1. ନାଗ ପଞ୍ଚମୀ: ଜାଣନ୍ତୁ ନାଗ ପୂଜାର ପରମ୍ପରା ସମ୍ପର୍କରେ 2. ଆକାଶେ ଉଦେ ନିଶାକର, ଦେବକୀ ଉଦରୁ ବାହାର 3. ଅଗ୍ରପୂଜ୍ୟ ଶ୍ରୀଗଣେଶ 4. ଓଡ଼ିଶାର ଏକ ପାରମ୍ପରିକ ଓଷା: ଖୁଦୁରୁକୁଣୀ 5. ସାମାଜିକ ଏକତାର ପର୍ବ: ନୂଆଖାଇ 6. ନିର୍ମାଣ ଏବଂ ସୃଷ୍ଟିର ଦେବତା: ଦେବଶିଳ୍ପୀ ବିଶ୍ୱକର୍ମା 7. ଓଡ଼ିଶାର ନିଆରା ଲକ୍ଷ୍ମୀ ବ୍ରତ: ସୁଦଶା ବ୍ରତ 8. ପିତୃପକ୍ଷ ଓ ମହାଳୟା ଶ୍ରାଦ୍ଧ 9. ଶାରଦୀୟ ଦୁର୍ଗା ପୂଜା 10. କୃଷିଭିତ୍ତିକ ପର୍ବ ଗର୍ଭଣା ସଂକ୍ରାନ୍ତି 11. ଅଁଳା ନବମୀ ଓ ରାଧାପାଦ ଦର୍ଶନ 12. ପଞ୍ଚୁକ ବ୍ରତ ଓ ବଡ଼ ଓଷା 13. କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ 14. ଧନୁ ସଂକ୍ରାନ୍ତି ଓ ପହିଲି ଭୋଗ ନୀତି 15. ଓଡ଼ିଆ ଜନଜୀବନରେ ମାଣବସା ଗୁରୁବାର ଓଷା 16. ଶାନ୍ତି ଓ ଐକ୍ୟର ପର୍ବ: ବଡ଼ଦିନ 17. ବକୁଳ ଅମାବାସ୍ୟା 18. ଶାମ୍ବ ଦଶମୀ ଓ ସୂର୍ଯ୍ୟ ପୂଜା 19. ବସନ୍ତ ପଞ୍ଚମୀ 20. ଏକ ପବିତ୍ର ତିଥି - ମାଘ ସପ୍ତମୀ 21. ଶୈବଧର୍ମ ଓ ଶିବରାତ୍ରି 22. ଦୋଳ ପୂର୍ଣ୍ଣିମା 23. ରଙ୍ଗ ଓ ପ୍ରେମର ପର୍ବ: ହୋଲି 24. ଚଇତି ମଙ୍ଗଳବାର: ପନ୍ଥେଇ ପୂଜା 25. ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା 26. ରାମ ନବମୀର ମହତ୍ତ୍ବ 27. ଓଡ଼ିଆଙ୍କର ଆଦ୍ୟ ପର୍ବ: ପଣା ସଂକ୍ରାନ୍ତି 28. ଚଇତି ପରବ 29. ଓଡ଼ିଆ ପରମ୍ପରାରେ ଅକ୍ଷୟ ତୃତୀୟା 30. ବୁଦ୍ଧ ଜୟନ୍ତୀ ଓ ଚନ୍ଦନ ପୂର୍ଣ୍ଣିମା 31. ପବିତ୍ର ସାବିତ୍ରୀ ବ୍ରତ 32. ରଜ ପର୍ବକୁ ନେଇ କିଛି କଥା 33. ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର 34. ଭାଇ ଭଉଣୀ ମଧ୍ୟରେ ଅତୁଟ ବନ୍ଧନର ପ୍ରତୀକ - ରକ୍ଷା ବନ୍ଧନ 35. ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା 36. ଦୀପାବଳି ଓ ଓଡିଶାରେ କାଳୀ ପୂଜା 37. କାର୍ତ୍ତିକ ମାସ ଓ ରାଇ ଦାମୋଦର ବ୍ରତ 38. ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ 39. ମକର ସଂକ୍ରାନ୍ତି ଓ ଶ୍ରୀଜୀଉଙ୍କ ମକର ଚଉରାଶି 40. ମାଘ ମାସ ଓ ମାଘ ପୂର୍ଣ୍ଣମୀ

ସାମାଜିକ ଏକତାର ପର୍ବ: ନୂଆଖାଇ

ଓଡିଶାର ଗଣପର୍ବ ନୂଆଖାଇ ଏକ ଭିନ୍ନ ପରମ୍ପରା । ଢୋଲ, ନିଶାନର ତାଳେ ତାଳେ ସମଗ୍ର ପଶ୍ଚିମ ଓଡିଶା ଉତ୍ସବମୁଖର ହୋଇପଡେ | ନୂଆଖାଇ ପାଇଁ ପଲ୍ଲୀଠୁ ସହର ସବୁଠି ଚଳଚଞ୍ଚଳ ହୋଇପଡେ । ସମସ୍ତଙ୍କ ଘରୁ ଭାସିଆସେ ନୂଆ ଧାନରେ ପ୍ରସ୍ତୁତ ଚାଉଳ ଖିରି ଆଉ ପିଠାପଣାର ବାସ୍ନା । ପରିବାରରେ ସମସ୍ତ ସଦସ୍ୟ ଏକାଠି ହୋଇଥାନ୍ତି । ଏକ ସାଙ୍ଗରେ ନବାନ୍ନ ଖାଇବା ଲାଗି । ଏଇତ ହେଇଚି ଉତ୍କଳୀୟ ସଂସ୍କୃତିର ବିବିଧତା । ଉପକୂଳ ଓଡ଼ିଶାରେ ରଜ ପର୍ବକୁ ଗଣପର୍ବ ରୂପେ ପାଳନ କରାଯାଉଥିବାବେଳେ ପଶ୍ଚିମ ଓଡିଶାରେ ନୂଆଖାଇ ହେଉଛି ଗଣପର୍ବ । ଚାଷକୁ ନେଇ ଏଠି ଯେତେପ୍ରକାରର ପୂଜା - ପାର୍ବଣ । କେତେବେଳେ ଚାଷ କାର୍ଯ୍ୟ ଆରମ୍ଭ ପାଇଁ ପୂଜା ହୁଏ ତ କେତେବେଳେ ଫସଲ ଅମଳ ସାରିବା ପରେ ଖୁସିରେ ପର୍ବ ପାଳନ କରାଯାଏ । ଓଡ଼ିଶାରେ ପାଳିତ ହେଉଥିବା କୃଷିଭିତ୍ତିକ ପର୍ବ ମଧ୍ୟରେ ନୂଆଖାଇ ଅନ୍ୟତମ । ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି । ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ନିଜ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଖାଇ କୁହାଯାଏ । ନୂଆ ଫସଲକୁ ନିଜେ ଖାଇବା ପୂର୍ବରୁ ପ୍ରଥମେ ନିଜ ଇଷ୍ଟ ଦେବାଦେବୀଙ୍କ ନିକଟରେ ଅର୍ପଣ କରି କୃତଜ୍ଞତା ଭାବର ପରିପ୍ରକାଶ କରିବା ହେଉଛି ନୂଆଖାଇ

"ସାମାଜିକ ଏକତାର ପର୍ବ: ନୂଆଖାଇ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |