ମହାପ୍ରସାଦକୁ ନେଇ କିଛି ଜଣା ଅଜଣା କଥା

ବିଶ୍ୱର ଠାକୁର ଜଗନ୍ନାଥ । ତାଙ୍କ ଦେଉଳ ବଡ଼ ଦେଉଳ, ତାଙ୍କ ଦାଣ୍ଡ ବଡ଼ ଦାଣ୍ଡ । ତାଙ୍କର ମାନବୀୟ ଲୀଳା ଖେଳା ବିଶ୍ୱବିଦିତ । ତାଙ୍କ ପ୍ରସାଦ ମହାପ୍ରସାଦ । ମହାପ୍ରଭୁଙ୍କ ମହାପ୍ରସାଦ ଅମୃତତୁଲ୍ୟ । ପ୍ରତିଦିନ ପ୍ରଭୁଙ୍କ ପାଖରେ ଅନ୍ନ ଓ ବ୍ୟଞ୍ଜନ ସହିତ ବରା, କାକରା, ଲଡୁ, ପିଠା ପରି ଅନେକ ଖାଦ୍ୟ ଭୋଗ ହୁଏ । ବିଧି ଅନୁସାରେ ଏହି ସବୁ ପ୍ରସ୍ତୁତ ହୋଇ ମଣୋହି କରାଯାଏ । ମହାପ୍ରଭୁଙ୍କ ଏଇ ପ୍ରସାଦକୁ କୁହାଯାଏ ମହାପ୍ରସାଦ । ଆଜି ସେଇ ଅପୂର୍ବ ସୁଆଦିଆ ମହାପ୍ରସାଦକୁ ନେଇ କିଛି କଥା । ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଖରେ ବିଭିନ୍ନ ପ୍ରକାର ଅନ୍ନ ଓ ବ୍ୟଞ୍ଜନ ଭୋଗ ହୋଇସାରି ବିମଳାଙ୍କ ନିକଟରେ ସମର୍ପଣ କରାଯିବା ପରେ ତାହାକୁ ମହାପ୍ରସାଦ କୁହାଯାଏ । ଏହାକୁ ପୁଣି ଅବଢ଼ା କୁହାଯାଏ । କାରଣ ଏହା ବଢ଼ା ନହୋଇ ଗୋଟା କୁଡୁଆରେ ଠାକୁରମାନଙ୍କୁ ଅର୍ପଣ କରାଯାଇଥାଏ । ମହାପ୍ରସାଦ ପ୍ରତି କେବଳ ଜଣେ ଭକ୍ତ ନୁହେଁ, ସ୍ୱର୍ଗ, ମର୍ତ୍ତ୍ୟ ପାତାଳଦେଶରେ ରହିଥିବା ସମସ୍ତ ଦେବଦେବୀମାନେ ମଧ୍ୟ ଆସକ୍ତ ହୋଇଥାନ୍ତି । ସବୁ ଦେବଦେବୀ ପ୍ରତିଦିନ ଶ୍ରୀମନ୍ଦିର ଆସି ମହାପ୍ରସାଦ ପାଇଥାନ୍ତି । ମହାପ୍ରସାଦର ମହିମା ସତରେ ଅବର୍ଣ୍ଣନୀୟ । ଏହି ମହାପ୍ରସାଦ ଯେତେବେଳେ ପଞ୍ଚ ପରମେଶ୍ୱରଙ୍କ ନିକଟରେ ରହିଥାଏ ସେତେବେଳେ ଏହା କୈବଲ୍ୟ ହୋଇଥାଏ । ଏହି କୈବଲ୍ୟକୁ

"ମହାପ୍ରସାଦକୁ ନେଇ କିଛି ଜଣା ଅଜଣା କଥା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |