ଉପକାରୀ ମେଥି

ଆମର ଏକ ନିତିଦିନିଆ ମସଲା ମଧ୍ୟରେ ମେଥି ଅନ୍ୟତମ । ଫୁଟଣରେ ଦି'ଟା ମେଥି ନପକାଇଲେ ବାସ୍ନା ଆସେ ନାହିଁ । ଏହା ଦେଖିବାକୁ ଆୟତାକାର ଓ ଏହାର ରଙ୍ଗ ହଳଦିଆ । ଆଚାର, ତରକାରି, ଭଜା ଇତ୍ୟାଦି ପ୍ରସ୍ତୁତିରେ ଏହାର ବହୁଳ ବ୍ୟବହାର ହୋଇଥାଏ । ସମ୍ବର ମସଲାରେ ଏହାର ଏକ ଭାଗ ରହିଥାଏ । ଏହାର ପିତା ଅଂଶକୁ କମ୍ କରିବା ପାଇଁ ଏହାକୁ ଭାଜି ଦିଆଯାଏ । ଏହା ଖୁବ୍ ରୁଚିକର । ଭାରତୀୟ ଖାଦ୍ୟଦ୍ରବ୍ୟରେ ଏହାକୁ ମସଲା ରୂପେ ବ୍ୟବହାର କରାଯାଇଥାଏ । ଭାରତରେ ମେଥିକୁ ବିଭିନ୍ନ ରୂପରେ ବ୍ୟବହାର କରାଯାଏ । ମେଥିର ଶୁଖିଲା ପତ୍ର ବା ସଜ ପତ୍ରକୁ ଜଡିବୁଟି ଭାବରେ ବ୍ୟବହାର କରାଯାଉଥିବାବେଳେ ଏହାର ମଞ୍ଜିକୁ ମସଲା ରୂପେ ଓ ଏହାର କଂଚା ପତ୍ରକୁ ଶାଗ ଭାବେ ଖିଆଯାଇଥାଏ ପୁଣି ଗଜା ମେଥିକୁ ମଧ୍ୟ ବ୍ୟଞ୍ଜନରେ ବ୍ୟବହାର କରାଯାଏ । ମେଥିପତ୍ରକୁ ଶୁଖାଇ ଏହାକୁ ବ୍ୟଞ୍ଜନରେ ବାସ୍ନା ଆଣିବା ପାଇଁ ବ୍ୟବହାର କରାଯାଏ । ଏହାକୁ କସୁରୀ ମେଥି କୁହାଯାଏ । ମେଥି ଗଛକୁ ଉଦ୍ଭିଦ ବିଜ୍ଞାନରେ Trigonella foenum-graecum ବୋଲି କହନ୍ତି ଏହା ଏକ ତୃଣ ଜାତୀୟ ଉଦ୍ଭିଦ। ଅତି ବେଶୀରେ ଏହା ଏକ ଫୁଟ ପର୍ଯ୍ୟନ୍ତ ବଢିଥାଏ । ମଟର, ଶିମ୍ବ ଯେଉଁ ପରିବାରର ଗଛ, ଏହା ସେହି ପରିବାରଭୁକ୍ତ । ଏହାର କାଣ୍ଡ ସରୁ ଗୋଲାକାର, ନରମ

"ଉପକାରୀ ମେଥି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |