେ ସଚ୍ଚୋଟତା ରଖୁଥିବା କଥାଶିଳ୍ପୀ ଅରବିନ୍ଦ ରାୟଙ୍କ ବିଭିନ୍ନ ସଂକଳନରେ ପ୍ରକାଶିତ ତଥା ବହୁ ପାଠକପ୍ରିୟ କାହାଣୀଗୁଡିକୁ ନେଇ ସଂକଳିତ 'କଥା ଅରବିନ୍ଦ - ୨'ର ପ୍ରକାଶନ ଆମ କଥା ସାହିତ୍ଯ ପାଇଁ ଏକ ମାହେନ୍ଦ୍ର ଅବସର ।
Author: ଅରବିନ୍ଦ ରାୟ
Digital (PDF)
INR 399.00

ଆମେ ବଞ୍ଚୁଥିବା ସମୟ ଏକ ଅଦ୍ଭୁତ ସମୟ । ଜୀବନକୁ ଅଣନିଃଶ୍ବାସୀ କରି ଯେମିତି ପ୍ରତି ମୁହୂର୍ତ୍ତରେ ଜୀବନଠାରୁ ପଳାୟନ କରିବାର ବାଟ ଖୋଜୁଛି ମଣିଷ । କେତେବେଳେ ଅସହାୟତା ତ ଆଉ କେତେବେଳେ ପରିବର୍ତ୍ତିତ ପରିସ୍ଥିତି ସହ ନିଜକୁ ଖାପ ଖୁଆଇ ନ ପାରି ନିଃସଙ୍ଗତାରେ ଜଡସଡ । ସମକାଳୀନ ମଣିଷର ଏଭଳି ଚିତ୍ରକୁ ଅବିକଳ ଥୋଇପାରୁଥିବା ଜଣେ କଥାକାର ଅରବିନ୍ଦ ରାୟ । ତାଙ୍କ କଥା ଜଗତ ସବୁବେଳେ ବ୍ଯତିକ୍ରମୀ ଓ ଅନନ୍ଯ । ସେ ଅତି ବିଶ୍ବସ୍ତ ଓ ଅନ୍ତରଙ୍ଗ ଭାବେ ନିଜେ ବଞ୍ଚିଥିବା ସମୟର ଜଗତ ଓ ଜୀବନକୁ ଆମ ସହିତ ଚିହ୍ନେଇ ଚାଲିଛନ୍ତି । କୌଣସି ପରୀକ୍ଷାନିରୀକ୍ଷା ନକରି, କୌଣସି ବାଦର ବଶବର୍ତ୍ତୀ ନହାେଇ ସେ ଖାଣ୍ଟି ଓଡିଆ କାହାଣୀ ପରିବେଷଣ କରି ଚାଲିଛନ୍ତି । ତାଙ୍କର ପ୍ରତିଟି କାହାଣୀ ଭିତରେ ପାଠକ ନିଜକୁ ଓ ନିଜ ସମୟରେ ଖୋଜିପାଏ, ତେଣୁ ଗପଟି ସହିତ ନିଜକୁ ଯୋଡିପକାଏ । ଏହାହିଁ କଥାଶିଳ୍ପୀ ଅରବିନ୍ଦ ରାୟଙ୍କ ବିଶେଷତ୍ବ ।

Report an Error