କଥା ଅରବିନ୍ଦ - ‍‍୧

ନିଜ କାହାଣୀ, ଚରିତ୍ର ଓ ବର୍ଣ୍ଣନାରେ ସଚ୍ଚୋଟତା ରଖୁଥିବା କଥାଶିଳ୍ପୀ ଅରବିନ୍ଦ ରାୟଙ୍କ ବିଭିନ୍ନ ସଂକଳନରେ ପ୍ରକାଶିତ ତଥା ବହୁ ପାଠକପ୍ରିୟ କାହାଣୀଗୁଡିକୁ ନେଇ ସଂକଳିତ 'କଥା ଅରବିନ୍ଦ - ‍‍୧' ର ପ୍ରକାଶନ ଆମ କଥା ସାହିତ୍ଯ ପାଇଁ ଏକ ମାହେନ୍ଦ୍ର ଅବସର ।
Author: ଅରବିନ୍ଦ ରାୟ
Digital (PDF)
INR 499.00

ସମକାଳୀନ ଓଡିଆ କଥା ସାହିତ୍ଯର ଜଣେ ବ୍ଯତିକ୍ରମୀ କଥାଶିଳ୍ପୀ ଅରବିନ୍ଦ ରାୟ । ନିଜେ ବଂଚୁଥିବା ସମୟ ପ୍ରତି ବେଶ୍ ବିଶ୍ବସ୍ତ କଥାଶିଳ୍ପୀ ଅରବିନ୍ଦ ରାୟ କେଉଁ କଳ୍ପଲୋକର କଥା କହିବାକୁ ପସନ୍ଦ କରନ୍ତି ନାହିଁ, ବରଂ ନିଜ ଆଖପାଖର ଚିତ୍ର ଓ ଚରିତ୍ରମାନଙ୍କୁ ନେଇ ନିଜ ଅଭିଜ୍ଞତା ତଥା ଅନୁଭୂତିକୁ ବିଶ୍ବସ୍ତ ଭାବେ ବୟାନ କରନ୍ତି । କୌଣସି ବାଦରେ ବିଶ୍ବାସ ନ କରି ସେ ସବୁ ମଣିଷର ଆବେଗ, ମନସ୍ତତ୍ତ୍ବ ଓ ଜୀବନ ଜୀବିକାର କଥା, ସଂପର୍କ ସମେତ ସ୍ବପ୍ନ ଓ ସ୍ବପ୍ନଭଙ୍ଗର କାହାଣୀକୁ ଆମ ଆଗରେ ପରଷିଦେବାର ପ୍ରୟାସ କରନ୍ତି । ଏଥିପାଇଁ ତାଙ୍କ କଥା ଓ କାହାଣୀ ସବୁବେଳେ ପାଠକ ପାଇଁ ବିଶ୍ବସ୍ତ ତଥା ଅନ୍ତରଙ୍ଗ । ଏହି ଅନ୍ତରଙ୍ଗତା ହିଁ ଏହି କଥାଶିଳ୍ପୀଙ୍କ ପାଇଁ ସବୁଠାରୁ ବଡ ସ୍ବୀକୃତି ।

Report an Error