1. କଳାସୁନା ଗୋଲମରିଚ
2. ବନ୍ଧୁତ୍ୱର ସ୍ମାରକୀ - ଲବଙ୍ଗ
3. ଏକ ବିଶିଷ୍ଟ ମୁଖରୋଚକ ମସଲା - ଅଳେଇଚ
4. ଗୁଜୁରାତି - ଭାରତୀୟ ମସଲାର ରାଣୀ
5. ଅତି ପରିଚିତ ନିତିଦିନିଆ ମସଲା - ସୋରିଷ
6. ହଜମକାରକ ଜିରା
7. ରସୁଣକୁ ନେଇ କିଛି କଥା
8. ରାଜନୈତିକ ମସଲା - ପିଆଜ
9. ବାସ୍ନା ପତ୍ର - ତେଜପତ୍ର
10. ମହୌଷଧି ଅଦା
11. ସୁପାଚକ ପାନମହୁରୀ
12. ଉପକାରୀ ମେଥି
13. ଲୋକପ୍ରିୟ ମସଲା ପୋସ୍ତ
14. ପଞ୍ଚଫୁଟଣର ଅନ୍ଯତମ ଉପାଦାନ - କଳା ଜିରା
15. ମହଙ୍ଗା ମସଲା କେଶର
16. ତଡକା କିଙ୍ଗ୍ ହେଙ୍ଗୁ
17. ଜାଇଫଳ ଓ ଜାଇତ୍ରୀ
ଗୁଜୁରାତି - ଭାରତୀୟ ମସଲାର ରାଣୀ
ଅପୂର୍ବ ସୁଗନ୍ଧ ଓ ନିଆରା ସ୍ୱାଦ ପାଇଁ ଗୁଜୁରାତିକୁ ଭାରତୀୟ ମସଲାର ରାଣୀ କୁହାଯାଏ । ଏହାର ମଞ୍ଜି ଓ ଚୋପା ବାସ୍ନାଯୁକ୍ତ । ଖାଦ୍ୟର ସ୍ୱାଦ ଓ ବାସ୍ନା ବଢ଼ାଇବା ପାଇଁ ଆମେ ଗୁଜୁରାତି ବ୍ୟବହାର କରିଥାଉ । ଆମିଷ ହେଉ କି ନିରାମିଷ, ସବୁ ପ୍ରକାରର ତରକାରୀରେ ବି ଗୁଜୁରାତି ଗୁଣ୍ଡକୁ ଭାରତୀୟମାନେ ବ୍ୟବହାର କରିଥାନ୍ତି । ଏହା ବ୍ୟଞ୍ଜନର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ । ଖାସ୍ କରି ଚା’ରେ ଅଧିକାଂଶ ଲୋକ ଗୁଜୁରାତି ପକାଇବାକୁ ପସନ୍ଦ କରନ୍ତି । ଏହାର ବାସ୍ନା ଚା’ର ସ୍ୱାଦକୁ ବଢ଼ାଇଦିଏ । ଭାରତୀୟ ବ୍ୟଞ୍ଜନରେ ବ୍ୟବହୃତ ହେଉଥିବା ଗରମ ମସଲାରେ ଗୁଜୁରାତି ଏକ ପ୍ରମୁଖ ଉପାଦାନ ।
ସାଧାରଣତଃ ସବୁଜ (ଛୋଟ) ଅଳେଇଚକୁ ଗୁଜୁରାତି ବୋଲି କୁହାଯାଏ । ଏହାର ଅପୂର୍ବ ସୁଗନ୍ଧ ଓ ସ୍ୱାଦ ହିଁ ଏହାର ବିଶିଷ୍ଟତା । ନିଆରା ସ୍ୱାଦ ପାଇଁ ମସଲା ଜଗତର ରାଣୀ ହେଉଛି ଗୁଜୁରାତି । ଭାନିଲା ଓ କେଶର ପରେ ଗୁଜୁରାତି ହେଉଛି ସବୁଠୁ ଦାମିକିଆ ମସଲା । ପୁଣି ଏହା ହେଉଛି ଆମ ପାନ ଡବାର ସାଥି, ଆମ ସଂସ୍କୃତିର ପରିଚୟ । ଘରକୁ କେହି କୁଣିଆ ଆସିଲେ ତାଙ୍କୁ ଗୁଜୁରାତି, ଲବଙ୍ଗ ଦେବାର ବିଧି ଅଛି । ପାନ ହେଉ କି ଚା, ସବୁଠି ଗୁଜୁରାତି ଲୋଡ଼ା । ପୁଣି ଓଡ଼ିଆରେ ପ୍ରସ୍ତୁତ ହେଉଥିବା ମିଷ୍ଠାନ୍ନ ହେଉ କି
"ଗୁଜୁରାତି - ଭାରତୀୟ ମସଲାର ରାଣୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |