1. ଓଡ଼ିଶାର ପ୍ରଥମ କଥାକୁହା ଚଳଚ୍ଚିତ୍ର: 'ସୀତା ବିବାହ’ 2. ସ୍ମୃତିର ପରଦାରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ 'ମାଟିର ମଣିଷ' 3. ସ୍ୱାଧିନତା ପରର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ଲଳିତା 4. ଚତୁର୍ଥ ଓଡ଼ିଆ କଥାଚିତ୍ର - ‘ସପ୍ତଶଯ୍ୟା’ 5. ଇଂରାଜୀ ଶୀର୍ଷକର ପ୍ରଥମ ଓଡ଼ିଆ ସିନେମା ‘ରୋଲ୍ସ - ୨ - ୮’ 6. ଓଡ଼ିଆ କଥାଚିତ୍ର ‘କନକଲତା’ 7. ପରଦାରେ କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ଉପନ୍ୟାସ ‘ଅଦିନ ମେଘ’ 8. ଫକୀରମୋହନ ସେନାପତିଙ୍କ ‘ଛ ମାଣ ଆଠଗୁଣ୍ଠ’ 9. ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’ 10. ଓଡ଼ିଆ ଚଳଚ୍ଚିତ୍ର ‘ସିନ୍ଦୁର ବିନ୍ଦୁ’ 11. ପ୍ରଥମ ଦ୍ୱିଭାଷୀ କଥାଚିତ୍ର ‘ଆମରି ଗାଁ ଝିଅ’ 12. ପ୍ରେମ - ପ୍ରୀତି ଓ ଆତ୍ମୋତ୍ସର୍ଗର ଏକ ଅଭୁଲା ପ୍ରେମକାହାଣୀ: କେଦାର ଗୌରୀ 13. ପ୍ରତିଭା ରାୟଙ୍କ ଉପନ୍ୟାସ ‘ଅପରିଚିତା’ ଆଧାରରେ କଥାଚିତ୍ର -'ଅପରିଚିତା' 14. ବିଜୟିନୀ ଦାସଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘ଟିକେ ହସ ଟିକେ ଲୁହ’ 15. ପୌରାଣିକ ଓଡ଼ିଆ କଥାଚିତ୍ର: ଶ୍ରୀଜଗନ୍ନାଥ 16. ଶ୍ରୀରାମ ପଣ୍ଡାଙ୍କ ଅଭିନୀତ ପ୍ରଥମ କଥାଚିତ୍ର - 'ଧରିତ୍ରୀ' 17. ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ‘ଶ୍ରୀଲୋକନାଥ’ 18. ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପ୍ରଥମ ସିନେମା: ଅଭିମାନ 19. ଗାୟତ୍ରୀ ବସୁ ମଲ୍ଲିକଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘କାବେରୀ’ 20. ବିଦେଶିନୀଙ୍କ ଓଡିଆ କଥାଚିତ୍ର - ପରଦେଶୀ ଚଢ଼େଇ 21. ‘ସୂର୍ଯ୍ୟମୁଖୀ’ ଓ ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ 22. ନୀରଦ ମହାପାତ୍ରଙ୍କ 'ମାୟା ମିରିଗ' 23. ଓଡ଼ିଆ କଥାଚିତ୍ର ନାରୀ 24. ସ୍ମୃତିର ପରଦାରେ ନବଜନ୍ମ 25. ମ୍ୟୁଜିକାଲ ହିଟ୍ ଯାଯାବର 26. ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡିଆ କଥାଚିତ୍ର ଅରୁନ୍ଧତୀ 27. ଦ୍ୱୈତ ଭୂମିକାର ପ୍ରଥମ ଓଡ଼ିଆ କଥାଚିତ୍ର -‘ଅଭିନେତ୍ରୀ’ 28. ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଭାଇ ଭାଇ’ 29. ଓଡ଼ିଆ ସିନେମାରେ ବର୍ଷା ଛିଟା: କେବେ ପ୍ରେମରେ ମତୁଆଲା ତ କେବେ ବିରହରେ ଆନମନା 30. ଓଡ଼ିଆ ସିନେମାରେ ଦେଶପ୍ରେମର ଛିଟା

ପ୍ରଥମ ଦ୍ୱିଭାଷୀ କଥାଚିତ୍ର ‘ଆମରି ଗାଁ ଝିଅ’

୧୯୫୬ ମସିହାରେ ମୁକ୍ତିଲାଭ କରିଥିବା ସିନେମା ‘ଆମରି ଗାଁ ଝିଅ’ ଥିଲା ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ପାର୍ବତୀ ଘୋଷଙ୍କ ପ୍ରଥମ ଅଭିନୀତ ସିନେମା, ଯଦିଓ ସେ ଏହା ପୂର୍ବରୁ ୧୯୫୦ ମସିହାରେ ଶିଶୁ କଳାକାର ଭାବରେ ''ଶ୍ରୀ ଜଗନ୍ନାଥ'' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ''ଆମରି ଗାଁ ଝିଅ''ରେ ପ୍ରଥମ କରି ନାୟିକା ଭାବେ ଗୌର ଘୋଷଙ୍କ ବିପକ୍ଷରେ ଅଭିନୟ କରିଥିଲେ ଚପଳା ନାୟକ । ସିନେମାରେ ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ ବିନୟ ବାନାର୍ଜୀ । ସେହିପରି ଏହି ସିନେମାର ପ୍ରଯୋଜନାର ଭାର ନରେନ୍ଦ୍ର କୁମାର ମିତ୍ରଙ୍କ କାନ୍ଧରେ ରହିଥିଲା । ଏହି ସିନେମାରେ ଗୋପାଳ ଘୋଷ, ଚପଳା ନାୟକ, ଭାନୁମତୀ ଦେବୀ, ଦୁର୍ଲଭ ସିଂ, ଗୌର ଘୋଷ, କାର୍ତ୍ତିକ କୁମାର, ଅନିମା ପେଦିନୀ, ନିତାଇ ପାଲିତ ଓ ଶ୍ରୀକୃଷ୍ଣ ଚନ୍ଦ୍ର ପାଣ୍ଡେ ପ୍ରମୁଖ ଅଭିନୟ କରିଥିଲେ । ସିନେମାରେ ସମୁଦାୟ ପାଞ୍ଚୋଟି ଗୀତ ରହିଥିବାବେଳେ ଏହାର ଗୀତ ରଚନା କରିଥିଲେ କିଶୋର କବି ଶ୍ୟାମସୁନ୍ଦର ଦାସ । ସିନେମାର ରହିଥିବା ଗୀତଗୁଡିକରେ କଣ୍ଠଦାନ କରିଥିଲେ କଲ୍ୟାଣୀ ଦାସ ଓ ଦୁଲାଲ ଦାସ । ସିନେମାରେ ରହିଥିବା ଗୀତଗୁଡିକ ମନଛୁଆଁ ହୋଇପାରିଥିଲା । ଏଥିରେ ଥିବା ଗୀତଗୁଡ଼ିକ ହେଲା - ହେ ଭଗବାନ..., ରସିଲା ସେ କିଏ …, ପହିଲି ଆଷାଢ଼ର ଅଶାନ୍ତ ବାଦଲ..., ପଥର ଦେବତା …, ଝଲମଲ ସୁଖର ଦିନ…। ଦୁଇଗୋଟି ଭାଷାରେ ନିର୍ମିତ ଚଳଚ୍ଚିତ୍ର ଭାବେ ଏହା ଥିଲା ପ୍ରଥମ

"ପ୍ରଥମ ଦ୍ୱିଭାଷୀ କଥାଚିତ୍ର ‘ଆମରି ଗାଁ ଝିଅ’" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |