1. ଓଡ଼ିଆ ଖାଦ୍ୟ ପରମ୍ପରାରେ ପିଠା
2. ଭାରି ସୁଆଦିଆ ଓଡ଼ିଆ ରାନ୍ଧଣା: ଜାଣନ୍ତୁ କିଛି ଲୋକପ୍ରିୟ ଦେଶୀ ବ୍ୟଞ୍ଜନ ସମ୍ପର୍କରେ
3. ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ବ୍ୟଞ୍ଜନ
4. ସକାଳର ଜଳଖିଆରେ ଓଡ଼ିଶାର ସ୍ୱାଦିଷ୍ଟ ଖାଦ୍ୟ
5. ଭାରତୀୟ ଖାଦ୍ୟରେ ଲଙ୍କା: ଓ! କି ରାଗ !
6. ଲୋକପ୍ରିୟ ଓଡ଼ିଆ ମିଠେଇ ଓ ତାର ପ୍ରସ୍ତୁତି ପ୍ରଣାଳୀ
7. ଏକ ଶାସ୍ତ୍ରୀୟ ଓଡ଼ିଆ ବ୍ୟଞ୍ଜନ: ସଜନା ଶାଗ
8. ଓଡ଼ିଆ ପରମ୍ପରାରେ ବଡି
9. ନଡ଼ିଆକୁ ନେଇ କିଛି କଥା
10. ସ୍ୱାସ୍ଥ୍ୟ ପାଇଁ ମଟର ଛୁଇଁ
11. ଏହି ବଡ଼ଦିନରେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ କେକ୍
12. ଓଡ଼ିଆଙ୍କ ଅତି ପରିଚିତ ଦେଶୀ ଆମିଷ ବ୍ୟଞ୍ଜନ - ଶୁଖୁଆ
13. ପଞ୍ଚାମୃତ କ’ଣ, ଜାଣନ୍ତୁ ଏହାର ମହତ୍ତ୍ୱ
14. ପାରମ୍ପରିକ ଓଡ଼ିଆ ପାନୀୟ: ପଣା
15. ଓଡ଼ିଆ ଖାଦ୍ୟ ପରମ୍ପରାରେ ପଣସ
ସକାଳର ଜଳଖିଆରେ ଓଡ଼ିଶାର ସ୍ୱାଦିଷ୍ଟ ଖାଦ୍ୟ
ଖାଦ୍ୟ ଖାଇବାକୁ ନେଇ ଏକ ପୁରୁଣା କଥା ରହିଛି । କଥାଟି ହେଉଛି - ରାଜାଙ୍କ ପରି ସକାଳ ଜଳଖିଆ, ରାଜକୁମାରଙ୍କ ପରି ମଧ୍ୟାହ୍ନ ଭୋଜନ ଏବଂ ଗରିବ ପରି ରାତ୍ରି ଭୋଜନ ଗ୍ରହଣ କରିବା ଉଚିତ । ଅର୍ଥାତ ସକାଳ ଜଳଖିଆକୁ ଅଧିକ ପରିମାଣର ଖାଦ୍ୟ, ମଧ୍ୟାହ୍ନରେ ଅପେକ୍ଷାକୃତ ଟିକେ କମ ଖାଦ୍ୟ ଓ ରାତି ସମୟରେ ଯଥାସମ୍ଭବ କମ ଖାଦ୍ୟ ଗ୍ରହଣ କରିବା ଉଚିତ ।
ଆଜିକାଲିର ସକାଳ ଜଳଖିଆରେ ମ୍ୟାଗି, ଚାଉମିନ, ବ୍ରେଡ ଜାମ୍, ବ୍ରେଡ ଟୋଷ୍ଟ, ଦୋସା, ବରା ତରକାରୀ ପରି ବହୁ ଖାଦ୍ୟ ସାମିଲ ରହିଛି । କିନ୍ତୁ ଓଡ଼ିଆଙ୍କର ଦେଶୀ ଜଳଖିଆ ଟିକେ ଭିନ୍ନ । ପ୍ରତ୍ୟେକ ଓଡ଼ିଆଙ୍କର ସକାଳ ତ ଚା’ରୁ ଆରମ୍ଭ ହୁଏ । ମାତ୍ର ଚା ସହିତ ଥାଏ ମୁଢି, ଚୁଡା ଭଜା ପରି ଦେଶୀ ଖାଦ୍ୟ । ଓଡ଼ିଆଙ୍କ ସକାଳ ଜଳଖିଆରେ ଥାଏ ଏକ ନିଆରାପଣ । ସକାଳ ଜଳଖିଆରେ ସହଜରେ ହଜମ ହୋଇପାରୁଥିବା ଖାଦ୍ୟକୁ ଗ୍ରହଣ କରନ୍ତି ଓଡିଆମାନେ । ଅବଶ୍ୟ କେହି କେହି ସକାଳେ ପଖାଳକୁ ଜଳଖିଆ ରୂପେ ଖାଇଥାନ୍ତି, କିନ୍ତୁ ସକାଳ ଜଳଖିଆରେ ଚୁଡା, ମୁଢି, ଛତୁଆ ପରି ଶୁଖିଲା ଖାଦ୍ୟକୁ ବେଶୀ ଖିଆଯାଇଥାଏ । ଓଡିଶାରେ ସକାଳ ଜଳଖିଆ ବା ଜଳପାନଟି ସୁସ୍ଥ ହେବା ସହିତ ଅନ୍ୟ ରାଜ୍ୟ ତୁଳନାରେ କମ୍ ତେଲ କିମ୍ବା ଘିଅର ବ୍ୟବହାର ହୋଇଥାଏ । ଓଡିଶାରେ
"ସକାଳର ଜଳଖିଆରେ ଓଡ଼ିଶାର ସ୍ୱାଦିଷ୍ଟ ଖାଦ୍ୟ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |