ବନ୍ଧୁତ୍ୱର ସ୍ମାରକୀ - ଲବଙ୍ଗ

ଲବଙ୍ଗ ହେଉଛି ଉତ୍କଳୀୟ ସଂସ୍କୃତି, ଭାବଧାରା, ବନ୍ଧୁତ୍ୱର ନିର୍ଦଶନ । ଏହା ସାମାଜିକ ବନ୍ଧନ ସହିତ ଓତପ୍ରୋତଃ ଭାବରେ ଜଡିତ । ଏହି ମୁଖରୋଚକ ଲବଙ୍ଗ ହେଉଛି ଘର ବଇଦ ଟୁଣୁଟୁଣିକିଆ, ପୁଣି ପାନ ଡ଼ାଲାରେ ବହୁ ପୁରୁଣା ସାଥି । ଲବଙ୍ଗ ପୁଣି ବନ୍ଧୁତ୍ୱର ସ୍ମାରକୀ । ଲବଙ୍ଗ ଖୁଆଇ ସଙ୍ଗାତ ବା ଲବଙ୍ଗ ହେବାର ପରମ୍ପରା ଆମ ଓଡ଼ିଆରେ କାହିଁ କେତେକାଳରୁ ରହିଛି । ଯଦି କାହା ଘରକୁ କେହି ଆସନ୍ତି ବା ସଙ୍ଖୋଳି ଯାନ୍ତି, ତେବେ ଲବଙ୍ଗଟିଏ ହାତରେ ଦେବାର ବିଧି ରହିଛି । ଝିଅ ଦେଖି ଆସିଲେ କୁଣିଆଙ୍କୁ ଗୁଜୁରାତି, ଲବଙ୍ଗ ଦେବାର ବିଧି ରହିଛି । ପୁଣି ଆମ ଓଡ଼ିଆ ମିଠାରେ ଲବଙ୍ଗଲତା ରହିଛି, ଯାହା ଆଜି ବି ଭାର ବେଭାରରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି । ଆମ ସଂସ୍କୃତିରେ ଲବଙ୍ଗର ସ୍ଥାନ ବହୁତ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ମସଲାରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ଲବଙ୍ଗର ଜନ୍ମସ୍ଥାନ ପୂର୍ବ ଭାରତୀୟ ଦ୍ବୀପପୁଞ୍ଜର ମଲ୍ୟୁକା ଦ୍ଵୀପପୁଞ୍ଜ । ଏଠିକାର ଆଦିବାସୀମାନେ ପ୍ରଥମେ ଲବଙ୍ଗର ଗୁଣ ଜାଣି ବ୍ୟବହାର କରୁଥିବାର ଜଣାଯାଏ । ଭାରତର ଅତି ପ୍ରାଚୀନ ଗ୍ରଂଥମାନଙ୍କରେ ଲବଙ୍ଗର ଉଲ୍ଲେଖ ରହିଛି । ଭାରତରେ ଲବଙ୍ଗର ପ୍ରଚଳନ ବେଶ୍ ପ୍ରାଚୀନ । ତେବେ ପଞ୍ଚଦଶ ଶତାବ୍ଦୀରେ ପର୍ତ୍ତୁଗୀଜମାନେ ମାଲ୍ୟୁକା ଦ୍ଵୀପପୁଞ୍ଜର ଆବିଷ୍କାର କରିଥିଲେ । ପରେ ପରେ ପର୍ତ୍ତୁଗୀଜମାନେ ଲବଙ୍ଗ ଉପରେ ଏକଚାଟିଆ ଅଧିକାର

"ବନ୍ଧୁତ୍ୱର ସ୍ମାରକୀ - ଲବଙ୍ଗ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |