ଜାତୀୟ ଆମ୍ବ ଦିବସକୁ ନେଇ କିଛି କଥା

ଫଳ ରାଜା ଆମ୍ବକୁ କିଏ ବା ନ ଜାଣେ । ଭାରତର ଜାତୀୟ ଫଳ ଆମ୍ବ ପ୍ରାୟ ସମସ୍ତଙ୍କର ବେଶ ପ୍ରିୟ । କେବଳ ଖାଇବାକୁ ସୁଆଦିଆ ତା ନୁହେଁ, ଏହା ଆମ ଭାରତୀୟ ସଂସ୍କୃତି ସହ ଓତୋପ୍ରୋତ ଭାବରେ ଜଡ଼ିତ । ହିନ୍ଦୁ ପରମ୍ପରାର ପ୍ରତିଟି ଶୁଭକାର୍ଯ୍ୟରେ ଆମ୍ବ ପତ୍ରକୁ ଖୋଜା ପଡ଼ିଥାଏ । ବିଶେଷ କରି କଳସର ମୁଖ୍ୟ ସାମଗ୍ରୀ ହେଉଛି ଆମ୍ବ ଡାଳ । କେବଳ କଳସ ପାଇଁ ନୁହେଁ ହୋମ ନିମନ୍ତେ ଆମ୍ବ କାଠର ଦରକାର ହେବା ସହ ଅନେକ ଶୁଭ କାର୍ଯ୍ୟରେ ତୋରଣ ବାନ୍ଧିବା ପାଇଁ ମଧ୍ୟ ଆମ୍ବ ପତ୍ରର ବ୍ୟବହାର ହୋଇଥାଏ । କେବଳ ହିନ୍ଦୁ ଧର୍ମ ନୁହେଁ ବୁଦ୍ଧ ଧର୍ମରେ ମଧ୍ୟ ଆମ୍ବ ବୃକ୍ଷକୁ ଏକ ପବିତ୍ର ବୃକ୍ଷ ବୋଲି ବିବେଚନା କରାଯାଏ । ଇତିହାସର ପୃଷ୍ଠା ଲେଉଟାଇଲେ ଜଣାପଡେ ଯେ ଆମ୍ବ ସହ ଭାରତୀୟମାନଙ୍କର ସମ୍ପର୍କ ବହୁ ପୁରୁଣା । ପ୍ରାୟ ୫୦୦୦ ବର୍ଷ ପୂର୍ବେ ଭାରତରେ ଆମ୍ବ ପ୍ରଥମେ ଚାଷ କରାଯାଇଥିଲା ବୋଲି ଜଣାଯାଏ । ଇଂରାଜୀରେ ଏହାକୁ “ମ୍ୟାଙ୍ଗାେ” କୁହାଯାଏ ଏବଂ ଏହି ନାମ ମାଲାୟା ଶବ୍ଦ “ମାନ୍ନା” ରୁ ଉତ୍ପନ୍ନ ହୋଇଥିଲା ବୋଲି ଜଣାଯାଏ । ମାତ୍ର ୧୪୯୦ ଦଶକରେ ଯେତେବେଳେ ପର୍ତ୍ତୁଗୀଜମାନେ ମସଲା ବ୍ୟବସାୟ ପାଇଁ କେରଳରେ ପହଞ୍ଚିଲେ ସେତେବେଳେ ଏହି ଫଳର ନାଁ “ମାଙ୍ଗା”ରେ ପରିବର୍ତ୍ତନ ହୋଇଥିଲା । ପର୍ତ୍ତୁଗୀଜମାନେ ଆମ୍ବକୁ ଭାରତରୁ

"ଜାତୀୟ ଆମ୍ବ ଦିବସକୁ ନେଇ କିଛି କଥା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |