1. ଓଡ଼ିଶାର ପ୍ରଥମ କଥାକୁହା ଚଳଚ୍ଚିତ୍ର: 'ସୀତା ବିବାହ’ 2. ସ୍ମୃତିର ପରଦାରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ 'ମାଟିର ମଣିଷ' 3. ସ୍ୱାଧିନତା ପରର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ଲଳିତା 4. ଚତୁର୍ଥ ଓଡ଼ିଆ କଥାଚିତ୍ର - ‘ସପ୍ତଶଯ୍ୟା’ 5. ଇଂରାଜୀ ଶୀର୍ଷକର ପ୍ରଥମ ଓଡ଼ିଆ ସିନେମା ‘ରୋଲ୍ସ - ୨ - ୮’ 6. ଓଡ଼ିଆ କଥାଚିତ୍ର ‘କନକଲତା’ 7. ପରଦାରେ କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ଉପନ୍ୟାସ ‘ଅଦିନ ମେଘ’ 8. ଫକୀରମୋହନ ସେନାପତିଙ୍କ ‘ଛ ମାଣ ଆଠଗୁଣ୍ଠ’ 9. ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’ 10. ଓଡ଼ିଆ ଚଳଚ୍ଚିତ୍ର ‘ସିନ୍ଦୁର ବିନ୍ଦୁ’ 11. ପ୍ରଥମ ଦ୍ୱିଭାଷୀ କଥାଚିତ୍ର ‘ଆମରି ଗାଁ ଝିଅ’ 12. ପ୍ରେମ - ପ୍ରୀତି ଓ ଆତ୍ମୋତ୍ସର୍ଗର ଏକ ଅଭୁଲା ପ୍ରେମକାହାଣୀ: କେଦାର ଗୌରୀ 13. ପ୍ରତିଭା ରାୟଙ୍କ ଉପନ୍ୟାସ ‘ଅପରିଚିତା’ ଆଧାରରେ କଥାଚିତ୍ର -'ଅପରିଚିତା' 14. ବିଜୟିନୀ ଦାସଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘ଟିକେ ହସ ଟିକେ ଲୁହ’ 15. ପୌରାଣିକ ଓଡ଼ିଆ କଥାଚିତ୍ର: ଶ୍ରୀଜଗନ୍ନାଥ 16. ଶ୍ରୀରାମ ପଣ୍ଡାଙ୍କ ଅଭିନୀତ ପ୍ରଥମ କଥାଚିତ୍ର - 'ଧରିତ୍ରୀ' 17. ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ‘ଶ୍ରୀଲୋକନାଥ’ 18. ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପ୍ରଥମ ସିନେମା: ଅଭିମାନ 19. ଗାୟତ୍ରୀ ବସୁ ମଲ୍ଲିକଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘କାବେରୀ’ 20. ବିଦେଶିନୀଙ୍କ ଓଡିଆ କଥାଚିତ୍ର - ପରଦେଶୀ ଚଢ଼େଇ 21. ‘ସୂର୍ଯ୍ୟମୁଖୀ’ ଓ ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ 22. ନୀରଦ ମହାପାତ୍ରଙ୍କ 'ମାୟା ମିରିଗ' 23. ଓଡ଼ିଆ କଥାଚିତ୍ର ନାରୀ 24. ସ୍ମୃତିର ପରଦାରେ ନବଜନ୍ମ 25. ମ୍ୟୁଜିକାଲ ହିଟ୍ ଯାଯାବର 26. ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡିଆ କଥାଚିତ୍ର ଅରୁନ୍ଧତୀ 27. ଦ୍ୱୈତ ଭୂମିକାର ପ୍ରଥମ ଓଡ଼ିଆ କଥାଚିତ୍ର -‘ଅଭିନେତ୍ରୀ’ 28. ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଭାଇ ଭାଇ’ 29. ଓଡ଼ିଆ ସିନେମାରେ ବର୍ଷା ଛିଟା: କେବେ ପ୍ରେମରେ ମତୁଆଲା ତ କେବେ ବିରହରେ ଆନମନା 30. ଓଡ଼ିଆ ସିନେମାରେ ଦେଶପ୍ରେମର ଛିଟା

ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡିଆ କଥାଚିତ୍ର ଅରୁନ୍ଧତୀ

ପ୍ରଫୁଲ୍ଲ ସେନଗୁପ୍ତଙ୍କ ନିର୍ଦ୍ଦେଶିତ ‘ଅରୁନ୍ଧତୀ’ ୧୯୬୭ରେ ମୁକ୍ତିଲାଭ କରିଥିଲା । ଏହି ସିନେମାର ପ୍ରଯୋଜନା ଭାର ଧୀରେନ ପଟ୍ଟନାୟକଙ୍କ କାନ୍ଧରେ ରହିଥିଲା । ଏହି ସିନେମାର ସଂଳାପ ରଚନା କରିଥିଲେ ଆନନ୍ଦ ଶେଖର ଦାସ । ସିନେମାର ଚିତ୍ରନାଟ୍ୟ ପ୍ରଫୁଲ୍ଲ ସେନଗୁପ୍ତ ରଚନା କରିଥିବାବେଳେ ଏଥିରେ ମିନତୀ ମିଶ୍ର, ଶରତ ପୂଜାରୀ, ବ୍ରଜ ସିଂହ, ଧୀର ବିଶ୍ୱାଳ, ସୁଜାତା ଆନନ୍ଦ, ରାମଚନ୍ଦ୍ର ପ୍ରତିହାରୀ ପ୍ରମୁଖ ଅଭିନୟ କରିଥିଲେ । ଜୀବନାନନ୍ଦ ପାଣି, ଗୁରୁକୃଷ୍ଣ ଗୋସ୍ୱାମୀ, ନରସିଂହ ମହାପାତ୍ରଙ୍କ ରଚିତ ଗୀତଗୁଡ଼ିକୁ ଶାନ୍ତନୁ ମହାପାତ୍ର ସଂଗୀତରେ ସ୍ଵରବଦ୍ଧ କରିଥିଲେ । ଏହି ଗୀତଗୁଡିକରେ ମହ‌ମ୍ମଦ ରଫି, ପ୍ରଣବ ପଟ୍ଟନାୟକ, ଉଷା ମଙ୍ଗେସକର, ଲତା ମଙ୍ଗେସକର, ରଘୁନାଥ ପାଣିଗ୍ରାହୀଙ୍କ ପରି ସଂଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀମାନେ କଣ୍ଠଦାନ କରିଥିଲେ । ସିନେମାର ଗୀତଗୁଡିକ ଆଜି ବି ଓଡ଼ିଆ ସିନେ ସଂଗୀତରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ନରସିଂହ ମହାପାତ୍ରଙ୍କ ରଚିତ ଗୀତ ‘ଅଭିମାନିନୀ ….’ ଗୀତରେ ରଘୁନାଥ ପାଣିଗ୍ରାହୀ କଣ୍ଠଦାନ କରିଥିବାବେଳେ ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚିତ ଗୀତ ‘ଏଇ ଛୋଟ କଥାଟିଏ ….’ ଗୀତରେ ପ୍ରଣବ ପଟ୍ଟନାୟକ ଓ ଉଷା ମଙ୍ଗେସକର, ଜୀବନାନନ୍ଦ ପାଣିଙ୍କ ରଚିତ ‘ମୟୂରୀ ଗୋ …’ରେ ମହମ୍ମଦ ରଫି, ଆଜି ମୁଁ ଶ୍ରାବଣୀ…’ରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର କଣ୍ଠଦାନ କରିଥିଲେ । ସେହିପରି ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚିତ ‘ତୁମକୁ ପାରୁନି ତ ଭୁଲି…’ଗୀତରେ ମହମ୍ମଦ ରଫି କଣ୍ଠଦାନ କରିଥିଲେ

"ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡିଆ କଥାଚିତ୍ର ଅରୁନ୍ଧତୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |