1. 'ନୀଳାଦ୍ରିବିଜେ' ଓ ରସଗୋଲା ଦିବସ
2. ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: କେବେ ଓ କାହିଁକି ହୁଏ ପାଳିତ
3. ପ୍ରେମ ଓ ପ୍ରେମଦିବସ
4. ମାତୃଭାଷାରେ ଚିନ୍ତନ, ସର୍ଜନ ଓ ଜୀବନ
5. ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ
6. ଓଡ଼ିଆ ମନ ଓଡ଼ିଆ ପ୍ରାଣ, ବୁଝେ ପଖାଳ କଂସା
7. ଓଡ଼ିଶାବାସୀଙ୍କ ଅସ୍ମିତା ଓ ସ୍ୱାଭିମାନ: ଉତ୍କଳ ଦିବସ
8. ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ
9. ନ୍ୟାସନାଲ ଟେକ୍ନୋଲୋଜି ଡେ: କିଛି କଥା
10. ମାନବତା ପାଇଁ ଯୋଗ
11. ଜାତୀୟ ଆମ୍ବ ଦିବସକୁ ନେଇ କିଛି କଥା
12. ସ୍ୱାଧୀନ ଭାରତର ଜନ୍ମତିଥି
13. ହିନ୍ଦୀ ଦିବସ
14. ଭାରତୀୟ ଡାକ ଦିବସ
15. ପୁରୁଷଙ୍କ ପାଇଁ ଦିନଟିଏ
16. ଜାତୀୟ ଦୁଗ୍ଧ ଦିବସ - କାହିଁକି ହୁଏ ପାଳନ
17. ହକିର ଯାଦୁଗର: ମେଜର ଧ୍ୟାନଚାନ୍ଦ
ଓଡ଼ିଆ ମନ ଓଡ଼ିଆ ପ୍ରାଣ, ବୁଝେ ପଖାଳ କଂସା
ବସନ୍ତର ମୃଦୁ ମଳୟ ଧୀରେ ଧୀରେ କମିଗଲାଣି, ନିଦାଘ ଗ୍ରୀଷ୍ମ ଧୀରେ ଧୀରେ ତାର ପ୍ରକୋପ ଦେଖାଇବା ଆରମ୍ଭ କଲାଣି । ଖରାର ଏହି ଝାଇଁ ଝାଇଁ ଖରାବେଳେ ମନ ଖୋଜୁଛି ପଖାଳ କଂସା । ଭୋଜନ ପ୍ରେମୀ ଓଡ଼ିଆମାନଙ୍କର ପାରମ୍ପରିକ ଖାଦ୍ୟ ହେଉଛି ପଖାଳ । ଗାଁ ହେଉ କି ସହର ସବୁଠି ପଖାଳର ଆଦର ରହିଛି । ଧନୀ ହେଉ କି ଗରିବ ସମସ୍ତଙ୍କ ପାଖରେ ରହିଛି ପଖାଳ ପ୍ରେମ । କିଏ ଜୀବନ ବଞ୍ଚାଇବା ପାଇଁ ପଖାଳ ଖାଏ ତ କିଏ ସଉକରେ ପଖାଳ ଖାଏ । ସେଥିପାଇଁ ତ କୁହାଯାଏ - ଓଡ଼ିଆ ମନ ଓଡ଼ିଆ ପ୍ରାଣ, ବୁଝେ ପଖାଳ କଂସା ।
କେବଳ ଖରାତାତିରୁ ରକ୍ଷା ପାଇଁ ପଖାଳ ଲୋଡ଼ା ହୁଏ ତାହା ନୁହେଁ, ଶୀତ ସକାଳର କଅଁଳିଆ ଖରାରେ ବସି ପଖାଳ ଖାଇବାର ମଜା ନିଆରା । ପଖାଳକୁ ନେଇ ଓଡ଼ିଆମାନେ ବେଶ୍ ଭାବପ୍ରବଣ । ଭାତକୁ ପାଣିରେ ପଖାଳି ତିଆରି କରାଯାଉଥିବାରୁ ଏହାକୁ ପଖାଳ କୁହାଯାଏ । ଏହାର ପାଣିକୁ ତୋରାଣି କୁହାଯାଏ । ପଖାଳ ଓଡ଼ିଆଙ୍କ ଏକ ସ୍ୱତନ୍ତ୍ର ପରିଚୟ । ଖାଲି ଓଡ଼ିଆ କାହିଁକି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ବି ପଖାଳ ପ୍ରେମରେ । ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ରୂପେ ପାଳନ କରାଯାଉଛି ।
"ଓଡ଼ିଆ ମନ ଓଡ଼ିଆ ପ୍ରାଣ, ବୁଝେ ପଖାଳ କଂସା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |