1. କଳାସୁନା ଗୋଲମରିଚ
2. ବନ୍ଧୁତ୍ୱର ସ୍ମାରକୀ - ଲବଙ୍ଗ
3. ଏକ ବିଶିଷ୍ଟ ମୁଖରୋଚକ ମସଲା - ଅଳେଇଚ
4. ଗୁଜୁରାତି - ଭାରତୀୟ ମସଲାର ରାଣୀ
5. ଅତି ପରିଚିତ ନିତିଦିନିଆ ମସଲା - ସୋରିଷ
6. ହଜମକାରକ ଜିରା
7. ରସୁଣକୁ ନେଇ କିଛି କଥା
8. ରାଜନୈତିକ ମସଲା - ପିଆଜ
9. ବାସ୍ନା ପତ୍ର - ତେଜପତ୍ର
10. ମହୌଷଧି ଅଦା
11. ସୁପାଚକ ପାନମହୁରୀ
12. ଉପକାରୀ ମେଥି
13. ଲୋକପ୍ରିୟ ମସଲା ପୋସ୍ତ
14. ପଞ୍ଚଫୁଟଣର ଅନ୍ଯତମ ଉପାଦାନ - କଳା ଜିରା
15. ମହଙ୍ଗା ମସଲା କେଶର
16. ତଡକା କିଙ୍ଗ୍ ହେଙ୍ଗୁ
17. ଜାଇଫଳ ଓ ଜାଇତ୍ରୀ
ମହୌଷଧି ଅଦା
ଅଦାକୁ କିଏ ଅବା ନ ଜାଣେ । ଅଦା ନପଡ଼ିଲେ ତରକାରୀର ବାସନା ଓ ସୁଆଦ ଆସେନି । ତରକାରୀ ମସଲା ରୂପେ ଅଦା ଉଣାଅଧିକେ ସମସ୍ତଙ୍କ ଘରେ ବ୍ଯବହୃତ ହୁଏ । ଅଦା ଆମ ଭାରତୀୟ ମସଲାର ଏକ ପ୍ରମୁଖ ଉପାଦାନ ।
ଅଦାଗଛକୁ ଉଭିଦ ବିଜ୍ଞାନରେ କହନ୍ତି ଜିଞ୍ଜିବର ଅଫିସିନେଲ (Zingiber officinale) । ଅଦା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ । ଏ ଗଛର ମୂଳକୁ ଅଦା ଭାବରେ ବ୍ୟବହାର କରାଯାଏ । ଆମ୍ବକଷିଆ ଅଦା ବୋଲି ଆଉ ଏକ ପ୍ରକାର ଅଦା ରହିଛି, କିନ୍ତୁ ତାହା ଗୁଣରେ ନିକୃଷ୍ଟ । ଓଡ଼ିଶାରେ ସର୍ବତ୍ର ଏହି ଗଛ ଦେଖାଯାଏ । ଆୟୁର୍ବେଦରେ ଅଦାକୁ ମହୌଷଧି ବୋଲି କୁହାଯାଇଛି । ଏହାକୁ କଞ୍ଚାବେଳେ ଅଦା ଓ ଶୁଖିଗଲେ ଶୁଣ୍ଠି କୁହାଯାଏ ।
ବହୁ ପୁରାତନ କାଳରୁ ଭାରତରେ ଅଦାର ବ୍ୟବହାର ହୋଇଆସୁଛି । ବହୁ ପୂର୍ବକାଳରୁ ଅଦା ଦକ୍ଷିଣ ଏସିଆର ଦେଶ ସମୂହରେ ଚାଷ ହୋଇ ଆସୁଅଛି । ତେଣୁ ଦକ୍ଷିଣ ଏସିଆକୁ ଏହାର ଜନ୍ମସ୍ଥଳୀ ବୋଲି କୁହାଯାଏ । ଲୋହିତ ସାଗର ବାଟେ ଅଦା ଇଉରୋପ ମହାଦେଶକୁ ଯାଉଥିବାରୁ ଗ୍ରୀକ୍ ଓ ରୋମାନ୍ମାନଙ୍କର ଧାରଣା ଯେ ଅଦା ଆରବ ଦେଶରୁ ଆସିଛି, କିନ୍ତୁ ତାହା ସତ୍ଯ ନୁହେଁ । ଅଦା ଚାଷର ପ୍ରଧାନସ୍ଥଳୀ ହେଉଛି ଭାରତବର୍ଷ, ପୂର୍ବଭାରତୀୟ ଦ୍ବୀପପୁଞ୍ଜ ଚୀନ୍, ପଶ୍ଚିମ ଭାରତୀୟ ଦ୍ଵୀପପୁଞ୍ଜ, ବିଶେଷତଃ ଜାମାଇକା, ଉତ୍ତର
"ମହୌଷଧି ଅଦା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |