1. ଶ୍ରୀଜଗନ୍ନାଥ ଓ ମଠ ପରମ୍ପରା
2. ସ୍ନାନ ପୂର୍ଣ୍ଣିମା
3. ଶ୍ରୀଜଗନ୍ନାଥ ଓ ଅଣସର
4. ଦଶମୂଳ ମୋଦକ ଖାଇ ସୁସ୍ଥ ହୁଅନ୍ତି ମହାପ୍ରଭୁ
5. ଅଣସର ଓ ଅଲାରନାଥ
6. ଐତିହ୍ୟର ଜୟଯାତ୍ରା - ରଥଯାତ୍ରା
7. ଫଟୋରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା
8. ହେରା ପଞ୍ଚମୀ
9. ରଥାରୂଢ଼ ଶ୍ରୀଜୀଉ ଓ ସୁନାବେଶ
10. ମହାପ୍ରଭୁଙ୍କ ଅଧରପଣା
11. ପବିତ୍ର ଘୋଷ ଯାତ୍ରାର ଅନ୍ତିମ ପର୍ବ: ‘ନୀଳାଦ୍ରିବିଜେ’
12. ମହାପ୍ରସାଦକୁ ନେଇ କିଛି ଜଣା ଅଜଣା କଥା
ସ୍ନାନ ପୂର୍ଣ୍ଣିମା
ଜଗତର ନାଥ ଜଗନ୍ନାଥ । ତାଙ୍କର ଆବିର୍ଭାବ ରହସ୍ୟମୟ ଓ ଲୀଳା ଅଭେଦ୍ୟ । ସାଧାରଣ ମଣିଷ ପରି ମହାପ୍ରଭୁଙ୍କ ଦିନଚର୍ଯ୍ଯା ଆରମ୍ଭ ହୋଇଥାଏ । ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରୁ ହେଉଛି ସ୍ନାନ ଯାତ୍ରା ବେଶ୍ ଗୁରୁତ୍ୱପୂର୍ଣ୍ଣ । ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟ ଦୁଇଟି ଯାତ୍ରା ବେଶ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ଦୁଇ ଯାତ୍ରାରେ ସ୍ୱୟଂ ମହାପ୍ରଭୁ ରତ୍ନ ସିଂହାସନରୁ ଅବତରଣ କରିଥାନ୍ତି । ଏହି ଯାତ୍ରାଦ୍ବୟ ହେଉଛି ସ୍ନାନ ଯାତ୍ରା ଓ ଗୁଣ୍ଡିଚା ଯାତ୍ରା । ଅନ୍ୟ ଯାତ୍ରାମାନଙ୍କରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ବିଜେ ହୁଅନ୍ତି । ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ସ୍ନାନ ଯାତ୍ରା ଅନୁଷ୍ଠିତ ହୁଏ । ଏହି ଦିନ ମହାସ୍ନାନ କରନ୍ତି ଶ୍ରୀଜୀଉ । ଭାବର ଠାକୁର ସେ, ଭକ୍ତଙ୍କ ଗହଳରେ ସ୍ନାନ କରି ଭକ୍ତର ମନୋବାଞ୍ଛା ପୂରଣ କରନ୍ତି । ଏହିଦିନ ୧୦୮ କଳସ ଜଳରେ ମହାସ୍ନାନ କରନ୍ତି ଚତୁର୍ଦ୍ଧାମୂର୍ତ୍ତି ।
ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବ । ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନ ପରି ଶ୍ରୀମନ୍ଦିରରେ କବାଟଫିଟା, ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ, ଆଦି ସମସ୍ତ ନୀତିର ସମାପନ ପରେ ସ୍ୱଳ୍ପସମୟ ପାଇଁ ପହୁଡ଼ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ । ଦେବସ୍ନାନ ପୂର୍ଣ୍ଣିମାର ପୂର୍ବ ଦିନ ମହାପ୍ରଭୁଙ୍କ ପାଇଁ
"ସ୍ନାନ ପୂର୍ଣ୍ଣିମା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |