ହଜମକାରକ ଜିରା

ଭାରତୀୟ ମସଲାରେ ଜିରା ଏକ ପ୍ରଧାନ ଉପାଦାନ । ଗୋଲମରିଚ ପରେ ଜିରା ହେଉଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ମସଲା । ଜିରା ନିଜର ବାସ୍ନା ପାଇଁ ବେଶ୍ ଲୋକପ୍ରିୟ । ପଞ୍ଚଫୁଟଣର ପାଞ୍ଚଟି ଉପାଦାନ ଭିତରୁ ଏହା ହେଉଛି ଅନ୍ୟତମ । ବିଭିନ୍ନ ପ୍ରକାରର ତରକାରିରେ ଛୁଙ୍କ ଦେଲାବେଳେ ଗୋଟା ଜିରା ଓ ବ୍ୟଞ୍ଜନର ସ୍ୱାଦ ବଢ଼ାଇବା ପାଇଁ ଗୁଣ୍ଡଜିରାର ପ୍ରୟୋଗ ହୋଇଥାଏ । ଏହାର ବୈଜ୍ଞାନିକ ନାମ କ୍ୟୁମିନମ ସାଇମିନନ (cuminum cyminum) । ବହୁ ପୁରାତନ କାଳରୁ ଏହାର ବ୍ୟବହାର ହେଉଥିବାର ଜଣାଯାଇଛି । ବାଇବେଲର ଓଲ୍ଡ ଟେଷ୍ଟାମେଣ୍ଟରେ ଜିରା ସମ୍ପର୍କରେ ଉଲ୍ଲେଖ ରହିଛି । ନେପାଳ, ଭାରତ, ପାକିସ୍ତାନ, ଉତ୍ତର ଆଫ୍ରିକା, ମଧ୍ୟପ୍ରାଚ୍ୟ, ଶ୍ରୀଲଙ୍କା, କ୍ୟୁବା, ଉତ୍ତର ମେକ୍ସିକୋ, ମଧ୍ୟ ଏସିଆ ଇତ୍ୟାଦି ଅଞ୍ଚଳରେ ଏହା ଏକ ପ୍ରସିଦ୍ଧ ମସଲା । ବ୍ରାଜିଲ ଓ ଫ୍ରାନ୍ସ ଆଦି ଦେଶରେ ମଧ୍ୟ ଲୋକେ ଏହାର ବ୍ୟବହାର କରିଥାନ୍ତି । ଭାରତ ଓ ଚୀନରେ ଏହା ଅଧିକ ପରିମାଣରେ ଉତ୍ପାଦନ ହୁଏ । ଭାରତର ପଶ୍ଚିମବଙ୍ଗ, ଆସାମ ଓ ଓଡିଶାକୁ ଛାଡିଦେଲେ ଭାରତର ଅନ୍ୟ ସବୁ ପ୍ରାନ୍ତରେ ଜିରା ଚାଷ ହୁଏ । ବିଶେଷ କରି ପଞ୍ଜାବ ଓ ଉତ୍ତରପ୍ରଦେଶରେ ବହୁଳ ପରିମାଣରେ ଜିରା ଚାଷ ହେବା ସହ ଏଠିକାର ଜିରା ଅଧିକ ଲୋକପ୍ରିୟ । ଉର୍ବର ଦୋରସା ମାଟିରେ ଜିରା ଗଛ ଭଲ ରୂପେ ବଢିପାରେ । ଜିରା

"ହଜମକାରକ ଜିରା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |