ବାସ୍ନା ପତ୍ର - ତେଜପତ୍ର

ଖେଚୁଡ଼ି ହେଉ କି ପଲାଉ ଅବା ମାଂସ କିମ୍ବା ମସଲାଦିଆ ତରକାରୀ, ସବୁଥିରେ ତେଜପତ୍ରଟିଏ ନ ପକାଇଲେ ବାସ୍ନା ହୁଏ ନାହିଁ । ଭାରତୀୟ ରୋଷେଇରେ ତେଜପତ୍ରକୁ ମସଲା ଭାବେ ବ୍ୟବହାର କରାଯାଏ । ଡାଲମା, ତରକାରୀ ଆଦିରେ ତେଜପତ୍ର ପକାଇଲେ ଏହାର ସ୍ୱାଦ ଏବଂ ବାସ୍ନା ଉଭୟ ଅଧିକ ବଢ଼ି ଯାଇଥାଏ । ତେବେ ଦକ୍ଷିଣ ଭାରତ ଅପେକ୍ଷା ଉତ୍ତର ଭାରତରେ ଏହି ପତ୍ରର ପ୍ରଚଳନ ଖୁବ ବେଶୀ । ଏମିତିକି କାଶ୍ମୀରରେ ଲୋକେ ଏହି ପତ୍ରକୁ ପାନ ରୂପେ ବ୍ୟବହାର କରନ୍ତି । ତେଜପତ୍ରରେ ପ୍ରଚୁର ପରିମାଣର କପର୍, ପଟାସିୟମ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ସେଲେନିୟମ୍ ଏବଂ ଆଇରନ୍ ଅଛି । ତେଜପତ୍ରରେ ଏକପ୍ରକାର ସୁଗନ୍ଧିତ ତୈଳ ରହିଛି । ଏହି ତୈଳରେ ଫେଲୋନଡ୍ରନ ଓ ଇଓଜିନାଲ ନାମକ ଦୁଇଟି ରାସାୟନିକ ପଦାର୍ଥ ରହିଛି । ତେଜପତ୍ରରେ ରହିଥିବା ତୈଳଟି ଅନେକାଂଶରେ ଡାଳଚିନି ଗଛର ପତ୍ରରେ ଥିବା ତୈଳ ସହିତ ସମାନ । ଉଦ୍ଭିଦ ବିଜ୍ଞାନରେ ଏହାକୁ ସିନେମୋମମ ଟାମଲା (Cinnamomum tamala) କୁହାଯାଏ । ଚିରହରିତ ବର୍ଣ୍ଣର ଏହି ବୃକ୍ଷଟି ମୁଖ୍ୟତଃ ହିମାଳୟ ପାର୍ବତ୍ୟ ଅଂଚଳରେ ୯୦୦ରୁ ୨୪୪୦ ମିଟର ଉଚ୍ଚ ସ୍ଥାନରେ, ଖାସି ଓ ଜୟନ୍ତିଆ ପାହାଡ଼ରେ ୯୦୦ରୁ ୧୨୪୦ ମିଟର ଉଚ୍ଚ ସ୍ଥାନରେ ହୁଏ । ସିଲହଟ ଜିଲ୍ଲାର ଜୟନ୍ତିଆ ପ୍ରଗଣାରେ ତେଜପତ୍ର ବହୁଳ ଭାବେ ଚାଷ କରାଯାଏ । ସାଧାରଣତଃ

"ବାସ୍ନା ପତ୍ର - ତେଜପତ୍ର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |