1. ଶ୍ରୀଜଗନ୍ନାଥ ଓ ମଠ ପରମ୍ପରା
2. ସ୍ନାନ ପୂର୍ଣ୍ଣିମା
3. ଶ୍ରୀଜଗନ୍ନାଥ ଓ ଅଣସର
4. ଦଶମୂଳ ମୋଦକ ଖାଇ ସୁସ୍ଥ ହୁଅନ୍ତି ମହାପ୍ରଭୁ
5. ଅଣସର ଓ ଅଲାରନାଥ
6. ଐତିହ୍ୟର ଜୟଯାତ୍ରା - ରଥଯାତ୍ରା
7. ଫଟୋରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା
8. ହେରା ପଞ୍ଚମୀ
9. ରଥାରୂଢ଼ ଶ୍ରୀଜୀଉ ଓ ସୁନାବେଶ
10. ମହାପ୍ରଭୁଙ୍କ ଅଧରପଣା
11. ପବିତ୍ର ଘୋଷ ଯାତ୍ରାର ଅନ୍ତିମ ପର୍ବ: ‘ନୀଳାଦ୍ରିବିଜେ’
12. ମହାପ୍ରସାଦକୁ ନେଇ କିଛି ଜଣା ଅଜଣା କଥା
ଅଣସର ଓ ଅଲାରନାଥ
ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥ । ଜଗତର ନାଥ ଜଗନ୍ନାଥ । ତାଙ୍କ ମାନବୀୟ ଲୀଳା ସତରେ ଅବର୍ଣ୍ଣନୀୟ । ସେ ଭାବଗ୍ରାହୀ । ଭକ୍ତର ଆଶା ପୂରଣ ପାଇଁ ସେ ରତ୍ନ ସିଂହାସନ ଛାଡି ଚାଲି ଆସନ୍ତି ଭକ୍ତମେଳକୁ ସେଥିପାଇଁ ତ ସେ ଭାବଗ୍ରାହୀ । ଭକ୍ତଙ୍କ ପାଇଁ ତାଙ୍କର ସବୁ ଲୀଳା ପୁଣି ଯାନିଯାତ୍ରା । ତାଙ୍କ ଭକ୍ତିଲୀଳାର ମହାପର୍ବ ମଧ୍ୟରେ ଅଣସର ଏକ ଅଧ୍ୟାୟ ।
ସ୍ନାନପୂର୍ଣ୍ଣିମା ପରଦିନଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂରତି ଜରରେ ପୀଡ଼ିତ ହୋଇ ଉପଚାର ଘେନୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ନାହିଁ । ଏହି କାଳକୁ ଅଣସର ବା ଅନବସର କୁହାଯାଏ । ଜ୍ୱର ହେବାପରେ ଶ୍ରୀଜୀଉମାନଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଠାକୁରମାନଙ୍କୁ ଅଣସର ଘରକୁ (ଜଗନ୍ନାଥ ମନ୍ଦିରର ଜଗମୋହନରେ ଚନ୍ଦନ ଅର୍ଗଳି ନିକଟରେ ଥିବା ଏକ ସ୍ଥାନ) ନିଅନ୍ତି । ପ୍ରକୃତରେ ଅଣସର ଗୃହ ବୋଲି କିଛି ନଥାଏ, ଏହା ଅସ୍ଥାୟୀ ରୂପରେ ନିର୍ମାଣ କରାଯାଇଥାଏ । ଏହି ଗୃହର ଏକ ଛୋଟ ଦ୍ୱାର ଥାଏ, ଯାହାକୁ ଧୁକୁଡ଼ି ଦ୍ୱାର କୁହାଯାଏ । ଏହି ଘରଟି ଅନ୍ଧକାର ଥାଏ । ଏଠାରେ ମହାପ୍ରଭୁଙ୍କ ଗୁପ୍ତ ସେବା ଅନୁଷ୍ଠିତ ହୁଏ । ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପରିକ ଉପଚାର କରାଯାଏ । ଏହିସମୟରେ
"ଅଣସର ଓ ଅଲାରନାଥ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |