ରସୁଣକୁ ନେଇ କିଛି କଥା

ଭାରତୀୟ ମସଲାରେ ରସୁଣ ଏକ ପ୍ରମୁଖ ଉପାଦାନ । କୋଳଥ ଡାଲି ହେଉ କି ମୁଗ ଡାଲିରେ ରସୁଣ ଛୁଙ୍କ ବେଶ ନିଆରା । ସେଇପରି ବଡି ଚୁରାରେ ପାଖୁଡ଼ାଏ ରସୁଣ ପକେଇଲେ ତା ବାସ୍ନାରେ ପେଟ ପୂରିଯାଏ । ପ୍ରାୟ ଭାରତୀୟଙ୍କ ଥାଳିରେ ରସୁଣ ନିଜର ଆଧିପତ୍ୟ ବିସ୍ତାର କରିଥାଏ । ଭାରତୀୟ ବ୍ୟଞ୍ଜନରେ ଏହାର ବହୁଳ ବ୍ୟବହାର ହୋଇଥାଏ । ରସୁଣ ବିନା କୌଣସି ମସଲା ତରକାରୀ ବିଷୟରେ ଚିନ୍ତା କରଯାଇପାରେନା । କେବଳ ମସଲା ହିସାବାରେ ରସୁଣ ବ୍ୟବହାର ହୋଇନଥାଏ, ଅନେକ ପ୍ରକାରର ରୋଗର ଉପଶମ ପାଇଁ ମଧ୍ୟ ରସୁଣ ବ୍ୟବହାର କରାଯାଇଥାଏ । ରସୁଣ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହାର ବୈଜ୍ଞାନିକ ନାମ Allium sativum । ଏହାର ପତ୍ରଗୁଡ଼ିକ ଚେପଟା, ସରୁ ଓ ଲମ୍ବା । ଏହାର ମୂଳରେ କଲି କଲି ହୋଇ ଏକ ଧଳା ଆବରଣରେ ଆବୃତ ହୋଇ ରସୁଣ ରହିଥାଏ । ଏହାର ମୂଳକୁ ହିଁ ମୁଖ୍ୟତଃ ମସଲା ଓ ଔଷଧ ରୂପରେ ବ୍ୟବହାର କରାଯାଇଥାଏ । ଯଦିଓ ରସୁଣ ସର୍ବପ୍ରଥମେ କେନ୍ଦ୍ର ଏସିଆ ବା ଭୂମଧ୍ୟ ସାଗର ଅଞ୍ଚଳରେ ଚାଷ କରାଯାଇଥିବାର ସୂଚନା ରହିଛି, ତେବେ ବର୍ତ୍ତମାନ ଏହା ପୃଥିବୀର ପ୍ରାୟ ସବୁ ଅଞ୍ଚଳରେ ଚାଷ କରାଯାଉଅଛି । ଏହା ଭାରତର ପ୍ରାୟ ସବୁ ପ୍ରଦେଶରେ ଚାଷ କରାଯାଇଥାଏ । ଏହା ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ ଓ

"ରସୁଣକୁ ନେଇ କିଛି କଥା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |