1. ଓଡ଼ିଶାର ପ୍ରଥମ କଥାକୁହା ଚଳଚ୍ଚିତ୍ର: 'ସୀତା ବିବାହ’ 2. ସ୍ମୃତିର ପରଦାରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ 'ମାଟିର ମଣିଷ' 3. ସ୍ୱାଧିନତା ପରର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ଲଳିତା 4. ଚତୁର୍ଥ ଓଡ଼ିଆ କଥାଚିତ୍ର - ‘ସପ୍ତଶଯ୍ୟା’ 5. ଇଂରାଜୀ ଶୀର୍ଷକର ପ୍ରଥମ ଓଡ଼ିଆ ସିନେମା ‘ରୋଲ୍ସ - ୨ - ୮’ 6. ଓଡ଼ିଆ କଥାଚିତ୍ର ‘କନକଲତା’ 7. ପରଦାରେ କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ଉପନ୍ୟାସ ‘ଅଦିନ ମେଘ’ 8. ଫକୀରମୋହନ ସେନାପତିଙ୍କ ‘ଛ ମାଣ ଆଠଗୁଣ୍ଠ’ 9. ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’ 10. ଓଡ଼ିଆ ଚଳଚ୍ଚିତ୍ର ‘ସିନ୍ଦୁର ବିନ୍ଦୁ’ 11. ପ୍ରଥମ ଦ୍ୱିଭାଷୀ କଥାଚିତ୍ର ‘ଆମରି ଗାଁ ଝିଅ’ 12. ପ୍ରେମ - ପ୍ରୀତି ଓ ଆତ୍ମୋତ୍ସର୍ଗର ଏକ ଅଭୁଲା ପ୍ରେମକାହାଣୀ: କେଦାର ଗୌରୀ 13. ପ୍ରତିଭା ରାୟଙ୍କ ଉପନ୍ୟାସ ‘ଅପରିଚିତା’ ଆଧାରରେ କଥାଚିତ୍ର -'ଅପରିଚିତା' 14. ବିଜୟିନୀ ଦାସଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘ଟିକେ ହସ ଟିକେ ଲୁହ’ 15. ପୌରାଣିକ ଓଡ଼ିଆ କଥାଚିତ୍ର: ଶ୍ରୀଜଗନ୍ନାଥ 16. ଶ୍ରୀରାମ ପଣ୍ଡାଙ୍କ ଅଭିନୀତ ପ୍ରଥମ କଥାଚିତ୍ର - 'ଧରିତ୍ରୀ' 17. ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ‘ଶ୍ରୀଲୋକନାଥ’ 18. ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପ୍ରଥମ ସିନେମା: ଅଭିମାନ 19. ଗାୟତ୍ରୀ ବସୁ ମଲ୍ଲିକଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘କାବେରୀ’ 20. ବିଦେଶିନୀଙ୍କ ଓଡିଆ କଥାଚିତ୍ର - ପରଦେଶୀ ଚଢ଼େଇ 21. ‘ସୂର୍ଯ୍ୟମୁଖୀ’ ଓ ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ 22. ନୀରଦ ମହାପାତ୍ରଙ୍କ 'ମାୟା ମିରିଗ' 23. ଓଡ଼ିଆ କଥାଚିତ୍ର ନାରୀ 24. ସ୍ମୃତିର ପରଦାରେ ନବଜନ୍ମ 25. ମ୍ୟୁଜିକାଲ ହିଟ୍ ଯାଯାବର 26. ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡିଆ କଥାଚିତ୍ର ଅରୁନ୍ଧତୀ 27. ଦ୍ୱୈତ ଭୂମିକାର ପ୍ରଥମ ଓଡ଼ିଆ କଥାଚିତ୍ର -‘ଅଭିନେତ୍ରୀ’ 28. ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଭାଇ ଭାଇ’ 29. ଓଡ଼ିଆ ସିନେମାରେ ବର୍ଷା ଛିଟା: କେବେ ପ୍ରେମରେ ମତୁଆଲା ତ କେବେ ବିରହରେ ଆନମନା 30. ଓଡ଼ିଆ ସିନେମାରେ ଦେଶପ୍ରେମର ଛିଟା

ଫକୀରମୋହନ ସେନାପତିଙ୍କ ‘ଛ ମାଣ ଆଠଗୁଣ୍ଠ’

କଥାସମ୍ରାଟ ଫକୀରମୋହନ ସେନାପତିଙ୍କ ଦ୍ୱାରା ରଚିତ ‘ଛ’ମାଣ ଆଠଗୁଣ୍ଠ’ ଏକ ବହୁ ଚର୍ଚ୍ଚିତ ଓଡ଼ିଆ ଉପନ୍ୟାସ । କେବଳ ଓଡ଼ିଆ ଭାଷାରେ ନୁହେଁ, ବରଂ ଏହା ଭାରତୀୟ ଉପନ୍ୟାସ ସାହିତ୍ୟର ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଗୋଟିଏ ସମୟଖଣ୍ଡକୁ ନିଜ କାହାଣୀ ମାଧ୍ୟମରେ ଧରି ରଖିବାର କଳା ଫକୀରମୋହନଙ୍କ କୃତିରେ ବେଶ୍ ସ୍ପଷ୍ଟ ରୂପେ ଜଣାପଡେ । ତାଙ୍କ ରଚିତ ପ୍ରଥମ ଉପନ୍ୟାସ ‘ଛ’ମାଣ ଆଠଗୁଣ୍ଠ’ ଧାରାବାହିକ ଭାବେ ୧୮୯୭ ମସିହାରୁ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରକାଶ ପାଉଥିଲା । ଉପନ୍ୟାସ ୧୯୦୨ ମସିହାରେ ପୁସ୍ତକ ଆକାରରେ ପ୍ରକାଶ ପାଇଥିଲା । ସେତେବେଳର ସାଧାରଣ ଜୀବନ ଉପରେ ଆଧାରିତ ଏହା ଏକ ବାସ୍ତବଧର୍ମୀ ଉପନ୍ୟାସ ଥିଲା । ୧୯୮୬ରେ ପାର୍ବତୀ ଘୋଷ ଫକୀରମୋହନଙ୍କ ଏହି କାଳଜୟୀ ଉପନ୍ୟାସ ଆଧାରରେ ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଉପନ୍ୟାସର ମୁଖ୍ୟ ଚରିତ୍ର ସାରିଆ ଆଉ ଭଗିଆ ଚରିତ୍ରରେ ପାର୍ବତୀ ଘୋଷ ଓ ବିଜୟ ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା । ପାର୍ବତୀଙ୍କ ଏହା ପ୍ରଥମ ନିର୍ଦ୍ଦେଶିତ ସିନେମାଥିବାବେଳେ ଏଥିରେ ଅନ୍ୟାନ୍ୟ ଭୂମିକାରେ ନିହାରିକା ସାହୁ, ଦୁଖୀରାମ ସ୍ୱାଇଁ, ଶରତ ପୂଜାରୀ, ଗ୍ଲୋରିଆ ମହାନ୍ତି, ମାମିନା, ପ୍ରସନ୍ନ ମିଶ୍ର, ସାରଦା ନାୟକ, ଗୀତା ରାଓ, ରୁକ୍ମିଣୀ, ସନ୍ଧ୍ୟା ପ୍ରମୁଖ ଅଭିନୟ କରିଥିଲେ । ସିନେମାରେ ସଂଳାପ ଲେଖିଥିଲେ ପାର୍ବତୀ ଘୋଷ । ସିନେମାରେ ଶରତ ପୂଜାରୀଙ୍କୁ

"ଫକୀରମୋହନ ସେନାପତିଙ୍କ ‘ଛ ମାଣ ଆଠଗୁଣ୍ଠ’" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |