1. ଓଡ଼ିଆ ଖାଦ୍ୟ ପରମ୍ପରାରେ ପିଠା
2. ଭାରି ସୁଆଦିଆ ଓଡ଼ିଆ ରାନ୍ଧଣା: ଜାଣନ୍ତୁ କିଛି ଲୋକପ୍ରିୟ ଦେଶୀ ବ୍ୟଞ୍ଜନ ସମ୍ପର୍କରେ
3. ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ବ୍ୟଞ୍ଜନ
4. ସକାଳର ଜଳଖିଆରେ ଓଡ଼ିଶାର ସ୍ୱାଦିଷ୍ଟ ଖାଦ୍ୟ
5. ଭାରତୀୟ ଖାଦ୍ୟରେ ଲଙ୍କା: ଓ! କି ରାଗ !
6. ଲୋକପ୍ରିୟ ଓଡ଼ିଆ ମିଠେଇ ଓ ତାର ପ୍ରସ୍ତୁତି ପ୍ରଣାଳୀ
7. ଏକ ଶାସ୍ତ୍ରୀୟ ଓଡ଼ିଆ ବ୍ୟଞ୍ଜନ: ସଜନା ଶାଗ
8. ଓଡ଼ିଆ ପରମ୍ପରାରେ ବଡି
9. ନଡ଼ିଆକୁ ନେଇ କିଛି କଥା
10. ସ୍ୱାସ୍ଥ୍ୟ ପାଇଁ ମଟର ଛୁଇଁ
11. ଏହି ବଡ଼ଦିନରେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ କେକ୍
12. ଓଡ଼ିଆଙ୍କ ଅତି ପରିଚିତ ଦେଶୀ ଆମିଷ ବ୍ୟଞ୍ଜନ - ଶୁଖୁଆ
13. ପଞ୍ଚାମୃତ କ’ଣ, ଜାଣନ୍ତୁ ଏହାର ମହତ୍ତ୍ୱ
14. ପାରମ୍ପରିକ ଓଡ଼ିଆ ପାନୀୟ: ପଣା
15. ଓଡ଼ିଆ ଖାଦ୍ୟ ପରମ୍ପରାରେ ପଣସ
ଏକ ଶାସ୍ତ୍ରୀୟ ଓଡ଼ିଆ ବ୍ୟଞ୍ଜନ: ସଜନା ଶାଗ
ଆମ ବାଡ଼ି ବଗିଚାରେ ବହୁଳ ପରିମାଣରେ ଉପଲବ୍ଧ ହୋଇଥାଏ ସଜନା ଶାଗ । ସଜନା ଛୁଇଁ ଯେମିତି ଖାଇବାକୁ ସ୍ୱାଦିଷ୍ଟ ଠିକ୍ ସେମିତି ସଜନା ଶାଗ । ଏଥିରେ ପୁଷ୍ଟିସାର, ଲୌହ କ୍ୟାଲସିୟମ ଓ ଭିଟାମିନ ପ୍ରଚୁର ପରିମାଣରେ ଥାଏ । ଏହା କଟୁ ତିକ୍ତ ମିଶ୍ରିତ ମଧୁର ରସ । ଏହା ବହୁ ରୋଗ ଉପଶମକାରୀ । ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ । ଯେମିତିକି - ଅଧକପାଳୀ ମୁଣ୍ଡ ବିନ୍ଧାରେ ଏହାର ମଞ୍ଜିକୁ ଶୁଖାଇ କୁଟି ଚୂର୍ଣ୍ଣ କରି ଘ୍ରାଣ କରାଯାଏ । ଚକ୍ଷୁ ରୋଗରେ ସଜନା ମଞ୍ଜିର ଶସକୁ ମହୁ ସହିତ ଅଥବା ଗାଈ ଲହୁଣୀ ସହିତ ମର୍ଦ୍ଦନ କରି ଲଗାଯାଏ । ଏହା ବ୍ୟତୀତ ଚକ୍ଷୁରୋଗରେ ସଜନା ପତ୍ର ରସକୁ ମହୁ ସହିତ ପ୍ରୟୋଗ କରାଯାଇଥାଏ । ସଜନା କେବଳ ଉପକାରୀ ଯେ ତାହା ନୁହେଁ ଏଥିରେ ପ୍ରସ୍ତୁତ ବ୍ୟଞ୍ଜନ ବେଶ ସୁଆଦିଆ । ସଜନା ଛୁଇଁ ଭଜା ହେଉ କି ତରକାରୀ ପାଟିକୁ ବେଶ୍ ସୁଆଦିଆ ଲାଗେ । ମୁଗ ଓ ନଡିଆ କୋରା ଦେଇ ଭଜା ହୋଇଥିବା ସଜନା ଶାଗ ଏକ ଶାସ୍ତ୍ରୀୟ ଓଡ଼ିଆ ବ୍ୟଞ୍ଜନ । ସଜନା ଶାଗକୁ ନେଇ ଆମ ଗାଁ ଗହଳରେ ବହୁ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହୁଏ । ଆସନ୍ତୁ ସେଇ ବ୍ୟଞ୍ଜନ ସମ୍ପର୍କରେ କିଛି କଥା ହେବା ।
**ସଜନା ଶାଗ ମୁଗ:** ଗାଁ ଗହଳରେ
"ଏକ ଶାସ୍ତ୍ରୀୟ ଓଡ଼ିଆ ବ୍ୟଞ୍ଜନ: ସଜନା ଶାଗ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |