1. ଓଡ଼ିଶାର ପ୍ରଥମ କଥାକୁହା ଚଳଚ୍ଚିତ୍ର: 'ସୀତା ବିବାହ’ 2. ସ୍ମୃତିର ପରଦାରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ 'ମାଟିର ମଣିଷ' 3. ସ୍ୱାଧିନତା ପରର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ଲଳିତା 4. ଚତୁର୍ଥ ଓଡ଼ିଆ କଥାଚିତ୍ର - ‘ସପ୍ତଶଯ୍ୟା’ 5. ଇଂରାଜୀ ଶୀର୍ଷକର ପ୍ରଥମ ଓଡ଼ିଆ ସିନେମା ‘ରୋଲ୍ସ - ୨ - ୮’ 6. ଓଡ଼ିଆ କଥାଚିତ୍ର ‘କନକଲତା’ 7. ପରଦାରେ କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ଉପନ୍ୟାସ ‘ଅଦିନ ମେଘ’ 8. ଫକୀରମୋହନ ସେନାପତିଙ୍କ ‘ଛ ମାଣ ଆଠଗୁଣ୍ଠ’ 9. ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’ 10. ଓଡ଼ିଆ ଚଳଚ୍ଚିତ୍ର ‘ସିନ୍ଦୁର ବିନ୍ଦୁ’ 11. ପ୍ରଥମ ଦ୍ୱିଭାଷୀ କଥାଚିତ୍ର ‘ଆମରି ଗାଁ ଝିଅ’ 12. ପ୍ରେମ - ପ୍ରୀତି ଓ ଆତ୍ମୋତ୍ସର୍ଗର ଏକ ଅଭୁଲା ପ୍ରେମକାହାଣୀ: କେଦାର ଗୌରୀ 13. ପ୍ରତିଭା ରାୟଙ୍କ ଉପନ୍ୟାସ ‘ଅପରିଚିତା’ ଆଧାରରେ କଥାଚିତ୍ର -'ଅପରିଚିତା' 14. ବିଜୟିନୀ ଦାସଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘ଟିକେ ହସ ଟିକେ ଲୁହ’ 15. ପୌରାଣିକ ଓଡ଼ିଆ କଥାଚିତ୍ର: ଶ୍ରୀଜଗନ୍ନାଥ 16. ଶ୍ରୀରାମ ପଣ୍ଡାଙ୍କ ଅଭିନୀତ ପ୍ରଥମ କଥାଚିତ୍ର - 'ଧରିତ୍ରୀ' 17. ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ‘ଶ୍ରୀଲୋକନାଥ’ 18. ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପ୍ରଥମ ସିନେମା: ଅଭିମାନ 19. ଗାୟତ୍ରୀ ବସୁ ମଲ୍ଲିକଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘କାବେରୀ’ 20. ବିଦେଶିନୀଙ୍କ ଓଡିଆ କଥାଚିତ୍ର - ପରଦେଶୀ ଚଢ଼େଇ 21. ‘ସୂର୍ଯ୍ୟମୁଖୀ’ ଓ ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ 22. ନୀରଦ ମହାପାତ୍ରଙ୍କ 'ମାୟା ମିରିଗ' 23. ଓଡ଼ିଆ କଥାଚିତ୍ର ନାରୀ 24. ସ୍ମୃତିର ପରଦାରେ ନବଜନ୍ମ 25. ମ୍ୟୁଜିକାଲ ହିଟ୍ ଯାଯାବର 26. ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡିଆ କଥାଚିତ୍ର ଅରୁନ୍ଧତୀ 27. ଦ୍ୱୈତ ଭୂମିକାର ପ୍ରଥମ ଓଡ଼ିଆ କଥାଚିତ୍ର -‘ଅଭିନେତ୍ରୀ’ 28. ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଭାଇ ଭାଇ’ 29. ଓଡ଼ିଆ ସିନେମାରେ ବର୍ଷା ଛିଟା: କେବେ ପ୍ରେମରେ ମତୁଆଲା ତ କେବେ ବିରହରେ ଆନମନା 30. ଓଡ଼ିଆ ସିନେମାରେ ଦେଶପ୍ରେମର ଛିଟା

ପ୍ରତିଭା ରାୟଙ୍କ ଉପନ୍ୟାସ ‘ଅପରିଚିତା’ ଆଧାରରେ କଥାଚିତ୍ର -'ଅପରିଚିତା'

୧୯୮୦ରେ ପରଦାକୁ ଆସିଥିଲା ପ୍ରତିଭା ରାୟଙ୍କ ଉପନ୍ୟାସ ‘ଅପରିଚିତା’ ଆଧାରରେ ସିନେମା 'ଅପରିଚିତା’ । ଏହି ଉପନ୍ୟାସକୁ ପରଦାରେ ଦେଖାଇଥିଲେ ନିର୍ଦ୍ଦେଶକ ସାଧୁ ମେହେର । ପର୍ଶୁରାମ ପିକ୍ଚର୍ସ ନିବେଦିତ ଏହି ସିନେମାର କାହାଣୀ, ସଂଳାପ ରଚନା କରିଥିଲେ ନିଜେ ପ୍ରତିଭା ରାୟ । ଏହାର ଚିତ୍ରନାଟ୍ୟ ଦେଇଥିଲେ ସାଧୁ ମେହେର । ସିନେମାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି, ମାଳଵିକା, ମହାଶ୍ୱେତା, ଅନିତା ଦାସ, ଗ୍ଲୋରିଆ ମହାନ୍ତି, ଶରତ ପୂଜାରୀ, କୃପାସିନ୍ଧୁ, ମାଗିରମ, ତାପସ, ଲକ୍ଷ୍ମୀପ୍ରିୟା, ବୀରେନ୍ଦ୍ର ପ୍ରମୁଖ । ସିନେମାରେ ଗୌର ପଟ୍ଟନାୟକ, ନିଶାକର ବେହେରା ଓ ପ୍ରତିଭା ରାୟଙ୍କ ରଚିତ ଗୀତଗୁଡିକୁ ସଂଗୀତରେ ସ୍ଵରବଦ୍ଧ କରିଥିଲେ ମୁସିର । ସେହିପରି ଏହି ସିନେମାରେ କଣ୍ଠଦାନ କରିଥିଲେ ନିର୍ମଳା ମିଶ୍ର, ସୁଶ୍ରୀସଂଗୀତା, ଭିକାରି ବଳ, ଚିତ୍ତ ଜେନା । ଏଥିରେ ଥିବା ଏକ ଗୀତ ‘ଆଖି ନାହିଁ କାନ ନାହିଁ…. ଗୀତରେ ପ୍ରତିଭା ରାୟଙ୍କ ଝିଅ ଆଦ୍ଯାଶା ରାୟ କଣ୍ଠଦାନ କରିଥିଲେ । ଭାରତୀୟ ସାହିତ୍ୟର ଅନ୍ୟତମ ସମୃଦ୍ଧ ଶବ୍ଦଶିଳ୍ପୀ ହେଉଛନ୍ତି ପ୍ରତିଭା ରାୟ । ଓଡ଼ିଆ ସାହିତ୍ୟକୁ ସେ ଭେଟି ଦେଇଛନ୍ତି ଜ୍ଞାନପୀଠ, ମୂର୍ତ୍ତିଦେଵୀ ପରି ସମ୍ଭ୍ରାନ୍ତ ଜାତୀୟ ପୁରସ୍କାର । ଆମ ସମୟର ଜଣେ ବିକଳ୍ପ ଓ ଅପ୍ରତିଦ୍ବନ୍ଦୀ କଥାକାର ହେଉଛନ୍ତି ପ୍ରତିଭା ରାୟ । ଆଧୁନିକ ଉପନ୍ୟାସ ରଚନା କାଳରେ ଯେଉଁ କେତେକ କ୍ଲାସିକ ଔପନ୍ୟାସିକ ସାମ୍ନାକୁ ଆସିଛନ୍ତି ସେମାନଙ୍କ ମଧ୍ୟରେ ପ୍ରତିଭା ରାୟ ଏକ

"ପ୍ରତିଭା ରାୟଙ୍କ ଉପନ୍ୟାସ ‘ଅପରିଚିତା’ ଆଧାରରେ କଥାଚିତ୍ର -'ଅପରିଚିତା'" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |