1. ଶ୍ରୀଜଗନ୍ନାଥ ଓ ମଠ ପରମ୍ପରା
2. ସ୍ନାନ ପୂର୍ଣ୍ଣିମା
3. ଶ୍ରୀଜଗନ୍ନାଥ ଓ ଅଣସର
4. ଦଶମୂଳ ମୋଦକ ଖାଇ ସୁସ୍ଥ ହୁଅନ୍ତି ମହାପ୍ରଭୁ
5. ଅଣସର ଓ ଅଲାରନାଥ
6. ଐତିହ୍ୟର ଜୟଯାତ୍ରା - ରଥଯାତ୍ରା
7. ଫଟୋରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା
8. ହେରା ପଞ୍ଚମୀ
9. ରଥାରୂଢ଼ ଶ୍ରୀଜୀଉ ଓ ସୁନାବେଶ
10. ମହାପ୍ରଭୁଙ୍କ ଅଧରପଣା
11. ପବିତ୍ର ଘୋଷ ଯାତ୍ରାର ଅନ୍ତିମ ପର୍ବ: ‘ନୀଳାଦ୍ରିବିଜେ’
12. ମହାପ୍ରସାଦକୁ ନେଇ କିଛି ଜଣା ଅଜଣା କଥା
ଶ୍ରୀଜଗନ୍ନାଥ ଓ ମଠ ପରମ୍ପରା
ମଠମନ୍ଦିରର ପରମ୍ପରା ଆଉ ଶ୍ରୀଜଗନ୍ନାଥଙ୍କୁ ନେଇ ଶ୍ରୀକ୍ଷେତ୍ର ସାରା ବିଶ୍ବରେ ପରିଚିତ । ଶ୍ରୀକ୍ଷେତ୍ରରେ ଜଗନ୍ନାଥ ସଂସ୍କୃତି ଯେତିକି ପୁରାତନ ତା’ଠୁ ସେତିକି ପୁରୁଣା ମଠ ପରମ୍ପରା । ପୂର୍ବରୁ ପୁରୀରେ ୭୫୨ଟି ମଠ ରହିଥିବାର ସୂଚନା ରହିଛି । ଏବେ ବି ପୁରୀରେ ୮୦ ରୁ ଊର୍ଦ୍ଧ୍ଵ ମଠ ରହିଥିବା ସ୍ଥଳେ ଶୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ ସହର କରିବା ନେଇ ସରକାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ପ୍ରକ୍ରିୟାରେ ବହୁ ମଠ ଉଚ୍ଛେଦ ହୋଇଛି । ମାତ୍ର ଶ୍ରୀଜଗନ୍ନାଥଙ୍କ ସେବାରେ କିଛି ମଠ ପ୍ରତ୍ୟକ୍ଷ ରୂପେ ଯୋଗଦାନ କରୁଛନ୍ତି । ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ସମ୍ପ୍ରଦାୟର ମଠମାନଙ୍କ ସହିତ ଶ୍ରୀମନ୍ଦିରର ବିଭିନ୍ନ ପ୍ରକାର ସେବା - ସମ୍ପର୍କ ରହିଛି । ଅମୃତ ମଣୋହି ଭୋଗଠାରୁ ଆରମ୍ଭ କରି ଶ୍ରୀବିଗ୍ରହଙ୍କ ବିଭିନ୍ନ ବେଶ ଓ ନୀତି ପାଇଁ ବିଭିନ୍ନ ସେବା ଯୋଗାଇଥାନ୍ତି। ସମ୍ପ୍ରତି ଏହି ସେବାରୁ ଅଳ୍ପ ସଂଖ୍ୟକ ମଠ ବିଚ୍ୟୁତ ହୋଇଯାଇଥିଲେ ହେଁ, ଏବେ ମଧ୍ୟ ଅନ୍ୟ କେତେକ ମଠ ଶ୍ରୀମନ୍ଦିରରେ ସେବାପୂଜା, ଯାନିଯାତ୍ରା ସହିତ ସଂଶ୍ଳିଷ୍ଟ ରହି ଆସୁଛନ୍ତି । ବିଶେଷ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରଥ ଓ ବାହୁଡ଼ା ଯାତ୍ରାରେ କେତେକ ନିର୍ଦ୍ଦିଷ୍ଟ ମଠମାନଙ୍କର ସେବା ଓ ଦ୍ରବ୍ୟ ଯୋଗାଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ପୁରୀର ସର୍ବ ପ୍ରାଚୀନ ମଠ ରୂପେ ଗୋବର୍ଦ୍ଧନ ମଠକୁ ମାନ୍ୟତା ମିଳିଛି । ଆଦି ଶଙ୍କାରାଚର୍ଯ୍ୟାଙ୍କ
"ଶ୍ରୀଜଗନ୍ନାଥ ଓ ମଠ ପରମ୍ପରା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |