ମାତୃଭାଷାରେ ଚିନ୍ତନ, ସର୍ଜନ ଓ ଜୀବନ

ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଭାଷାରେ - ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା । ମାତୃଭାଷା ଆମ ସଂସ୍କୃତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ଦେଶ ଓ ଜାତିର ବିକାଶରେ ଭାଷାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଆମ ମାତୃଭାଷା ହେଉଛି ଆମ ପରିଚୟ । ଭାଷା କେବଳ ଭାବର ଆଦାନ ପ୍ରଦାନ ନୁହେଁ, ଏହା ସମାଜର ବିକାଶ ସାଧନର ମୁଖ୍ଯ ମାଧ୍ୟମ ଅଟେ । ଆଜି ହେଉଛି ବିଶ୍ୱ ମାତୃଭାଷା ଦିବସ । ପ୍ରତିବର୍ଷ ଫେବୃଆରୀ ୨୧ ତାରିଖକୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ରୂପେ ପାଳନ କରାଯାଏ । ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରିବାର ଅବଧାରଣା ବାଂଲାଦେଶର ଭାଷା ଆନ୍ଦୋଳନରୁ ଆସିଥିଲା । ୧୯୯୯ରେ ୟୁନେସ୍କୋ ତିରିଶତମ ସାଧାରଣ ସମ୍ମିଳନୀରେ ବାଂଲାଦେଶର ଏହି ପଦକ୍ଷେପକୁ ଅନୁମୋଦନ କଲା । ଏହା ପରେ ୨୧ ଫେବୃଆରୀ, ୨୦୦୦ରେ ପ୍ରଥମଥର ପାଇଁ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଥିଲା ଏବଂ ସେହି ଦିନଠାରୁ ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଇଆସୁଛି । ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ, ବିଶ୍ୱରେ ପ୍ରାୟ ଛଅହଜାରରୁ ଉର୍ଦ୍ଧ୍ଵ କଥିତ ଭାଷା ରହିଛି ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୪୩ ପ୍ରତିଶତ ବିପଦରେ ଅଛନ୍ତି । ତେଣୁ, ଏହିସବୁ ଭାଷାକୁ ପ୍ରୋତ୍ସାହନ ଦେବା ତଥା ଏହାର ସଂରକ୍ଷଣ କରିବା ସହିତ ବହୁଭାଷାର ମହତ୍ତ୍ୱ ବୁଝିବା ପାଇଁ

"ମାତୃଭାଷାରେ ଚିନ୍ତନ, ସର୍ଜନ ଓ ଜୀବନ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |