1. ଓଡ଼ିଶାର ପ୍ରଥମ କଥାକୁହା ଚଳଚ୍ଚିତ୍ର: 'ସୀତା ବିବାହ’
2. ସ୍ମୃତିର ପରଦାରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ 'ମାଟିର ମଣିଷ'
3. ସ୍ୱାଧିନତା ପରର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ଲଳିତା
4. ଚତୁର୍ଥ ଓଡ଼ିଆ କଥାଚିତ୍ର - ‘ସପ୍ତଶଯ୍ୟା’
5. ଇଂରାଜୀ ଶୀର୍ଷକର ପ୍ରଥମ ଓଡ଼ିଆ ସିନେମା ‘ରୋଲ୍ସ - ୨ - ୮’
6. ଓଡ଼ିଆ କଥାଚିତ୍ର ‘କନକଲତା’
7. ପରଦାରେ କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ଉପନ୍ୟାସ ‘ଅଦିନ ମେଘ’
8. ଫକୀରମୋହନ ସେନାପତିଙ୍କ ‘ଛ ମାଣ ଆଠଗୁଣ୍ଠ’
9. ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’
10. ଓଡ଼ିଆ ଚଳଚ୍ଚିତ୍ର ‘ସିନ୍ଦୁର ବିନ୍ଦୁ’
11. ପ୍ରଥମ ଦ୍ୱିଭାଷୀ କଥାଚିତ୍ର ‘ଆମରି ଗାଁ ଝିଅ’
12. ପ୍ରେମ - ପ୍ରୀତି ଓ ଆତ୍ମୋତ୍ସର୍ଗର ଏକ ଅଭୁଲା ପ୍ରେମକାହାଣୀ: କେଦାର ଗୌରୀ
13. ପ୍ରତିଭା ରାୟଙ୍କ ଉପନ୍ୟାସ ‘ଅପରିଚିତା’ ଆଧାରରେ କଥାଚିତ୍ର -'ଅପରିଚିତା'
14. ବିଜୟିନୀ ଦାସଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘ଟିକେ ହସ ଟିକେ ଲୁହ’
15. ପୌରାଣିକ ଓଡ଼ିଆ କଥାଚିତ୍ର: ଶ୍ରୀଜଗନ୍ନାଥ
16. ଶ୍ରୀରାମ ପଣ୍ଡାଙ୍କ ଅଭିନୀତ ପ୍ରଥମ କଥାଚିତ୍ର - 'ଧରିତ୍ରୀ'
17. ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ‘ଶ୍ରୀଲୋକନାଥ’
18. ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପ୍ରଥମ ସିନେମା: ଅଭିମାନ
19. ଗାୟତ୍ରୀ ବସୁ ମଲ୍ଲିକଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘କାବେରୀ’
20. ବିଦେଶିନୀଙ୍କ ଓଡିଆ କଥାଚିତ୍ର - ପରଦେଶୀ ଚଢ଼େଇ
21. ‘ସୂର୍ଯ୍ୟମୁଖୀ’ ଓ ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ
22. ନୀରଦ ମହାପାତ୍ରଙ୍କ 'ମାୟା ମିରିଗ'
23. ଓଡ଼ିଆ କଥାଚିତ୍ର ନାରୀ
24. ସ୍ମୃତିର ପରଦାରେ ନବଜନ୍ମ
25. ମ୍ୟୁଜିକାଲ ହିଟ୍ ଯାଯାବର
26. ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡିଆ କଥାଚିତ୍ର ଅରୁନ୍ଧତୀ
27. ଦ୍ୱୈତ ଭୂମିକାର ପ୍ରଥମ ଓଡ଼ିଆ କଥାଚିତ୍ର -‘ଅଭିନେତ୍ରୀ’
28. ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଭାଇ ଭାଇ’
29. ଓଡ଼ିଆ ସିନେମାରେ ବର୍ଷା ଛିଟା: କେବେ ପ୍ରେମରେ ମତୁଆଲା ତ କେବେ ବିରହରେ ଆନମନା
30. ଓଡ଼ିଆ ସିନେମାରେ ଦେଶପ୍ରେମର ଛିଟା
ଓଡ଼ିଆ ଚଳଚ୍ଚିତ୍ର ‘ସିନ୍ଦୁର ବିନ୍ଦୁ’
୧୯୬୭ ମସିହାରେ ପରଦାକୁ ଆସିଥିଲା ଚିନ୍ତାମଣି ଜେନାଙ୍କ ‘ସରପଞ୍ଚ ପୁଅ’ ଉପନ୍ୟାସକୁ ଆଧାରକରି ନିର୍ମିତ ହୋଇଥିବା ସିନେମା ‘ସିନ୍ଦୁର ବିନ୍ଦୁ’ । ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ଏହି ସିନେମାର ପ୍ରଯୋଜନା ଭାର ରହିଥିଲା ବି.କେ. ଅଗ୍ରୱାଲ, ଏସ୍.କେ. ଅଗ୍ରୱାଲ, ଏଲ୍.ଏନ୍. ଗୁରୁ ଓ କେଦାର ଗୁରୁଙ୍କ ଉପରେ । ସିନେମାରେ ପ୍ରଶାନ୍ତ ନନ୍ଦ, ଶ୍ରୀରାମ ପଣ୍ଡା, ସୁଜାତା ଆନନ୍ଦ, ତ୍ରିପୁରା ମିଶ୍ର, ଅଜିତ ଦାସ, ଶିଶିର ମିଶ୍ର, ସୁଜାତା, ମାନଦା, ରାମ ପ୍ରତିହାରୀ, କେଦାରନାଥ ଗୁରୁ, ଲକ୍ଷ୍ମୀନାରାୟଣ ପଣ୍ଡା, କ୍ଷୀର ମିଶ୍ର, ରାଜକିଶୋର ଶତପଥି ପ୍ରମୁଖ ଅଭିନୟ କରିଥିଲେ । ସିନେମାରେ ଦିଲ୍ଲୀପ ଦତ୍ତ ଚିତ୍ରଗ୍ରହଣ କରିଥିବାବେଳେ ଏହାର କାହାଣୀ ଓ ସଂଳାପ ରଚନା କରିଥିଲେ କେଦାରନାଥ ଗୁରୁ ଓ ଭୁବନେଶ୍ୱର ମହାପାତ୍ର ।
ସିନେମାଟିରେ ପ୍ରଫୁଲ୍ଲ କର, ଶିବବ୍ରତ ଦାସ, କାଳିଚରଣ ପାଣିଗ୍ରାହୀଙ୍କ ରଚିତ ଗୀତ ଗୁଡିକୁ ପ୍ରଫୁଲ୍ଲ କର ସଂଗୀତରେ ସ୍ଵରବଦ୍ଧ କରିଥିଲେ । ପ୍ରଣବ ପଟ୍ଟନାୟକ, ବାଣୀ ଜୟରାମ, ସୁଧାରାମ, ଚିତ୍ତ ଜେନା, ରଘୁନାଥ ପାଣିଗ୍ରାହୀ, ପ୍ରଫୁଲ୍ଲ କର ପ୍ରମୁଖ ଏଥିରେ କଣ୍ଠଦାନ କରିଥିଲେ ।
ସିନେମାର ଗୀତଗୁଡିକ ବେଶ୍ ଉଚ୍ଚକୋଟୀର ଥିଲା । ସିନେମାରେ ମୋଟ ସାତଟି ଗୀତ ରହିଥିଲା । ଚିତ୍ତ ଜେନାଙ୍କ ‘ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର….’ ଆଜିବି ଶ୍ରୋତାଙ୍କୁ ଆନମନା କରେ । ଏହି ସିନେମାରେ ରହିଥିବା । ‘ତୁମ ଶାଢ଼ୀର ରଙ୍ଗ ନକଲି ନକଲି ….’ ଗୀତଟି ସେତେବେଳେ ବେଶ୍ ଚର୍ଚ୍ଚାରେ
"ଓଡ଼ିଆ ଚଳଚ୍ଚିତ୍ର ‘ସିନ୍ଦୁର ବିନ୍ଦୁ’" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |