ଶ୍ରୀଜଗନ୍ନାଥ ଓ ଅଣସର

ଜଗତର ନାଥ ଜଗନ୍ନାଥ । ତାଙ୍କ ମାନବୀୟ ଲୀଳା ଅପାର । ସାଧାରଣ ମଣିଷ ପରି ମହାପ୍ରଭୁଙ୍କ ଦିନଚର୍ଯା ଆରମ୍ଭ ହୋଇଥାଏ । ପୁଣି ସେ ମଣିଷ ପରି ରୋଗରେ ମଧ୍ୟ ପୀଡିତ ହୁଅନ୍ତି । ଲଗାତର ୨୧ଦିନ ଧରି ନରେନ୍ଦ୍ର ପୋଖରୀରେ ଚାପ ଖେଳିବା ପରେ ସ୍ନାନପୂର୍ଣ୍ଣିମାରେ ଶ୍ରୀଜୀଉମାନେ ୧୦୮ ଗରା ଜଳରେ ସ୍ନାନ କରିଥାନ୍ତି । ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ହୋଇଛନ୍ତି । ଜ୍ୱର ହେବାପରେ ଉପଚାର ନିମନ୍ତେ ଶ୍ରୀଜୀଉମାନେ ଏବେ ଅଣସର ପିଣ୍ଡିରେ ବିଜେ କରିଛନ୍ତି । ଅଣସର ଘରେ କେବଳ ଦଇତା ସେବକମାନେ ପ୍ରଭୁଙ୍କ ସେବାକାର୍ଯ୍ୟ କରନ୍ତି । ସେଠାରେ ୧୫ ଦିନ କାଳ ଦଇତାପତି ସେବକମାନେ ରୋଗ ଉପଚାର କାର୍ଯ୍ୟ କରନ୍ତି । ଅନବସର ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପରିକ ଉପଚାର କରାଯାଏ । ଏହି ସମୟରେ ଶ୍ରୀଜୀଉମାନେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ନାହିଁ । ଏହାକୁ ଅଣସର ବା ଅନବସର ବୋଲି କୁହାଯାଏ । ଏହି ସମୟରେ ଜଗନ୍ନାଥଙ୍କ ସ୍ଥାନରେ ଭକ୍ତମାନେ ବ୍ରହ୍ମଗିରିର ଅଲାରନାଥଙ୍କୁ ବିଷ୍ଣୁ ରୂପରେ ଦର୍ଶନ କରିଥାନ୍ତି । ବର୍ଷ ତମାମ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ଯେତିକି ପୂଣ୍ୟ ମିଳିଥାଏ, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସେତିକି ପୁଣ୍ୟ ମିଳେ ବୋଲି ବିଶ୍ବାସ କରାଯାଏ । ସେହିପରି ଅଣସର ସମୟରେ ଶ୍ରୀମନ୍ଦିରରେ

"ଶ୍ରୀଜଗନ୍ନାଥ ଓ ଅଣସର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |