ସ୍ୱାସ୍ଥ୍ୟ ପାଇଁ ମଟର ଛୁଇଁ

ମଟର ଛୁଇଁର ଚୋପାକୁ ଛଡାଇ ମଟର ବାହାର କରିବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗେ । ମଟର ଛୁଇଁରୁ ମଟର ସଂଗ୍ରହ କଲାବେଳେ ଅଧା ନିଜ ପାଟିକୁ ଚାଲିଯାଇଥାଏ । ହାଲ୍କା ମିଠା ଲାଗୁଥିବା ମଟର କଞ୍ଚାରେ ବେଶୀ ଭଲ ଲାଗିଥାଏ । ଏଇ ମଟରକୁ ସବୁ ତରକାରୀରେ ଆରାମରେ ବ୍ୟବହାର କରିହୁଏ । ଶୀତଦିନ ଆସିଗଲେ ମଟର ଛୁଇଁର ପସରା ସାରା ବଜାରରେ ମେଲି ହୋଇଥାଏ । ସାଧାରଣତଃ ମଟର ଛୁଇଁ ଖାଇବାକୁ ପ୍ରାୟ ସମସ୍ତେ ଭଲପାଆନ୍ତି । ଖାସ୍‌ କରି ଶୀତଦିନେ ଏହା ପ୍ରଚୁର ପରିମାଣରେ ଉପଲବ୍ଧ ହୋଇଥାଏ । ଛୋଟ ଛୋଟ ମଟର ଛୁଇଁ କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ଏହା ଅନେକ ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ । କଞ୍ଚା ମଟର ଖାଇଲେ ଶରୀରର ବହୁ ସମସ୍ୟା ଦୂର ହେବା ସହ ଶରୀରକୁ ଅନେକ ଲାଭ ମିଳିଥାଏ । ଏଥିରେ ପ୍ରଚୁର ପରିମାଣରେ ତନ୍ତୁଜ, ପୋଟାସିୟମ୍‌, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌ ଏବଂ ଅନ୍ୟ ଖଣିଜ ଲବଣ ରହିଥାଏ । ଏହି ସବୁଜ ମଟର ଛୁଇଁ ଓଜନ ହ୍ରାସ କରାଇବାରେ ମଧ୍ୟ ବେଶ୍ ସହାୟକ ହୁଏ । ଏଥିରେ ପ୍ରୋଟିନ୍ ଏବଂ ଫାଇବର ଭରପୂର ଥାଏ । କେବଳ ପ୍ରୋଟିନ୍ ନୁହେଁ, ମଟରରେ ଆଇରନ୍, ଫସଫରସ୍, ଫୋଲେଟ୍ ଏବଂ ଭିଟାମିନ୍ ଏ, କେ ଏବଂ ସି ମଧ୍ୟ ଥାଏ । ଏଥିରେ ଥିବା କ୍ୟାଲୋରୀର ପରିମାଣ ବହୁତ

"ସ୍ୱାସ୍ଥ୍ୟ ପାଇଁ ମଟର ଛୁଇଁ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |