1. ଓଡ଼ିଶାର ପ୍ରଥମ କଥାକୁହା ଚଳଚ୍ଚିତ୍ର: 'ସୀତା ବିବାହ’ 2. ସ୍ମୃତିର ପରଦାରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ 'ମାଟିର ମଣିଷ' 3. ସ୍ୱାଧିନତା ପରର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ଲଳିତା 4. ଚତୁର୍ଥ ଓଡ଼ିଆ କଥାଚିତ୍ର - ‘ସପ୍ତଶଯ୍ୟା’ 5. ଇଂରାଜୀ ଶୀର୍ଷକର ପ୍ରଥମ ଓଡ଼ିଆ ସିନେମା ‘ରୋଲ୍ସ - ୨ - ୮’ 6. ଓଡ଼ିଆ କଥାଚିତ୍ର ‘କନକଲତା’ 7. ପରଦାରେ କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ଉପନ୍ୟାସ ‘ଅଦିନ ମେଘ’ 8. ଫକୀରମୋହନ ସେନାପତିଙ୍କ ‘ଛ ମାଣ ଆଠଗୁଣ୍ଠ’ 9. ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’ 10. ଓଡ଼ିଆ ଚଳଚ୍ଚିତ୍ର ‘ସିନ୍ଦୁର ବିନ୍ଦୁ’ 11. ପ୍ରଥମ ଦ୍ୱିଭାଷୀ କଥାଚିତ୍ର ‘ଆମରି ଗାଁ ଝିଅ’ 12. ପ୍ରେମ - ପ୍ରୀତି ଓ ଆତ୍ମୋତ୍ସର୍ଗର ଏକ ଅଭୁଲା ପ୍ରେମକାହାଣୀ: କେଦାର ଗୌରୀ 13. ପ୍ରତିଭା ରାୟଙ୍କ ଉପନ୍ୟାସ ‘ଅପରିଚିତା’ ଆଧାରରେ କଥାଚିତ୍ର -'ଅପରିଚିତା' 14. ବିଜୟିନୀ ଦାସଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘ଟିକେ ହସ ଟିକେ ଲୁହ’ 15. ପୌରାଣିକ ଓଡ଼ିଆ କଥାଚିତ୍ର: ଶ୍ରୀଜଗନ୍ନାଥ 16. ଶ୍ରୀରାମ ପଣ୍ଡାଙ୍କ ଅଭିନୀତ ପ୍ରଥମ କଥାଚିତ୍ର - 'ଧରିତ୍ରୀ' 17. ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ‘ଶ୍ରୀଲୋକନାଥ’ 18. ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପ୍ରଥମ ସିନେମା: ଅଭିମାନ 19. ଗାୟତ୍ରୀ ବସୁ ମଲ୍ଲିକଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘କାବେରୀ’ 20. ବିଦେଶିନୀଙ୍କ ଓଡିଆ କଥାଚିତ୍ର - ପରଦେଶୀ ଚଢ଼େଇ 21. ‘ସୂର୍ଯ୍ୟମୁଖୀ’ ଓ ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ 22. ନୀରଦ ମହାପାତ୍ରଙ୍କ 'ମାୟା ମିରିଗ' 23. ଓଡ଼ିଆ କଥାଚିତ୍ର ନାରୀ 24. ସ୍ମୃତିର ପରଦାରେ ନବଜନ୍ମ 25. ମ୍ୟୁଜିକାଲ ହିଟ୍ ଯାଯାବର 26. ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡିଆ କଥାଚିତ୍ର ଅରୁନ୍ଧତୀ 27. ଦ୍ୱୈତ ଭୂମିକାର ପ୍ରଥମ ଓଡ଼ିଆ କଥାଚିତ୍ର -‘ଅଭିନେତ୍ରୀ’ 28. ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଭାଇ ଭାଇ’ 29. ଓଡ଼ିଆ ସିନେମାରେ ବର୍ଷା ଛିଟା: କେବେ ପ୍ରେମରେ ମତୁଆଲା ତ କେବେ ବିରହରେ ଆନମନା 30. ଓଡ଼ିଆ ସିନେମାରେ ଦେଶପ୍ରେମର ଛିଟା

ଦ୍ୱୈତ ଭୂମିକାର ପ୍ରଥମ ଓଡ଼ିଆ କଥାଚିତ୍ର -‘ଅଭିନେତ୍ରୀ’

ଅଭିନେତ୍ରୀ ଝରଣା ଦାସଙ୍କ ଅଭିନୀତ ତଥା ଓଡ଼ିଆ କଥାଚିତ୍ର ‘ଅଭିନେତ୍ରୀ’ ୧୯୬୫ରେ ପରଦାକୁ ଆସିଥିଲା । ଅମର ଗାଙ୍ଗୁଲିଙ୍କ ନିର୍ଦ୍ଦେଶନାର ଏହି କଥାଚିତ୍ରର ପ୍ରଯୋଜନା ଭାର ରହିଥିଲା ବାବୁଲାଲ ଦୋଶୀଙ୍କ କାନ୍ଧରେ । କାହ୍ନୁ ଚରଣଙ୍କ ଉପନ୍ୟାସ ‘ଅଭିନେତ୍ରୀ’ ଆଧାରରେ ନିର୍ମିତ ଏହି କଥାଚିତ୍ରରେ ଧୀର ବିଶ୍ୱାଳ, ଝରଣା ଦାସ, ଅଶୋକ, ରଜନୀକାନ୍ତ, ସାମୁଏଲ ସାହୁ, ମଣିମାଳା ଦେବୀ, ପୂର୍ଣ୍ଣଚନ୍ଦ୍ର, ଲକ୍ଷ୍ମୀପ୍ରିୟା, ଗୀତା, ମୀରା, ବିମଳ, ରମାକାନ୍ତ, ନଟବର, ଶ୍ୟାମଳେନ୍ଦୁ, ସାଗର ପ୍ରମୁଖ ଅଭିନୟ କରିଥିଲେ । ସିନେମାରେ ନାରାୟଣ ପ୍ରସାଦ ସିଂହଙ୍କ ରଚିତ ଗୀତଗୁଡିକୁ ବାଳକୃଷ୍ଣ ଦାଶ ସଂଗୀତରେ ସ୍ଵରବଦ୍ଧ କରିଥିଲେ । ସିନେମାର ଗୀତଗୁଡିକରେ ଅକ୍ଷୟ ମହାନ୍ତି, ବାଳକୃଷ୍ଣ ଦାଶ, ସିକନ୍ଦର ଆଲାମ, ନିର୍ମଳା ମିଶ୍ର, ସନ୍ଧ୍ୟା ମୁଖାର୍ଜୀ ପ୍ରମୁଖ କଣ୍ଠଦାନ କରିଥିଲେ । ସିନେମାରେ ରହିଥିବା ଗୀତଗୁଡିକ ମଧ୍ୟରେ ଆମେ ହସିବା …. ଗୀତରେ ଅକ୍ଷୟ ମହାନ୍ତି, ଜାଣେ ଜାଣେ ମୋ ରାଧିକା…ଗୀତରେ ସନ୍ଧ୍ୟା ମୁଖାର୍ଜୀ, ଆହା ରୁହନା… ଗୀତରେ ସିକନ୍ଦର ଆଲାମ, ଅନେକ ଦିନ ପରେ … ଗୀତରେ ନିର୍ମଳା ମିଶ୍ର, ମରମ ତଳେ ଅତୀତ… ଗୀତରେ ବାଳକୃଷ୍ଣ ଦାଶ …, କଇଁଚି କାକୁଡି ନଳିତା ପିତା… ଗୀତରେ ନିର୍ମଳା ମିଶ୍ର କଣ୍ଠଦାନ କରିଥିଲେ । ସେହିପରି ଏହି ସିନେମାର ଚିତ୍ରନାଟ୍ୟ ଅମର ଗାଙ୍ଗୁଲି ରଚନା କରିଥିବାବେଳେ ସିନେମାରେ ସଂଳାପ ରଚନା କରିଥିଲେ ଗୋପାଳ ଛୋଟରାୟ । ଚିତ୍ରଗ୍ରହଣ କରିଥିଲେ ଦେଓଜୀ ଭାଇ ଓ ନୃତ୍ୟ

"ଦ୍ୱୈତ ଭୂମିକାର ପ୍ରଥମ ଓଡ଼ିଆ କଥାଚିତ୍ର -‘ଅଭିନେତ୍ରୀ’" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |