1. ଶ୍ରୀଜଗନ୍ନାଥ ଓ ମଠ ପରମ୍ପରା
2. ସ୍ନାନ ପୂର୍ଣ୍ଣିମା
3. ଶ୍ରୀଜଗନ୍ନାଥ ଓ ଅଣସର
4. ଦଶମୂଳ ମୋଦକ ଖାଇ ସୁସ୍ଥ ହୁଅନ୍ତି ମହାପ୍ରଭୁ
5. ଅଣସର ଓ ଅଲାରନାଥ
6. ଐତିହ୍ୟର ଜୟଯାତ୍ରା - ରଥଯାତ୍ରା
7. ଫଟୋରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା
8. ହେରା ପଞ୍ଚମୀ
9. ରଥାରୂଢ଼ ଶ୍ରୀଜୀଉ ଓ ସୁନାବେଶ
10. ମହାପ୍ରଭୁଙ୍କ ଅଧରପଣା
11. ପବିତ୍ର ଘୋଷ ଯାତ୍ରାର ଅନ୍ତିମ ପର୍ବ: ‘ନୀଳାଦ୍ରିବିଜେ’
12. ମହାପ୍ରସାଦକୁ ନେଇ କିଛି ଜଣା ଅଜଣା କଥା
ହେରା ପଞ୍ଚମୀ
ଜଗନ୍ନାଥ ସଂସ୍କୃତିରେ ମାତା ଲକ୍ଷ୍ମୀ ଏକ ଗୌରବାବହ ଭୂମିକା ଗ୍ରହଣ କରନ୍ତି । ମହାଲକ୍ଷ୍ମୀ ହିଁ ଏହି ଅନନ୍ୟ ସଂସ୍କୃତିର ପ୍ରେରଣାଦାତ୍ରୀ ଅଟନ୍ତି । ଶ୍ରୀଜଗନ୍ନାଥଙ୍କ ଏହି ମାନବୀୟ ଲୀଳାରେ ଆମ ସାମାଜିକ ଚଳଣି ଦେଖିବାକୁ ମିଳେ । ତାଙ୍କ ନିତ୍ୟ ପୂଜା ପଦ୍ଧତି ହେଉ ଅଥବା ଅନ୍ୟ କିଛି ବିଶେଷ ଦିନ ସବୁଥିରେ ଆମ ପରମ୍ପରାର ପ୍ରତିଛବି ଦେଖିବାକୁ ମିଳେ । ଠିକ ସେମିତି ହେରା ପଞ୍ଚମୀ ଆମ ସଂସ୍କୃତିରେ ଆଉ ଏକ ପ୍ରତିଛବି । ଏଥିରେ ଆମ ସମାଜରେ ଥିବା ମଧୁର ଦାମ୍ପତ୍ୟର ଏକ ଭିନ୍ନ ଝଲକ ଦେଖିବାକୁ ମିଳେ । ମହାପ୍ରଭୁ ଭାଇ ଓ ଭଉଣୀଙ୍କୁ ଧରି ବୁଲିବାକୁ ଯାନ୍ତି ମାତ୍ର ସାଙ୍ଗରେ ପ୍ରାଣପ୍ରିୟା ଲକ୍ଷ୍ମୀଙ୍କୁ ନିଅନ୍ତି ନାହିଁ । ଏହା ଦେଖି ମହାଲକ୍ଷ୍ମୀ ରୋଷ କରନ୍ତି । ହେରା ପଞ୍ଚମୀ ଦିନ ମହାଲକ୍ଷ୍ମୀ ଜଗନ୍ନାଥଙ୍କ ଉପରେ ରାଗ ଶୁଝାନ୍ତି । ପରମ୍ପରା ମୁତାବକ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବିଜେ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘାେଷକୁ ଭାଙ୍ଗି ରାଗ ଶୁଝାନ୍ତି ।
ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନ ହେରା ପଞ୍ଚମୀ ଅନୁଷ୍ଠିତ ହୁଏ । ଏହି ଦିନ ସଂଧ୍ୟାରେ ମହାଲକ୍ଷ୍ମୀ ଏକ ସ୍ୱତନ୍ତ୍ର ବିମାନରେ ଶ୍ରୀମନ୍ଦିରରୁ ବାହାରି ଘଣ୍ଟଘଣ୍ଟା, କାହାଳୀ ଶୋଭାଯାତ୍ରାରେ ବଡ଼ଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚନ୍ତି । ସେଠାରେ ପରମ୍ପରା ମୁତାବକ ରଥ ଭାଙ୍ଗି ପୁଣି ଶ୍ରୀମନ୍ଦିର ଫେରନ୍ତି । ହେରାପଞ୍ଚମୀ ନୀତି ପରେ
"ହେରା ପଞ୍ଚମୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |