1. ଶ୍ରୀଜଗନ୍ନାଥ ଓ ମଠ ପରମ୍ପରା
2. ସ୍ନାନ ପୂର୍ଣ୍ଣିମା
3. ଶ୍ରୀଜଗନ୍ନାଥ ଓ ଅଣସର
4. ଦଶମୂଳ ମୋଦକ ଖାଇ ସୁସ୍ଥ ହୁଅନ୍ତି ମହାପ୍ରଭୁ
5. ଅଣସର ଓ ଅଲାରନାଥ
6. ଐତିହ୍ୟର ଜୟଯାତ୍ରା - ରଥଯାତ୍ରା
7. ଫଟୋରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା
8. ହେରା ପଞ୍ଚମୀ
9. ରଥାରୂଢ଼ ଶ୍ରୀଜୀଉ ଓ ସୁନାବେଶ
10. ମହାପ୍ରଭୁଙ୍କ ଅଧରପଣା
11. ପବିତ୍ର ଘୋଷ ଯାତ୍ରାର ଅନ୍ତିମ ପର୍ବ: ‘ନୀଳାଦ୍ରିବିଜେ’
12. ମହାପ୍ରସାଦକୁ ନେଇ କିଛି ଜଣା ଅଜଣା କଥା
ପବିତ୍ର ଘୋଷ ଯାତ୍ରାର ଅନ୍ତିମ ପର୍ବ: ‘ନୀଳାଦ୍ରିବିଜେ’
ପବିତ୍ର ଘୋଷଯାତ୍ରାର ଅନ୍ତିମ ପର୍ବ ‘ନୀଳାଦ୍ରିବିଜେ’ । ନୀଳାଦ୍ରି ବିଜୟ କହିଲେ - ଚତୁର୍ଦ୍ଧା ମୁରତିଙ୍କ ରତ୍ନସିଂହାସନକୁ ବିଜେ କରିବା । ଦୀର୍ଘ ନଦିନ ଧରି ଜନ୍ମବେଦୀରେ ଲୀଳାଖେଳା ସାରି ପୁଣିଥରେ ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି ଚତୁର୍ଦ୍ଧା ମୂରତି । ଆଜି ଥାଟ ବାଟ ଓ ଗହଳ, ଚହଳରେ ଶ୍ରୀଜୀଉମାନେ ରତ୍ନସିଂହାସନକୁ ବିଜେ କରିବେ । ପୂର୍ଵରୁ ଏହା ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହେଉଥିଲା । ଏବେ ସାଧାରଣତଃ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହେଉଛି ।
ବାହୁଡ଼ା ଦଶମୀ ଦିନ ଠାକୁରମାନେ ଶ୍ରୀମନ୍ଦିରର ସିଂହଦ୍ୱାରକୁ ଫେରନ୍ତି, ମାତ୍ର ସିଂହଦ୍ୱାର ସାମ୍ନାରେ ରଥରେ ସେ ଆଉ ଦୁଇଦିନ ରୁହନ୍ତି । ଏକାଦଶୀ ଦିନ ସୁନାବେଶରେ ସଜ୍ଜିତ ହୋଇ ଭକ୍ତ ମନକୁ କୃତାର୍ଥ କରନ୍ତି ପୁଣି ଦ୍ୱାଦଶୀ ଦିନ ଆଧାର ଚୁମ୍ବିତ ଅଧରପଣା ଦ୍ୱାରା ସମସ୍ତ ଅଶରୀରୀମାନଙ୍କୁ ମୋକ୍ଷ ପ୍ରଦାନ କରନ୍ତି । ଏହାପରେ ତ୍ରୟୋଦଶୀ ଦିନ ମହାପ୍ରଭୁ ରତ୍ନସିଂହାସନକୁ ଫେରନ୍ତି । ଯାହାକୁ ‘ନୀଳାଦ୍ରି ବିଜୟ’ କୁହାଯାଏ ।
ସଂଧ୍ୟା ଧୂପ ସରିବା ପରେ ଏହି ନୀତି ଅନୁଷ୍ଠିତ ହୁଏ । ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂରତି ରତ୍ନ ସିଂହାସନକୁ ବିଜେ ହୁଅନ୍ତି । ମାତ୍ର ଏହି ନୀଳାଦ୍ରି ବିଜୟରେ ଦେଖିବାକୁ ମିଳେ ଏକ ଅନନ୍ୟ ପରମ୍ପରା, ଯାହାକୁ ଲକ୍ଷ୍ମୀନାରାୟଣ କଳି କୁହାଯାଏ । ମହାପ୍ରଭୁ ଜଗନ୍ନାଥ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବୁଲିବାକୁ ଯାଆନ୍ତି, ମାତ୍ର ପ୍ରାଣପ୍ରିୟା ଲକ୍ଷ୍ମୀଙ୍କୁ
"ପବିତ୍ର ଘୋଷ ଯାତ୍ରାର ଅନ୍ତିମ ପର୍ବ: ‘ନୀଳାଦ୍ରିବିଜେ’" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |