ମହଙ୍ଗା ମସଲା କେଶର

ଭାରତୀୟ ଖାଦ୍ୟରେ ବ୍ୟବହୃତ ହେଉଥିବା ମସଲାଗୁଡିକ ମଧ୍ୟରେ ସବୁଠୁ ମହଙ୍ଗା ମସଲା ହେଉଛି କେଶର ବା ସାଫ୍ରନ୍ । ଏହା ନିତିଦିନିଆ ମସଲା ନହେଲେ ମଧ୍ଯ ଏକ ସୁଗନ୍ଧ ମସଲା ରୂପେ ଲୋକପ୍ରିୟତା ପାଇଛି । ଏହାର ବାସ୍ନା ଓ ରଙ୍ଗ ଆକର୍ଷଣୀୟ । ପଲଉ, ବିରିୟାନୀ, ପୁଡ଼ିଙ୍ଗ କେକ୍‌ ପରି ବହୁ ବ୍ୟଞ୍ଜନ ପାଇଁ ଏହାର ବ୍ୟବହାର କରାଯାଏ । ଖାଦ୍ୟ ସାମଗ୍ରୀକୁ ସୁଗନ୍ଧଯୁକ୍ତ ଓ ଆକର୍ଷଣୀୟ ରଙ୍ଗରେ ରଞ୍ଜିତ କରିଥାଏ କେଶର । ଏହାର ନାଲି ମିଶା ହଳଦିଆ ରଙ୍ଗ ବ୍ୟଞ୍ଜନ ଭିତରେ ଏକ ନୂଆ ଚମକ ସୃଷ୍ଟି କରିଥାଏ ଯେମିତି । କେବଳ ଖାଦ୍ୟ ପାଇଁ ଏହାକୁ ବ୍ୟବହାର କରାଯାଏ ତାହା ନୁହେଁ, ସୌନ୍ଦର୍ଯ୍ୟ ଓ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ବେଶ୍ ଲାଭଦାୟକ । ଔଷଧୀୟ ଗୁଣରେ ଭରପୂର କେଶର ଶରୀରକୁ ଅନେକ ଲାଭ ଦିଏ । ପ୍ରାୟ ୨୩୦୦ ବର୍ଷ ପୂର୍ବେ ପ୍ରଥମେ ଏହା ଗ୍ରୀସରେ ଚାଷ ହେଉଥିବାର ଜଣାଯାଏ । କେହି କେହି ଏହି ଗଛର ଉତ୍ପତ୍ତି ସ୍ଥାନ ଦକ୍ଷିଣ ଇଉରୋପ ବୋଲି କହନ୍ତି । ବର୍ତ୍ତମାନ ଏହା ସ୍ପେନ୍‌, ଫ୍ରାନ୍‌ସ, ଇଟାଲୀ, ଗ୍ରୀସ, ତୁର୍କୀ, ଇରାନ୍‌, ଚୀନ ଓ ଭାରତରେ ଚାଷ କରାଯାଉଛି । ତେବେ ଭାରତରେ କେବଳ ଜାମ୍ମୁ କାଶ୍ମୀରରେ ଏହା ଚାଷ କରାଯାଏ । ସୌନ୍ଦର୍ଯ୍ୟ ପାଇଁ ରାଣୀ କ୍ଲିଓପାଟ୍ରା କେଶରର ବ୍ୟବହାର କରୁଥିଲେ ବୋଲି ସୂଚନା ରହିଛି

"ମହଙ୍ଗା ମସଲା କେଶର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |