ଓଡ଼ିଶାବାସୀଙ୍କ ଅସ୍ମିତା ଓ ସ୍ୱାଭିମାନ: ଉତ୍କଳ ଦିବସ

ଏକ ଐତିହ୍ୟ ସମ୍ପନ୍ନ ଏବଂ ଗୌରବଶାଳୀ ରାଜ୍ୟ ହେଉଛି ଓଡ଼ିଶା । ଏହାର ସଂସ୍କୃତି, ପରମ୍ପରା ଅତି ପ୍ରାଚୀନ । ଭାରତର ପୂର୍ବୋପକୂଳରେ ଅବସ୍ଥିତ ଆଧୁନିକ ଓଡ଼ିଶା ପ୍ରଦେଶର ଉତ୍ତରରେ ଝାଡ଼ଖଣ୍ଡ, ଉତ୍ତର - ପୂର୍ବରେ ପଶ୍ଚିମବଙ୍ଗ, ଦକ୍ଷିଣରେ ଆନ୍ଧ୍ରପ୍ରଦେଶ, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଛତିଶଗଡ଼ ରହିଛି । ପ୍ରାଚୀନ କାଳରେ ଏହା ଉତ୍ତରରେ ଗଙ୍ଗାନଦୀର ମୁହାଣଠାରୁ ଦକ୍ଷିଣରେ ଗୋଦାବରୀ ନଦୀର ମୁହାଣ ପର୍ଯ୍ୟନ୍ତ ସୁବିସ୍ତୃତ ଥିଲା । ପ୍ରାଚୀନ ପରିସୀମାକୁ ନେଇ ଏହି ରାଜ୍ୟ ଉତ୍କଳ, କଳିଙ୍ଗ, ଉଡ୍ର ଓ କୋଶଳ ନାମରେ ପରିଚିତ ଥିଲା । ଓଡ଼ିଶାର ଉତ୍ପତ୍ତି କେବେ ହେଲା ତାହା ଠିକ୍‌ ଭାବରେ କହିବା ସମ୍ଭବ ନୁହେଁ । ତେବେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଆଧୁନିକ ଓଡ଼ିଶା ବା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ଜନ୍ମ ହେଲା । ଉତ୍କଳ ଦିବସ - ଓଡ଼ିଆ ତଥା ଓଡ଼ିଶାବାସୀଙ୍କ ଲାଗି ଏକ ଗର୍ବର ଦିନ । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷାଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । ଏହି ଦିବସକୁ ଓଡିଶା ଦିବସ ବୋଲି ମଧ୍ୟ କୁହାଯାଏ । ଶେଷ ହିନ୍ଦୁ ରାଜା ମୁକୁନ୍ଦଦେବଙ୍କ ପରେ, ପ୍ରାୟ ଶହେ ବର୍ଷ ପରେ ଓଡ଼ିଶା ବ୍ରିଟିଶ ଶାସନାଧୀନ ହୋଇଥିଲା । ଏହି ସମୟରେ ଓଡ଼ିଶା ଖଣ୍ଡବିଖଣ୍ଡିତ ହୋଇ ପଡ଼ି ରହିଥିଲା । ରାଜ୍ୟର ଉତ୍ତର ଓ ପଶ୍ଚିମ ଜିଲ୍ଲାକୁ ସେ ସମୟରେ ବଙ୍ଗଳା

"ଓଡ଼ିଶାବାସୀଙ୍କ ଅସ୍ମିତା ଓ ସ୍ୱାଭିମାନ: ଉତ୍କଳ ଦିବସ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |