1. ନାଗ ପଞ୍ଚମୀ: ଜାଣନ୍ତୁ ନାଗ ପୂଜାର ପରମ୍ପରା ସମ୍ପର୍କରେ 2. ଆକାଶେ ଉଦେ ନିଶାକର, ଦେବକୀ ଉଦରୁ ବାହାର 3. ଅଗ୍ରପୂଜ୍ୟ ଶ୍ରୀଗଣେଶ 4. ଓଡ଼ିଶାର ଏକ ପାରମ୍ପରିକ ଓଷା: ଖୁଦୁରୁକୁଣୀ 5. ସାମାଜିକ ଏକତାର ପର୍ବ: ନୂଆଖାଇ 6. ନିର୍ମାଣ ଏବଂ ସୃଷ୍ଟିର ଦେବତା: ଦେବଶିଳ୍ପୀ ବିଶ୍ୱକର୍ମା 7. ଓଡ଼ିଶାର ନିଆରା ଲକ୍ଷ୍ମୀ ବ୍ରତ: ସୁଦଶା ବ୍ରତ 8. ପିତୃପକ୍ଷ ଓ ମହାଳୟା ଶ୍ରାଦ୍ଧ 9. ଶାରଦୀୟ ଦୁର୍ଗା ପୂଜା 10. କୃଷିଭିତ୍ତିକ ପର୍ବ ଗର୍ଭଣା ସଂକ୍ରାନ୍ତି 11. ଅଁଳା ନବମୀ ଓ ରାଧାପାଦ ଦର୍ଶନ 12. ପଞ୍ଚୁକ ବ୍ରତ ଓ ବଡ଼ ଓଷା 13. କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ 14. ଧନୁ ସଂକ୍ରାନ୍ତି ଓ ପହିଲି ଭୋଗ ନୀତି 15. ଓଡ଼ିଆ ଜନଜୀବନରେ ମାଣବସା ଗୁରୁବାର ଓଷା 16. ଶାନ୍ତି ଓ ଐକ୍ୟର ପର୍ବ: ବଡ଼ଦିନ 17. ବକୁଳ ଅମାବାସ୍ୟା 18. ଶାମ୍ବ ଦଶମୀ ଓ ସୂର୍ଯ୍ୟ ପୂଜା 19. ବସନ୍ତ ପଞ୍ଚମୀ 20. ଏକ ପବିତ୍ର ତିଥି - ମାଘ ସପ୍ତମୀ 21. ଶୈବଧର୍ମ ଓ ଶିବରାତ୍ରି 22. ଦୋଳ ପୂର୍ଣ୍ଣିମା 23. ରଙ୍ଗ ଓ ପ୍ରେମର ପର୍ବ: ହୋଲି 24. ଚଇତି ମଙ୍ଗଳବାର: ପନ୍ଥେଇ ପୂଜା 25. ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା 26. ରାମ ନବମୀର ମହତ୍ତ୍ବ 27. ଓଡ଼ିଆଙ୍କର ଆଦ୍ୟ ପର୍ବ: ପଣା ସଂକ୍ରାନ୍ତି 28. ଚଇତି ପରବ 29. ଓଡ଼ିଆ ପରମ୍ପରାରେ ଅକ୍ଷୟ ତୃତୀୟା 30. ବୁଦ୍ଧ ଜୟନ୍ତୀ ଓ ଚନ୍ଦନ ପୂର୍ଣ୍ଣିମା 31. ପବିତ୍ର ସାବିତ୍ରୀ ବ୍ରତ 32. ରଜ ପର୍ବକୁ ନେଇ କିଛି କଥା 33. ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର 34. ଭାଇ ଭଉଣୀ ମଧ୍ୟରେ ଅତୁଟ ବନ୍ଧନର ପ୍ରତୀକ - ରକ୍ଷା ବନ୍ଧନ 35. ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା 36. ଦୀପାବଳି ଓ ଓଡିଶାରେ କାଳୀ ପୂଜା 37. କାର୍ତ୍ତିକ ମାସ ଓ ରାଇ ଦାମୋଦର ବ୍ରତ 38. ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ 39. ମକର ସଂକ୍ରାନ୍ତି ଓ ଶ୍ରୀଜୀଉଙ୍କ ମକର ଚଉରାଶି 40. ମାଘ ମାସ ଓ ମାଘ ପୂର୍ଣ୍ଣମୀ

ଆକାଶେ ଉଦେ ନିଶାକର, ଦେବକୀ ଉଦରୁ ବାହାର

ଯୁଗେ ଯୁଗେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମର ପ୍ରତିଷ୍ଠା ନିମନ୍ତେ ଭଗବାନ ଧରାବତରଣ କରିଥାନ୍ତି । ଆମ ହିନ୍ଦୁ ଧର୍ମରେ ଭଗବାନ ଶ୍ରୀବିଷ୍ଣୁ ଭିନ୍ନ ଭିନ୍ନ ଅବତାର ଗ୍ରହଣ କରିଛନ୍ତି । ସବୁ ଅବତାରରେ ସେ ମାନବ କଲ୍ୟାଣ ଓ ଧର୍ମର ସ୍ଥାପନା କରିଛନ୍ତି । ଭଗବାନ ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରେ ଶ୍ରୀକୃଷ୍ଣ ଅବତାର ଅନ୍ୟତମ । ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ଭଗବାନ ବିଷ୍ଣୁ କୃଷ୍ଣ ରୂପରେ ଜନ୍ମଗ୍ରହଣ କରିଥିଲେ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ବନ୍ଦୀଶାଳାରେ ମାତା ଦେବକୀଙ୍କ ଗର୍ଭରୁ ଅର୍ଦ୍ଧରାତ୍ରୀରେ ରୋହିଣୀ ନକ୍ଷତ୍ର - ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମଲାଭ କରିଥିଲେ । ସେଥିପାଇଁ ତ ଭାଗବତରେ ବର୍ଣ୍ଣନା ହୋଇଛି - ‘ଆକାଶେ ଉଦେ ନିଶାକର, ଦେବକୀ ଉଦରୁ ବାହାର’ । ମଥୁରାର ବନ୍ଦୀଶାଳାରେ କୃଷ୍ଣ ଜନ୍ମଗ୍ରହଣ କରି ଗୋପର ନନ୍ଦରାଜାଙ୍କ ଘରେ ବଢ଼ିଥିଲେ । ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମତିଥିକୁ ସାରା ଭାରତରେ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ଭାରତରେ ଏହି ପର୍ବକୁ ଖୁବ ଧୁମ୍ ଧାମରେ ପାଳନ କରାଯାଏ । ଉତ୍ତର ପ୍ରଦେଶର ମଥୁରାଠାରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିବାରୁ ଏଠାରେ ଏହି ଉତ୍ସବଟି ହର୍ଷୋଲ୍ଲାସରେ ପାଳିତ ହୋଇଥାଏ । ସାତଦିନ ବ୍ୟାପି ପାଳିତ ହେଉଥିବା ଏହି ଉତ୍ସବରେ ନନ୍ଦଗ୍ରାମରେ ବିଶେଷ ପ୍ରସ୍ତୁତି ଦେଖିବାକୁ ମିଳେ । ସେହିପରି ଗୁଜରାଟର ଦ୍ୱାରକାରେ ଥିବା

"ଆକାଶେ ଉଦେ ନିଶାକର, ଦେବକୀ ଉଦରୁ ବାହାର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |