1. କଳାସୁନା ଗୋଲମରିଚ
2. ବନ୍ଧୁତ୍ୱର ସ୍ମାରକୀ - ଲବଙ୍ଗ
3. ଏକ ବିଶିଷ୍ଟ ମୁଖରୋଚକ ମସଲା - ଅଳେଇଚ
4. ଗୁଜୁରାତି - ଭାରତୀୟ ମସଲାର ରାଣୀ
5. ଅତି ପରିଚିତ ନିତିଦିନିଆ ମସଲା - ସୋରିଷ
6. ହଜମକାରକ ଜିରା
7. ରସୁଣକୁ ନେଇ କିଛି କଥା
8. ରାଜନୈତିକ ମସଲା - ପିଆଜ
9. ବାସ୍ନା ପତ୍ର - ତେଜପତ୍ର
10. ମହୌଷଧି ଅଦା
11. ସୁପାଚକ ପାନମହୁରୀ
12. ଉପକାରୀ ମେଥି
13. ଲୋକପ୍ରିୟ ମସଲା ପୋସ୍ତ
14. ପଞ୍ଚଫୁଟଣର ଅନ୍ଯତମ ଉପାଦାନ - କଳା ଜିରା
15. ମହଙ୍ଗା ମସଲା କେଶର
16. ତଡକା କିଙ୍ଗ୍ ହେଙ୍ଗୁ
17. ଜାଇଫଳ ଓ ଜାଇତ୍ରୀ
ସୁପାଚକ ପାନମହୁରୀ
ଭାରତୀୟ ମସଲାରେ ପାନମହୁରୀ ବା ପାନମଧୁରୀ ଅନ୍ୟତମ ଉପାଦାନ । ବିଶେଷକରି ଏହାର ବାସ୍ନା ଖାଦ୍ୟକୁ ଆହୁରି ସ୍ୱାଦିଷ୍ଟ କରିଦେଇଥାଏ । ଭାରତୀୟ ବ୍ୟଞ୍ଜନରେ ଦିଆଯାଉଥିବା ତଡକା ବା ଛୁଙ୍କରେ ବ୍ୟବହୃତ ହେଉଥିବା ପଂଚଫୁଟଣର ଏକ ମୁଖ୍ୟ ଉପାଦାନ ହେଉଛି ପାନମହୁରୀ । ଉଦ୍ଭିଦ୍ଦ ବିଜ୍ଞାନରେ ଏହାକୁ Foeniculum vulgare କୁହାଯାଏ ।
ପାନମହୁରୀର ଜନ୍ମସ୍ଥାନ ହେଉଛି ଦକ୍ଷିଣ ୟୁରୋପ ଓ ଏସିଆ ମହାଦେଶ । ମାତ୍ର ଭାରତର ଗୁଜୁରାଟ, ରାଜସ୍ଥାନ, ପଞ୍ଜାବ ଓ କର୍ଣ୍ଣାଟକରେ ବହୁଳ ମାତ୍ରାରେ ଏହା ଚାଷ କରାଯାଏ । ଯଦିଓ ଏହା ସବୁପ୍ରକାରର ମୃତ୍ତିକାରେ ବଢିପାରେ, କିନ୍ତୁ ଉର୍ବର ଦୋରସା ମାଟି ଓ ବେଶୀ ପରିମାଣର ଚୂନ ଥିବା କଳା ବାଲିଆ ମାଟିରେ ଏହା ଖୁବ ହୃଷ୍ଟପୃଷ୍ଟ ହୁଏ । ଉତ୍ତରଭାରତରେ ଏହା ଶୀତଦିନିଆ ଫସଲ ରୂପେ ଚାଷ କରାଯାଏ । ଦକ୍ଷିଣଭାରତରେ ଉଚ୍ଚ ପାହାଡ଼ିଆ ଜମି ବ୍ଯତୀତ ଅନ୍ୟତ୍ର ଏହା ଭଲ ହୁଏ ନାହିଁ ।
ପାନମହୁରୀକୁ ବିଭିନ୍ନ ରୋଷେଇ ଏବଂ ମିଠା ବ୍ୟଞ୍ଜନରେ ବ୍ୟବହାର କରାଯାଏ । ଭାରତ, ଆଫଗାନିସ୍ତାନ, ଇରାନ ଏବଂ ମଧ୍ୟପୂର୍ବର ଅନେକ ଖାଦ୍ୟ ସଂସ୍କୃତିରେ ପାନମହୁରୀ ନିଜର ଆଧିପତ୍ୟ ବିସ୍ତାର କରି ଆସିଛି । ଭାରତର କାଶ୍ମୀରୀ ଓ ଗୁଜୁରାଟୀ ରାନ୍ଧଣାରେ ପାନମହୁରୀ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମସଲା । ଭାରତର ଅନେକ ସ୍ଥାନରେ ପାନମହୁରୀକୁ ମୁଖୱାସ୍ ବା ଭୋଜନ ପରେ ହଜମ ପାଇଁ ବ୍ୟବହାର କରାଯାଏ । ସେହିପରି
"ସୁପାଚକ ପାନମହୁରୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |