1. ଓଡ଼ିଶାର ପ୍ରଥମ କଥାକୁହା ଚଳଚ୍ଚିତ୍ର: 'ସୀତା ବିବାହ’ 2. ସ୍ମୃତିର ପରଦାରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ 'ମାଟିର ମଣିଷ' 3. ସ୍ୱାଧିନତା ପରର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ଲଳିତା 4. ଚତୁର୍ଥ ଓଡ଼ିଆ କଥାଚିତ୍ର - ‘ସପ୍ତଶଯ୍ୟା’ 5. ଇଂରାଜୀ ଶୀର୍ଷକର ପ୍ରଥମ ଓଡ଼ିଆ ସିନେମା ‘ରୋଲ୍ସ - ୨ - ୮’ 6. ଓଡ଼ିଆ କଥାଚିତ୍ର ‘କନକଲତା’ 7. ପରଦାରେ କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ଉପନ୍ୟାସ ‘ଅଦିନ ମେଘ’ 8. ଫକୀରମୋହନ ସେନାପତିଙ୍କ ‘ଛ ମାଣ ଆଠଗୁଣ୍ଠ’ 9. ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’ 10. ଓଡ଼ିଆ ଚଳଚ୍ଚିତ୍ର ‘ସିନ୍ଦୁର ବିନ୍ଦୁ’ 11. ପ୍ରଥମ ଦ୍ୱିଭାଷୀ କଥାଚିତ୍ର ‘ଆମରି ଗାଁ ଝିଅ’ 12. ପ୍ରେମ - ପ୍ରୀତି ଓ ଆତ୍ମୋତ୍ସର୍ଗର ଏକ ଅଭୁଲା ପ୍ରେମକାହାଣୀ: କେଦାର ଗୌରୀ 13. ପ୍ରତିଭା ରାୟଙ୍କ ଉପନ୍ୟାସ ‘ଅପରିଚିତା’ ଆଧାରରେ କଥାଚିତ୍ର -'ଅପରିଚିତା' 14. ବିଜୟିନୀ ଦାସଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘ଟିକେ ହସ ଟିକେ ଲୁହ’ 15. ପୌରାଣିକ ଓଡ଼ିଆ କଥାଚିତ୍ର: ଶ୍ରୀଜଗନ୍ନାଥ 16. ଶ୍ରୀରାମ ପଣ୍ଡାଙ୍କ ଅଭିନୀତ ପ୍ରଥମ କଥାଚିତ୍ର - 'ଧରିତ୍ରୀ' 17. ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ‘ଶ୍ରୀଲୋକନାଥ’ 18. ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପ୍ରଥମ ସିନେମା: ଅଭିମାନ 19. ଗାୟତ୍ରୀ ବସୁ ମଲ୍ଲିକଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘କାବେରୀ’ 20. ବିଦେଶିନୀଙ୍କ ଓଡିଆ କଥାଚିତ୍ର - ପରଦେଶୀ ଚଢ଼େଇ 21. ‘ସୂର୍ଯ୍ୟମୁଖୀ’ ଓ ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ 22. ନୀରଦ ମହାପାତ୍ରଙ୍କ 'ମାୟା ମିରିଗ' 23. ଓଡ଼ିଆ କଥାଚିତ୍ର ନାରୀ 24. ସ୍ମୃତିର ପରଦାରେ ନବଜନ୍ମ 25. ମ୍ୟୁଜିକାଲ ହିଟ୍ ଯାଯାବର 26. ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡିଆ କଥାଚିତ୍ର ଅରୁନ୍ଧତୀ 27. ଦ୍ୱୈତ ଭୂମିକାର ପ୍ରଥମ ଓଡ଼ିଆ କଥାଚିତ୍ର -‘ଅଭିନେତ୍ରୀ’ 28. ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଭାଇ ଭାଇ’ 29. ଓଡ଼ିଆ ସିନେମାରେ ବର୍ଷା ଛିଟା: କେବେ ପ୍ରେମରେ ମତୁଆଲା ତ କେବେ ବିରହରେ ଆନମନା 30. ଓଡ଼ିଆ ସିନେମାରେ ଦେଶପ୍ରେମର ଛିଟା

ସ୍ମୃତିର ପରଦାରେ ନବଜନ୍ମ

ପଞ୍ଚସଖା ପିକ୍ଚର୍ସର ତୃତୀୟ ଅବଦାନ ହେଉଛି ‘ନବଜନ୍ମ ’। ପୂର୍ବରୁ ‘ନୂଆବୋଉ’ ଓ ‘ମାଣିକଯୋଡି’ର ସଫଳତା ପରେ ଏହି ସିନେମାଟି ପରଦାକୁ ଆସିଥିଲା । ଏହି ସିନେମାର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ ସଚିନ ମୁଖାର୍ଜୀ । ଏହି ସିନେମାର କାହାଣୀକାର ହେଉଛନ୍ତି ଭଞ୍ଜକିଶୋର ପଟ୍ଟନାୟକ । ସିନେମାରେ ଜିତେନ୍ଦ୍ର ପଟ୍ଟନାୟକ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଗୀତଗୁଡିକୁ ବାଳକୃଷ୍ଣ ଦାସ ସଂଗୀତରେ ସ୍ଵରବଦ୍ଧ କରିଥିବାବେଳେ, ଏହାର ଗୀତ ଗୁଡିକରେ ରଘୁନାଥ ପାଣିଗ୍ରାହୀ, ନିର୍ମଳ ମିଶ୍ର, ସନ୍ଧ୍ୟା ମୁଖାର୍ଜୀ ପ୍ରମୁଖ କଣ୍ଠଦାନ କରିଥିଲେ । ସିନେମାରେ ମୁଖ୍ୟ ଭୂମିକାରେ ଶରତ ପୂଜାରୀ, ଗୀତା ଦତ୍ତ, ଝରଣା ଦାସ, ଧୀର ବିଶ୍ୱାଳ, ଲୀଳା ଦୁଲାଳୀ, ମେନା, ମାୟା, ଅକ୍ଷୟ, ପୀର୍‌, ଟିମ, ପାଣ୍ଡେ, ଶରତ, ବାବାଜୀ, ପ୍ରଶାନ୍ତ, ବିଶ୍ୱନାଥ, ଧୀର, ନଟ ପ୍ରମୁଖ ଅଭିନୟ କରିଥିଲେ । ସିନେମାରେ ସଂଳାପ ରଚନା କରିଥିଲେ ଭଞ୍ଜକିଶୋର ପଟ୍ଟନାୟକ । ସିନେମାର କାହାଣୀ ହିଁ ସିନେମାକୁ ସଫଳ କରିଥିଲା । ସିନେମାରେ ତତ୍କାଳୀନ ସମାଜର ଚିତ୍ର ରହିଥିବାବେଳେ ଯୁବବର୍ଗଙ୍କ କଳ୍ପନା ଓ ସେମାନେ ସୃଷ୍ଟି କରୁଥିବା ଜଟିଳତାକୁ ବର୍ଣ୍ଣନା କରାଯାଇଛି । ସର୍ବାେପରି ଖରାପ ଉପରେ ଭଲର ବିଜୟକୁ ଏହି ସିନେମାରେ ଦର୍ଶାଯାଇଛି । ସିନେମାରେ ବିଜନ ନାମକ ଜଣେ ଯୁବକ ସଫଳତାର ସହ ଇଞ୍ଜିନିଅରିଂ ପାସ କରି ନିଜ ଗାଁର ଗର୍ବ ପାଲଟେ । ସେ ଚାକିରି ପାଇବା ପରେ ବାପାଙ୍କ ମନୋନୀତ କନ୍ୟାକୁ ବିବାହ ନ କରି

"ସ୍ମୃତିର ପରଦାରେ ନବଜନ୍ମ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |