1. ଓଡ଼ିଶାର ପ୍ରଥମ କଥାକୁହା ଚଳଚ୍ଚିତ୍ର: 'ସୀତା ବିବାହ’
2. ସ୍ମୃତିର ପରଦାରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ 'ମାଟିର ମଣିଷ'
3. ସ୍ୱାଧିନତା ପରର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ଲଳିତା
4. ଚତୁର୍ଥ ଓଡ଼ିଆ କଥାଚିତ୍ର - ‘ସପ୍ତଶଯ୍ୟା’
5. ଇଂରାଜୀ ଶୀର୍ଷକର ପ୍ରଥମ ଓଡ଼ିଆ ସିନେମା ‘ରୋଲ୍ସ - ୨ - ୮’
6. ଓଡ଼ିଆ କଥାଚିତ୍ର ‘କନକଲତା’
7. ପରଦାରେ କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ଉପନ୍ୟାସ ‘ଅଦିନ ମେଘ’
8. ଫକୀରମୋହନ ସେନାପତିଙ୍କ ‘ଛ ମାଣ ଆଠଗୁଣ୍ଠ’
9. ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’
10. ଓଡ଼ିଆ ଚଳଚ୍ଚିତ୍ର ‘ସିନ୍ଦୁର ବିନ୍ଦୁ’
11. ପ୍ରଥମ ଦ୍ୱିଭାଷୀ କଥାଚିତ୍ର ‘ଆମରି ଗାଁ ଝିଅ’
12. ପ୍ରେମ - ପ୍ରୀତି ଓ ଆତ୍ମୋତ୍ସର୍ଗର ଏକ ଅଭୁଲା ପ୍ରେମକାହାଣୀ: କେଦାର ଗୌରୀ
13. ପ୍ରତିଭା ରାୟଙ୍କ ଉପନ୍ୟାସ ‘ଅପରିଚିତା’ ଆଧାରରେ କଥାଚିତ୍ର -'ଅପରିଚିତା'
14. ବିଜୟିନୀ ଦାସଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘ଟିକେ ହସ ଟିକେ ଲୁହ’
15. ପୌରାଣିକ ଓଡ଼ିଆ କଥାଚିତ୍ର: ଶ୍ରୀଜଗନ୍ନାଥ
16. ଶ୍ରୀରାମ ପଣ୍ଡାଙ୍କ ଅଭିନୀତ ପ୍ରଥମ କଥାଚିତ୍ର - 'ଧରିତ୍ରୀ'
17. ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର: ‘ଶ୍ରୀଲୋକନାଥ’
18. ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପ୍ରଥମ ସିନେମା: ଅଭିମାନ
19. ଗାୟତ୍ରୀ ବସୁ ମଲ୍ଲିକଙ୍କ ଉପନ୍ୟାସ ଆଧାରରେ ନିର୍ମିତ ସିନେମା ‘କାବେରୀ’
20. ବିଦେଶିନୀଙ୍କ ଓଡିଆ କଥାଚିତ୍ର - ପରଦେଶୀ ଚଢ଼େଇ
21. ‘ସୂର୍ଯ୍ୟମୁଖୀ’ ଓ ଲତା ମଙ୍ଗେଶକରଙ୍କ ପ୍ରଥମ ଓଡ଼ିଆ ଗୀତ
22. ନୀରଦ ମହାପାତ୍ରଙ୍କ 'ମାୟା ମିରିଗ'
23. ଓଡ଼ିଆ କଥାଚିତ୍ର ନାରୀ
24. ସ୍ମୃତିର ପରଦାରେ ନବଜନ୍ମ
25. ମ୍ୟୁଜିକାଲ ହିଟ୍ ଯାଯାବର
26. ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଓଡିଆ କଥାଚିତ୍ର ଅରୁନ୍ଧତୀ
27. ଦ୍ୱୈତ ଭୂମିକାର ପ୍ରଥମ ଓଡ଼ିଆ କଥାଚିତ୍ର -‘ଅଭିନେତ୍ରୀ’
28. ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଭାଇ ଭାଇ’
29. ଓଡ଼ିଆ ସିନେମାରେ ବର୍ଷା ଛିଟା: କେବେ ପ୍ରେମରେ ମତୁଆଲା ତ କେବେ ବିରହରେ ଆନମନା
30. ଓଡ଼ିଆ ସିନେମାରେ ଦେଶପ୍ରେମର ଛିଟା
ପୌରାଣିକ ଓଡ଼ିଆ କଥାଚିତ୍ର: ଶ୍ରୀଜଗନ୍ନାଥ
୧୯୫୦ରେ ମୁକ୍ତିଲାଭ କରିଥିବା ଏକ ପୌରାଣିକ ଓଡ଼ିଆ କଥାଚିତ୍ର ହେଉଛି ‘ଶ୍ରୀଜଗନ୍ନାଥ’। ମୁକ୍ତିଲାଭ ଅନୁସାରେ ଓଡ଼ିଆ ଭାଷାରେ ଏହା ହେଉଛି ତୃତୀୟ କଥାଚିତ୍ର । ଯଦିଓ ୧୯୫୦ରେ ଅନ୍ୟ ଏକ କଥାଚିତ୍ର ‘ସପ୍ତଶଯ୍ୟା’ ମଧ୍ୟ ମୁକ୍ତିଲାଭ କରିଥିଲା । ତେବେ ‘ଶ୍ରୀଜଗନ୍ନାଥ’ କଥାଚିତ୍ରଟି ବର୍ଷର ପ୍ରଥମ ଭାଗରେ ମୁକ୍ତିଲାଭ କରିଥିଲା । ରୂପଭାରତୀ ଲିମିଟେଡ଼ ଦ୍ୱାରା ପ୍ରଯୋଜିତ ଏହି କଥାଚିତ୍ରର ନିର୍ଦ୍ଦେଶନାର ଗୁରୁଦାୟିତ୍ୱ ଥିଲା ଚିତ୍ତରଞ୍ଜନ ମିତ୍ରଙ୍କ ହାତରେ । ସେହିପରି ଏହାର ପ୍ରଯୋଜନା ଭାର ସମ୍ଭାଳିଥିଲେ ସୁରେନ୍ଦ୍ର କୁମାର ଦାସ । ଏହି ସିନେମାରେ ଗୋପାଳ ଚନ୍ଦ୍ର ଘୋଷ, ଗ୍ଲୋରିଆ ମହାନ୍ତି, ଚପଳା ନାୟକ, ରାମଚନ୍ଦ୍ର ମାଣିଆ, ଖଗେନ୍ଦ୍ର ନାଥ ମିତ୍ର, ସାମୁଏଲ ସାହୁ, ଭୀମ ସିଂହ, ସୀତା ଦେବୀ, ରଣଜିତ ରାୟ, ରାଇ ଗୌର ଘୋଷ, ନିରଞ୍ଜନ, ଭୋଳାନାଥ, ବିମ୍ବାଧର ପଣ୍ଡା, ସାବିତ୍ରୀ ଚୌଧୁରୀ, ମଧୁସୂଦନ, ଅନୋରିଆ ରାଉତ, ଜାନକୀ ଚୌଧୁରୀ, ନିମାଇଁ ଚରଣ ହରିଚନ୍ଦନ, ହରପ୍ରିୟା, ସୁରେଖା, ଶିବାନୀ, ଲକ୍ଷ୍ମୀପ୍ରିୟା, ଗୀତା, ଚମ୍ପା, କାର୍ତ୍ତିକ ଘୋଷ ପ୍ରମୁଖ ଅଭିନୟ କରିଥିଲେ । ଏହି ସିନେମାରେ ଲୋକପ୍ରିୟ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ପାର୍ବତୀ ଘୋଷ ଶିଶୁକଳାକାର ରୂପେ ନଜର ଆସିଥିଲେ ।
ସିନେମାରେ ଅଶ୍ଵିନୀ କୁମାର ଘୋଷଙ୍କ କାହାଣୀକୁ ଚିତ୍ରନାଟ୍ୟ ଦେଇଥିଲେ ଗୋପାଳ ଛୋଟରାୟ । ସିନେମାର ସଂଳାପ ରଚନା କରିଥିଲେ ଚିତ୍ତରଞ୍ଜନ ମିତ୍ର । ବିନାୟକ ମିଶ୍ର, ସୁରେନ୍ଦ୍ର କୁମାର ଦାସ, କୃଷ୍ଣ ପ୍ରସାଦ ବସୁ, ନିକୁଞ୍ଜ କିଶୋର ଦାସଙ୍କ
"ପୌରାଣିକ ଓଡ଼ିଆ କଥାଚିତ୍ର: ଶ୍ରୀଜଗନ୍ନାଥ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |