1. ଓଡ଼ିଶାର ପ୍ରଥମ କଥାକୁହା ଚଳଚ୍ଚିତ୍ର: 'ସୀତା ବିବାହ’ 2. ସ୍ମୃତିର ପରଦାରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ 'ମାଟିର ମଣିଷ' 3. ସ୍ୱାଧିନତା ପରର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ଲଳିତା 4. ଚତୁର୍ଥ ଓଡ଼ିଆ କଥାଚିତ୍ର - ‘ସପ୍ତଶଯ୍ୟା’ 5. ଇଂରାଜୀ ଶୀର୍ଷକର ପ୍ରଥମ ଓଡ଼ିଆ ସିନେମା ‘ରୋଲ୍ସ - ୨ - ୮’ 6. ଓଡ଼ିଆ କଥାଚିତ୍ର ‘କନକଲତା’ 7. ପରଦାରେ କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ଉପନ୍ୟାସ ‘ଅଦିନ ମେଘ’ 8. ଫକୀରମୋହନ ସେନାପତିଙ୍କ ‘ଛ ମାଣ ଆଠଗୁଣ୍ଠ’ 9. ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’ 10. ଓଡ଼ିଆ ଚଳଚ୍ଚିତ୍ର ‘ସିନ୍ଦୁର ବିନ୍ଦୁ’ 11. ପ୍ରଥମ ଦ୍ୱିଭାଷୀ କଥାଚିତ୍ର ‘ଆମରି ଗାଁ ଝିଅ’ 12. ପ୍ରେମ - ପ୍ରୀତି ଓ ଆତ୍ମୋତ୍ସର୍ଗର ଏକ ଅଭୁଲା ପ୍ରେମକାହାଣୀ: କେଦାର ଗୌରୀ 13. ପ୍ରତିଭା ରାୟଙ୍କ ଉପନ୍ୟାସ ‘ଅପରିଚିତା’ ଆଧାରରେ କଥାଚିତ୍ର -'ଅପରିଚିତା' 14. ବିଜୟିନୀ ଦାସଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘ଟିକେ ହସ ଟିକେ ଲୁହ’ 15. ପୌରାଣିକ ଓଡ଼ିଆ କଥାଚିତ୍ର: ଶ୍ରୀଜଗନ୍ନାଥ 16. ଶ୍ରୀରାମ ପଣ୍ଡାଙ୍କ ଅଭିନୀତ ପ୍ରଥମ କଥାଚିତ୍ର - 'ଧରିତ୍ରୀ' 17. ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ‘ଶ୍ରୀଲୋକନାଥ’ 18. ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପ୍ରଥମ ସିନେମା: ଅଭିମାନ 19. ଗାୟତ୍ରୀ ବସୁ ମଲ୍ଲିକଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘କାବେରୀ’ 20. ବିଦେଶିନୀଙ୍କ ଓଡିଆ କଥାଚିତ୍ର - ପରଦେଶୀ ଚଢ଼େଇ 21. ‘ସୂର୍ଯ୍ୟମୁଖୀ’ ଓ ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ 22. ନୀରଦ ମହାପାତ୍ରଙ୍କ 'ମାୟା ମିରିଗ' 23. ଓଡ଼ିଆ କଥାଚିତ୍ର ନାରୀ 24. ସ୍ମୃତିର ପରଦାରେ ନବଜନ୍ମ 25. ମ୍ୟୁଜିକାଲ ହିଟ୍ ଯାଯାବର 26. ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡିଆ କଥାଚିତ୍ର ଅରୁନ୍ଧତୀ 27. ଦ୍ୱୈତ ଭୂମିକାର ପ୍ରଥମ ଓଡ଼ିଆ କଥାଚିତ୍ର -‘ଅଭିନେତ୍ରୀ’ 28. ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଭାଇ ଭାଇ’ 29. ଓଡ଼ିଆ ସିନେମାରେ ବର୍ଷା ଛିଟା: କେବେ ପ୍ରେମରେ ମତୁଆଲା ତ କେବେ ବିରହରେ ଆନମନା 30. ଓଡ଼ିଆ ସିନେମାରେ ଦେଶପ୍ରେମର ଛିଟା

‘ସୂର୍ଯ୍ୟମୁଖୀ’ ଓ ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ

ଭାରତୀୟ ସଂଗୀତ ଜଗତର ବୁଲବୁଲ ଲତା ମଙ୍ଗେଶକର ୩୬ରୁ ଅଧିକ ଭାଷାରେ ଏବଂ ୫୦ ହଜାରରୁ ଅଧିକ ଗୀତ ଗାଇ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ ହୋଇଛନ୍ତି । ସଙ୍ଗୀତ ପ୍ରତି ଉଲ୍ଲେଖନୀୟ ଅବଦାନ ଯୋଗୁଁ ସେ ପଦ୍ମ ପୁରସ୍କାର ସମେତ ଦାଦା ସାହେବ ଫାଲ୍‌କେ ପୁରସ୍କାର, ଭାରତ ରତ୍ନର ଅଧିକାରିଣୀ ହୋଇପାରିଥିଲେ । କୋକିଳକଣ୍ଠୀ ଲତା ଓଡ଼ିଆରେ ମଧ୍ୟ ଦୁଇଟି ଗୀତ ଗାଇଥିଲେ, ଯାହା ଆଜିବି ଚିର ସବୁଜ । ସେଇ ଦୁଇଟି ଗୀତ ମଧ୍ୟରେ ୧୯୬୩ ମସିହାରେ ମୁକ୍ତିଲାଭ କରିଥିବା ‘ସୂର୍ଯ୍ୟମୁଖୀ’ ଚଳଚ୍ଚିତ୍ରର ‘ସେଇ ଚୁନା ଚୁନା ତାରାଫୁଲ ଆଜି, ସିଏ ଚୁମି ଚୁମି ଗଲା ହାଏ ହଜି …’ ରହିଛି । ଏହି ସିନେମା ଜରିଆରେ ପ୍ରଥମଥର ପାଇଁ ଓଡ଼ିଆ ଗୀତରେ ଲତା କଣ୍ଠଦାନ କରିଥିଲେ । ପରବର୍ତ୍ତୀ ସମୟରେ ‘ଅରୁନ୍ଧତୀ’ ସିନେମାରେ ‘ଆଜି ମୁଁ ଶ୍ରାବଣୀ …’.ଗୀତରେ ଲତା କଣ୍ଠଦାନ କରି ଓଡିଆ ଦର୍ଶକଙ୍କ ହୃଦୟରେ ଭିନ୍ନ ଏକ ସ୍ଥାନ ସୃଷ୍ଟି କରିଥିଲେ । ଲତାଙ୍କ ଅବର୍ତ୍ତମାନରେ ରହିଯାଇଛି ରାଶି ରାଶି ହୃଦୟଛୁଆଁ ଗୀତ । ଲତାଙ୍କ ଦ୍ୱାରା ବୋଲାଯାଇଥିବା ଓଡ଼ିଆ ଗୀତ ‘ସେଇ ଚୁନା ଚୁନା ତାରାଫୁଲ’ ଆଜି ବି ଶ୍ରୋତାଙ୍କୁ ଆନମନା କରେ । ‘ସୂର୍ଯ୍ୟମୁଖୀ’ ଫିଲ୍ମର ନିର୍ଦ୍ଦେଶକ ଥିଲେ ପ୍ରଫୁଲ୍ଲ ସେନଗୁପ୍ତା । ସୌମେନ୍ଦ୍ର ମିଶ୍ରଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଏହି ସିନେମାରେ ଅଭିନୟ କରିଥିଲେ ସୌମେନ୍ଦ୍ର ମିଶ୍ର, ଅନନ୍ତ, ଲକ୍ଷ୍ମୀପ୍ରିୟା

"‘ସୂର୍ଯ୍ୟମୁଖୀ’ ଓ ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |